କର୍ତ୍ତବ୍ୟରେ ଅବହେଳା

ଜାତୀୟ ସୁରକ୍ଷାକୁ ‘ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷା ପାଇଁ କୌଣସି ଦେଶର କ୍ଷମତା ଏବଂ ହିଂସା ଓ ଆକ୍ରମଣଜନିତ ବିପଦରୁ ନିଜକୁ ରକ୍ଷାକରିବାର ଦକ୍ଷତା’ ବୋଲି ବର୍ଣ୍ଣନା କରାଯାଇଛି। ତେବେ ନୂତନ ଭାରତର ସୁରକ୍ଷା ସିଦ୍ଧାନ୍ତକୁ ବୁଝିବାକୁ ହେଲେ ଜଣେ ଡୋଭାଲଙ୍କ ସିଦ୍ଧାନ୍ତକୁ ଦେଖିବାକୁ ପଡ଼ିବ। ତାଙ୍କ ସିଦ୍ଧାନ୍ତ ଏକ ଲିଖିତ ବିଷୟ ନୁହେଁ କି ଏହାକୁ କୌଣସି ପୁସ୍ତକରେ ସ୍ପଷ୍ଟ କରାଯାଇନାହିଁ। ଏହାକୁ ଏକ ଭିଡିଓରେ ପ୍ରକାଶ କରାଯାଇଛି। ଭିଡିଓରେ ପ୍ରକାଶ କରାଯିବାର କାରଣ ହେଉଛି, ଭାରତରେ ହେନେରୀ କିଶିଙ୍ଗ୍‌ଙ୍କ ଗୋଷ୍ଠୀର କେହି ଜଣେ ହେଲେ ବୁ୍‌ଦ୍ଧିମାନ୍‌ ସୁରକ୍ଷା ପରାମର୍ଶଦାତା ନାହାନ୍ତି। ଏକ ପ୍ରୋଫାଇଲରେ ଆଇନଜୀବୀ ତଥା ରାଜନୈତିକ ସମାଲୋଚକ ଏ.ଜି. ନୁରାନି ଲେଖିଥିଲେ, ଡୋଭାଲ ସବୁବେଳେ କଠିନ କାମରେ ଦ୍ୱନ୍ଦ୍ୱରେ ନ ରହି ସକ୍ରିୟ ଭାବେ ତାହା ଆରମ୍ଭ କରିଦିଅନ୍ତି। ଆଇସି କବଳରେ ପଣବନ୍ଦୀ ଭାବେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସେ ଇରାକ ଯାଇଥିଲେ। କ୍ରେଧିତ ଓ ଅପମାନିତ ହୋଇ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନରଙ୍କୁ ଫୋନ୍‌ କରିଥିଲେ ଏବଂ ଇସ୍‌ଲାମବାଦରେ ତାଙ୍କ ପ୍ରତିପକ୍ଷକୁ ଏଲ୍‌ଓସିରେ ଗୁଳି ବିନିମୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏମିତି ଆହୁରି ଘଟଣା ଅଛି। କାର୍ଯ୍ୟାନୁଷ୍ଠାନ ନେବାରେ ଏ ହେଉଛନ୍ତି ଜଣେ ବାସ୍ତବ ମଣିଷ। ନୁରାନିଙ୍କ ଉକ୍ତ ଲେଖା ନଭେମ୍ବର ୨୦୧୫ରେ ପ୍ରକାଶ ପାଇଥିଲା। ସେବେଠାରୁ ଡୋଭାଲ ଅନ୍ୟ ସାହସିକ କାର୍ଯ୍ୟରେ ଜଡ଼ିତ ରହିଆସିଛନ୍ତି। ବ୍ୟକ୍ତିଗତ ଭାବେ ନିଜାମୁଦ୍ଦିନରେ ତବଲିଗ୍‌ ଜମାତ ଖାଲି କରିଥିଲେ। କଶ୍ମୀରରେ ସ୍ବାଭାବିକ ସ୍ଥିତିର ସଙ୍କେତ ଦେବାକୁ ଯାଇ ସେଠାକାର ରାସ୍ତାରେ ବିରିୟାନି ଖାଇବାର ଫଟୋ ଉଠାଇବାକୁ ପସନ୍ଦ କରିଥିଲେ। କିନ୍ତୁ ସେ ଏଯାବତ ମଣିପୁର ଯାଇନାହାନ୍ତି। ବଡ଼କଥା ହେଉଛି, ବସ୍‌ ଯେତେବେଳେ ସବୁ ଶ୍ରେୟ ନେଉଛନ୍ତି ସେତେବେଳେ ଦୃଶ୍ୟମାନ ବିପର୍ଯ୍ୟୟରେ ଅଧସ୍ତନ ଦୋଷ ମୁଣ୍ଡେଇବାକୁ ଆଗକୁ ଆସିବା ଉଚିତ କି? ଯଦି ଏହା ନୁହେଁ, ତେବେ ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷାକୁ ଜାତୀୟ ସୁରକ୍ଷା ବୋଲି ଯାହା କୁହାଯାଉଛି, ବାସ୍ତବରେ ତାହାର ମୂଲ୍ୟ କିଛି ନାହିଁ।
ଏହାର ଅନ୍ୟ ଏକ ଦିଗ ହେଉଛି, ଯେଉଁଠି ସବୁ ନିଷ୍ପତ୍ତି କେନ୍ଦ୍ରୀଭୂତ ଢାଞ୍ଚାରେ ନିଆଯାଇ ପରେ ଅପ୍ରତ୍ୟାଶିତ ଓ ଐତିହାସିକ ଘଟଣା ଭାବେ ଘୋଷଣା କରାଯାଉଛି, ସେ କ୍ଷେତ୍ରରେ ସେଗୁଡ଼ିକର ବିପରୀତ ପରିଣାମର ବୋଝ କନିଷ୍ଠମାନେ କାହିଁକି ବହନ କରିବେ? ସେଥିପାଇଁ ଗମ୍ଭୀର ବିପଦରେ ଯେଭଳି କାର୍ଯ୍ୟ କରିବା କଥା ସେଥିରେ ଆମ ସମୟର ମହାନ୍‌ ଗୁପ୍ତଚରଙ୍କର ସେଭଳି ଯୋଗଦାନ ନାହିଁ। ଅଥଚ ତାଙ୍କ କାର୍ଯ୍ୟକଳାପ ଉପରେ ଜୁନ୍‌ ୨୯ର ଏକ ରିପୋର୍ଟରେ ଶୀର୍ଷକ ହେଉଛି, ଓ୍ବାଗ୍‌ନର ବିଦ୍ରୋହ ପରେ ରୁଷୀୟ ସୁରକ୍ଷା ପରିଷଦ ସଚିବ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ କଲ୍‌ କରିଥିଲେ। ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓମାନର ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରି ସୁରକ୍ଷା ଚୁକ୍ତି ମଜଭୁତ କରିବା ଲାଗି ଆଲୋଚନା କରିଥିଲେ ବୋଲି ଏକ ଶୀର୍ଷକ ଜୁନ୍‌ ୨୬ରେ ପ୍ରକାଶ ପାଇଥିଲା। ଜୁନ୍‌ ୧୭ରେ ଏକ ବୈଠକରେ ସେ ଜଣେ ଐତିହାସିକ ଭାବେ ତାଙ୍କ ଜ୍ଞାନ ପ୍ରକାଶ କରିଥିଲେ। ଏହାକୁ ନେଇ ଏକ ଶୀର୍ଷକ ପ୍ରକାଶ ପାଇଥିଲା ଯାହା ଥିଲା ‘ନେତାଜୀ ସୁଭାଷ ବୋଷ ଥିଲେ ଭାରତ ବିଭାଜିତ ହୋଇ ନ ଥାନ୍ତା: ଏନ୍‌ଏସ୍‌ଏ ଅଜିତ ଡୋଭାଲ’। ତାଙ୍କ ପାଇଁ ଖୁସିର କଥା ଯେ, ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକରେ ତାଙ୍କର ଅନୁପସ୍ଥିତିକୁ ନେଇ କୌଣସି ଶୀର୍ଷକ ଖବର ନାହିଁ। କାରଣ ଏହି ପ୍ରଶାସନରେ ବିଫଳତା ପାଇଁ କୌଣସି ଉତ୍ତରଦାୟିତ୍ୱ ନାହିଁ। ମଣିପୁର ତାଙ୍କ ଦାୟିତ୍ୱର ଅଂଶ ନୁହେଁ ଭାବି ଡୋଭାଲ ଆଗକୁ ବଢ଼ିପାରନ୍ତି। ଏଭଳି କର୍ତ୍ତବ୍ୟରେ ଅବହେଳା ଅନ୍ୟ କ୍ଷେତ୍ରରେ ବି ଦେଖାଯାଇଛି। ୨୦୧୮ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ପ୍ରତିରକ୍ଷା ଯୋଜନା କମିଟି ଦାୟିତ୍ୱରେ ରଖାଯାଇଥିଲା। ଏଥିରେ ଡୋଭାଲ ଅଧ୍ୟକ୍ଷତା କରିବାର ପ୍ରାବଧାନ ଥିଲା ଏବଂ ଏହି କମିଟିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌, ତିନି ବାହିନୀର ମୁଖ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟର ସଚିବମାନେ ରହିଥିଲେ। ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରାଥମିକତା, ବୈଦେଶିକ ନୀତିର ଆବଶ୍ୟକତା, ପ୍ରାସଙ୍ଗିକ ରଣନୀତିକ ତଥା ସୁରକ୍ଷା ସମ୍ବନ୍ଧୀୟ ସିଦ୍ଧାନ୍ତ, ପ୍ରତିରକ୍ଷା ଅଧିଗ୍ରହଣ ଏବଂ ଭିତ୍ତିଭୂମି ବିକାଶ ଯୋଜନା, ଜାତୀୟ ସୁରକ୍ଷା ରଣନୀତି, ରଣନୀତିିକ ପ୍ରତିରକ୍ଷା ସମୀକ୍ଷା ଏବଂ ସିଦ୍ଧାନ୍ତ ଇତ୍ୟାଦିର ଦାୟିତ୍ୱ ତୁଲାଇବାର ଥିଲା। ହେଲେ ୩ ମେ ୨୦୧୮ରେ ଏହି କମିଟିର ଥରେ ମାତ୍ର ବୈଠକ ବସିଥିଲା ଓ ତା’ ପରେ ଅର୍ଥାତ୍‌ ଏବେ ୫ ବର୍ଷ ମଧ୍ୟରେ ଆଉ କେବେ ବୈଠକ ହେବା ଦେଖାଯାଇନାହିଁ।
ଲଦାଖ ଘଟଣା ପରେ ଏଥିପ୍ରତି ଆଗ୍ରହର ଅଭାବ ଦେଖାଯାଇଛି କାରଣ ଡୋଭାଲଙ୍କ ମୂଳ ଚିନ୍ତା ରହିଛି ପାକିସ୍ତାନ ଓ ମୁସଲମାନଙ୍କଠାରେ। ଲଗାତର ଘଟିଥିବା ତାଙ୍କ କାର୍ଯ୍ୟକଳାପକୁ ନୁରାନି ଯେଭଳି ବର୍ଣ୍ଣନା କରିଛନ୍ତି ତାହାକୁ ଲକ୍ଷ୍ୟକଲେ ଏହା ସହଜରେ ବୁଝିହେବ। ଡେଭାଲଙ୍କ ସିଦ୍ଧାନ୍ତ କହେ, ସନ୍ତ୍ରାସବାଦ ଜାତୀୟ ସୁରକ୍ଷା ପ୍ରତି ବିପଦ ଏବଂ ପାକିସ୍ତାନ ପ୍ରଥମ ଶତ୍ରୁ। ୨୦୨୦ର ଘଟଣା ପରେ ସରକାର ମଧ୍ୟ ଏହାକୁ ଅସତ୍ୟ ବୋଲି ସ୍ବୀକାର କଲେ। ଗଲ୍‌ଓ୍ବାନ ପୂର୍ବରୁ ସେନାର ୩୮ ଡିଭିଜନ ମଧ୍ୟରୁ ୧୨ଟି ଚାଇନା ସୀମାରେ, ୨୫ଟି ଭାରତ-ପାକିସ୍ତାନ ସୀମାରେ ମୁତୟନ ହୋଇଥିଲେ ଏବଂ ଗୋଟିଏ ରିଜର୍ଭ ରହିଥିଲା। ପୁନଃ ମୁତୟନ ପରେ ୧୬ ଡିଭିିଜନ ଚାଇନାର ମୁହଁାମୁହଁି ହୋଇ ରହିଛନ୍ତି। ତେବେ ପୂର୍ବ ସ୍ଥିତିର କାରଣ କ’ଣ ରହିଥିଲା ଏବଂ ପରିବର୍ତ୍ତନର କାରଣ କ’ଣ ଥିଲା? ଏ ବିଷୟରେ ଆମେ ଜାଣୁନାହଁୁ। ଯଦି ଡୋଭାଲ ନୂଆ ସିଦ୍ଧାନ୍ତ ଲେଖନ୍ତି କିମ୍ବା ଏ ସମ୍ପର୍କରେ କିଛି କୁହନ୍ତି, ତେବେ ହୁଏତ ଆମେ ଏ ସମ୍ପର୍କରେ ଜାଣିପାରିବା। ୨୦୧୪ ପରଠାରୁ ଯାହାସବୁ ଘଟି ଆସିଛି ତାହାକୁ ଯଦି ଲକ୍ଷ୍ୟ କରାଯାଏ ତେବେ ତଥାକଥିତ ନୂତନ ଭାରତ ପ୍ରୋଜେକ୍ଟରେ ବିଚାରର ମାନ, ଦକ୍ଷତା ଏବଂ କାର୍ଯ୍ୟାନ୍ବୟନ କ’ଣ ରହିଛି ତାହା ଜଣେ ସହଜରେ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri