ଏକାଠି କଲା ଅବହେଳା

ଛେଣ୍ଡିପଦା, ୨୮।୭(ସ୍ବ.ପ୍ର.) – ଶିଳ୍ପରେ ସମୃଦ୍ଧ ଜିଲା। ଖଣି ଖାଦାନରେ ଭରପୂର। ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗ୍ରାମାଞ୍ଚଳବାସୀଙ୍କ ଭାଗ୍ୟରେ ଜୁଟିନି ପକ୍କା ସଡ଼କ। ଏଥିଲାଗି ଉଦ୍ୟମ ହୋଇନି ତାହା ନୁହେଁ, ଭଲ ରାସ୍ତାଟିଏ ପାଇଁ ବ୍ଲକ ଅଫିସଠାରୁ ଆରମ୍ଭ କରି ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ନା ମିଳିଲା ପ୍ରତିଶ୍ରୁତି ନା ଆଶ୍ୱାସନା। ସବୁଆଡୁ ନିରାଶ ହେବା ପରେ ପ୍ରଶାସନ ଉପରୁ ଭରସା ତୁଟାଇ ଶେଷରେ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ପ୍ରତି ଘରୁ ଚାନ୍ଦା ଆଦାୟ କରି ସେହି ଟଙ୍କାରେ ପକ୍କା ସଡ଼କ ଏବଂ ପୋଲ ନିର୍ମାଣ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଘୁଣ୍ଟୁଳିପଶିବାସୀ।
ଅଞ୍ଚଳବାସୀଙ୍କ କହିବା କଥା, ଗ୍ରାମରେ ୧୭୦ ପରିବାର ବାସ କରୁଛନ୍ତି। ହେଲେ ଗଁାକୁ ଯାତାୟାତ ଲାଗି ସବୁଦିନିଆ ରାସ୍ତା ନାହିଁ। ବାରମ୍ବାର ପ୍ରଶାସନ, ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଲୋକଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଲେନାହିଁ। ସବୁଆଡୁ ନିରାଶ ହେବା ପରେ ଗ୍ରାମବାସୀ ବୈଠକ କରି ନିଜ ଉଦ୍ୟମରେ ରାସ୍ତା ଏବଂ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସଂଗ୍ରହ କରି ଜେସିବି ମେଶିନ ସାହାଯ୍ୟରେ ଘୁଣ୍ଟୁଳିପଶିଠାରୁ ମାଛକୁଟା କାଉଁଶିନାଳ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ରାସ୍ତା ନିର୍ମାଣ କରାଯାଇଛି। କାଉଁଶିନାଳ ଉପରେ ପୋଲ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପୁନର୍ବାର ୩୦ ହଜାର ଟଙ୍କା ଆଦାୟ କରାଯାଇଛି। ଏହି ଟଙ୍କାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମର ସମସ୍ତ ପରିବାର ଏଥିରେ ଶ୍ରମଦାନ କରୁଛନ୍ତି।
ସୂଚନାଯୋଗ୍ୟ, ଘୁଣ୍ଟୁଳିପଶି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। କୌଣସି କମ୍ପାନୀ ଅଦ୍ୟାବଧି ଜମି ଅଧିଗ୍ରହଣ କରି ନ ଥିବାବେଳେ ବିକାଶମୂଳକ କାମ ଅଟକି ରହିଛି, ଯାହା ୧୭୦ ପରିବାର ପାଇଁ ସମସ୍ୟା ବଢ଼ାଇଛି। ପ୍ରଶାସନର ଅବହେଳା ଗ୍ରାମବାସୀଙ୍କୁ ଏକାଠି କରିଥିବାବେଳେ ସେମାନେ ନିଜସ୍ବ ଉଦ୍ୟମରେ ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି।
ପ୍ରତିଶ୍ରୁତି ପରିବର୍ତ୍ତେ ନିରାଶ ହୋଇଛୁ
ରାସ୍ତା, ପୋଲ ନିର୍ମାଣ ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲୁ। ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ସେଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେବ ନାହିଁ ବୋଲି କହି ସମସ୍ତେ ନିରାଶ କଲେ। କେହି ଦୁଃଖ ନ ଶୁଣିବାରୁ ନିଜ ପାଇଁ ନିଜେ ନ୍ୟାୟରେ ଏକାଠି ହୋଇଛୁ।
-ରଞ୍ଜନ କୁମାର ସାହୁ, ଅଞ୍ଚଳବାସୀ
ସୀମା ଟପିଲାଣି ସମସ୍ୟା
ଗ୍ରାମକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଯାନିଯାତ୍ରା, ବିବାହ କାର୍ଯ୍ୟରେ ବନ୍ଧୁବାନ୍ଧବ ଆସିବାକୁ ଅମଙ୍ଗ ହେଉଛନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ସମସ୍ୟା ସୀମା ଟପିବା ପରେ ନିଜସ୍ବ ଉଦ୍ୟମରେ ବିକାଶମୂଳକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।
-ସୁସ୍ମିତା ସାହୁ, ଅଞ୍ଚଳବାସୀ
ହନ୍ତସନ୍ତ ହେଉଛନ୍ତି ୫ ଗ୍ରାମର ବାସିନ୍ଦା
ପକ୍କା ସଡ଼କ ନ ଥିବାରୁ ଘୁଣ୍ଟୁଳିପଶି ଗ୍ରାମ ରାସ୍ତା ଉପରେ ନିର୍ଭରଶୀଳ ୫ ଗ୍ରାମର ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଗ୍ରାମଠାରୁ ୨ କି.ମି. ଦୂରରେ ଥିବା ଏକ ବିଦ୍ୟାଳୟ ସହିତ ଗ୍ରାମର ହାଇସ୍କୁଲର ମିଶ୍ରଣ ହୋଇଯିବା ପରେ ଛାତ୍ରୀଛାତ୍ରଙ୍କ ଅସୁବିଧା ବଢ଼ିଛି। ଏହାର ସ୍ଥାୟୀ ସମାଧାନ ଲାଗି ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତା ତିଆରି ଚାଲିଛି।
-ରୂପସ୍ମିତା ସାହୁ ,ଛାତ୍ରୀ
ସମସ୍ୟାର ସମାଧାନ କରାଯିବ
ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରୁଥିବା ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧି କିମ୍ବା ନିର୍ବାହୀ ଅଧିକାରୀ ଅବଗତ କରାଇନାହାନ୍ତି। ପ୍ରତ୍ୟେକ ଗ୍ରାମକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବା ଲାଗି ସରକାରୀ ନିର୍ଦ୍ଦେଶନାମା ରହିଛି। ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ଛେଣ୍ଡିପଦା ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri