ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବହେଳା

ଜଗତ୍‌ସିଂହପୁର ଅଫିସ, ୧୭ା୧୨:ଜଗତ୍‌ସିଂହପୁର ବ୍ଲକ ମହିରାସ୍ଥିତ ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇପଡ଼ିଛି। ଏହି ଉଚ୍ଚ ବିଦ୍ୟାଳୟ ୧୯୯୩ରୁ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଥିଲେ ସୁଦ୍ଧା ସରକାରଙ୍କ ୫-ଟି ଅନ୍ତର୍ଗତ ଆକାଂକ୍ଷିତ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇନାହିଁ। କେବଳ ଏତିକି ନୁହେଁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଦୀର୍ଘ ୧୧ ବର୍ଷ ହେବ ଖାଲି ପଡିଛି। ଅନ୍ୟପଟେ ଗୋଟିଏ ଲେଖାଏ କଳା ଶିକ୍ଷକ, କ୍ରୀଡା ଶିକ୍ଷକ, ରାତ୍ର ଜଗୁଆଳ ଓ ପିଅନ ପଦବୀ ମଧ୍ୟ ଖାଲି ରହିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସମସ୍ୟା ଭିତରେ ଶିକ୍ଷାନୁଷ୍ଠାନଟି ଚାଲିଥିବାରୁ ଏହାର ପ୍ରତିକାର ପାଇଁ ଦାବି ହୋଇଛି।
ଆଳିପିଙ୍ଗଳ-ନାଉଗାଁ ରାସ୍ତାର ମହିରା ଛକରୁ ବାମ ପାର୍ଶ୍ୱରେ ୨୦୦ ମିଟର ଅଣଓସାରିଆ ରାସ୍ତା ଦେଇଗଲେ ଏହି ବିଦ୍ୟାଳୟ ଦେଖିବାକୁ ମିଳେ। ରାସ୍ତା ଅବସ୍ଥା ଭଲ ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୦ ଜଣ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଗୋଟିଏ ଶ୍ରେଣୀ ଗୃହରେ ବିଜ୍ଞାନ ଲାବରେଟୋରୀ କାମଚଳା ଭାବେ ଚାଲିଛି । ମୋଟ ଉପରେ ୯ଟି ପକ୍କା ଶ୍ରେଣୀ ଗୃହ ଓ ଗୋଟିଏ ହଲ୍‌ ରହିଛି । ଏହାବାଦ୍‌ ଗୋଟିଏ ଲେଖାଏ ଆଇସିଟି ଲାବ୍‌ ଓ ଶିକ୍ଷକ କମନ ରୁମ୍‌ ଓ ପ୍ରଧାନ ଶିକ୍ଷକଙ୍କ କୋଠରି ରହିଛି । ବିଦ୍ୟାଳୟ ପାଇଁ ଅଧିକ ସଂଖ୍ୟାରେ ଛାତ ଘରର ଆବଶ୍ୟକତା ରହିଛି। ଏସବୁ ସମସ୍ୟାର ସମାଧାନ ସହ ଆକାଂକ୍ଷିତ ବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସମେତ ଏକାଧିକ ଅଭିଭାବକ ଓ ସାଧାରଣ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?