ଐତିହ୍ୟକୁ ଅବହେଳା

ଢେଙ୍କାନାଳ ଅଫିସ, ୧୪।୭ – ରାଜ୍ୟର ସମୃଦ୍ଧ ମନ୍ଦିର ପର୍ଯ୍ୟଟନ (ଟେମ୍ପଲ ଟୁରିଜମ୍‌)କୁ ନେଇ ରହିଛି ଅନେକ ସମ୍ଭାବନା। କୋଭିଡ୍‌ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବାଟକୁ ଆଣିବାକୁ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। ତେଣୁ ପ୍ରାଚୀନ ମନ୍ଦିର, ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ନବକଳେବର ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଏ ଦିଗରେ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଅନେକ ପ୍ରାଚୀନ କୀର୍ତ୍ତିରାଜି ଇତିହାସ ପାଲଟିଯିବାକୁ ବସିଛି। ଢେଙ୍କାନାଳର ଆରାଧ୍ୟଦେବତା ତଥା ପୁରାଣପ୍ରସିଦ୍ଧ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରେ ଥିବା ୧୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିର ଏହାର ଏକ ଉଦାହରଣ।
ଐତିହ୍ୟ, ପରମ୍ପରା ଏବଂ ପର୍ଯ୍ୟଟନକୁ ନେଇ ସମୃଦ୍ଧ ଢେଙ୍କାନାଳ ଜିଲାର ଅନ୍ୟତମ ପରିଚୟ ହେଉଛନ୍ତି ମହାପ୍ରଭୁ ବଳରାମ। ମହାପ୍ରଭୁ ଶ୍ରୀକୃଷ୍ଣ, ରୁକ୍ମିଣୀ, ଲକ୍ଷ୍ମୀ ମଧ୍ୟ ଏଠାରେ ପାର୍ଶ୍ୱ ବିଗ୍ରହ ଭାବେ ପୂଜା ପାଉଛନ୍ତି। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା ଶ୍ରୀବଳରାମ ହେଉଛନ୍ତି ପାଷାଣ ବିଗ୍ରହ। ଦ୍ୱାପର ଯୁଗର ପୌରାଣିକ କାହାଣୀ ଆଧାରରେ ମୁଖ୍ୟପୀଠରେ ସମସ୍ତ ନୀତିକାନ୍ତି ପାଳିତ ହେଉଛି। ୧୦୦ ବର୍ଷ ତଳେ ବଳରାମ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନ ଥିଲା। ସେହି ସମୟରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହଙ୍କୁ ନେଇ ଆୟୋଜିତ ହେଉଥିଲା ରଥଯାତ୍ରା। ମହାରାଜା ସୁରପ୍ରତାପଙ୍କ ଶାସନ କାଳରେ ବଳରାମ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ମହାବାହୁଙ୍କ ପୂଜା ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଏହାପରେ ଦୁଇଟି ରଥ ନିର୍ମାଣ କରାଯାଇଥିଲା। ବଡ଼ରଥରେ ବଳରାମ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ ଏବଂ ସାନରଥରେ ରାଜବାଟୀରେ ପୂଜିତ ବିଗ୍ରହ ଆସୀନ ହୋଇ ମାଉସୀ ମା’ ମନ୍ଦିରକୁ ଯାଉଛନ୍ତି। ତେବେ ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ଜଗନ୍ନାଥ ମନ୍ଦିର ଅବହେଳିତ ହୋଇପଡ଼ିଛି। ବର୍ଷାଦିନେ ପାଣି ଗଳୁଛି। ମନ୍ଦିରରେ ଶିଉଳି ମାଡ଼ିଯାଇଥିବାବେଳେ ଗଛଲତା ଉଠିଲାଣି। ମନ୍ଦିର ଚୂଡ଼ା ଅବକ୍ଷୟ ହୋଇ ନଷ୍ଟ ହେବାକୁ ବସିଲାଣି। ଏପରି କି ସାମାନ୍ୟ ଚୂନ ଧଉଳା ମଧ୍ୟ ହେଉନାହିଁ। ବାରମ୍ବାର ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବୁଦ୍ଧିଜୀବୀ ମହଲରେ ଦାବି ପରେ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିରକୁ କିଛିବର୍ଷ ତଳେ ନୂଆ ଚୂନ ଲାଗି କରାଯାଇଛି। ହେଲେ ଜଗନ୍ନାଥ ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡୁ ନ ଥିବା ବହୁ ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି।
ତୁରନ୍ତ ପଦକ୍ଷେପ ନେବା ଜରୁରୀ
ପ୍ରାଚୀନ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଲାଗି କାହାରି ମନରେ ନିଘାନାହିଁ। ବର୍ଷାଦିନେ ମନ୍ଦିର ଅବସ୍ଥା ଶୋଚନୀୟ ହୋଇପଡୁଛି। ଶିଉଳି, ଗଛଲତା ମାଡ଼ିଯାଇଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ଦେବୋତ୍ତର ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ।
-ଅବନୀ ମିଶ୍ର, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି
ଦେବୋତ୍ତର ବିଭାଗ ଗୁରୁତ୍ୱ ଦେଉନି
ଜଗନ୍ନାଥଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରାଯାଉନାହିଁ। ମନ୍ଦିର ମରାମତି ତ ଦୂରର କଥା, ଆଜି ପର୍ଯ୍ୟନ୍ତ ମୁଖଶାଳାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ। ଟଙ୍କା ଥାଇ ଦେବୋତ୍ତର ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେବା ପରିତାପର ବିଷୟ।
-ପ୍ରଦ୍ୟୁମ୍ନ ରଥ,
ଜିଲା ସଭାପତି ଶ୍ରୀଜଗନ୍ନାଥ ଚେତନା ସମିତି
ବର୍ଷା ପରେ ମରାମତି
ଜଗନ୍ନାଥ ମନ୍ଦିରର ମରାମତି କରିବା ଲାଗି ବ୍ୟୟ ଅଟକଳ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ବ୍ୟୟ ଅଟକଳ ଖୁବ୍‌ଶୀଘ୍ର ହେବ ବୋଲି ଆଶା କରାଯାଉଛି। ସମସ୍ୟା ନଜରରେ ଅଛି। ବର୍ଷାଦିନ ପରେ ନିଶ୍ଚିତ ଭାବେ ଏହାର ମରାମତି କରାଯିବ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri