ଏନ୍‌ଜିଟି ନିର୍ଦ୍ଦେଶ କାର୍ଯ୍ୟକାରିତାରେ ପଛଘୁଞ୍ଚା

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ପ୍ରଭୃତି ଗ୍ରାମରେ ଶତାଧିକ ଏକର ଜଗନ୍ନାଥ ଜମି ହରିଲୁଟ ହେଉଛି। ଏହି ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରକ୍‌ରେ ମାଙ୍କଡ଼ା ପଥର ଚାଲାଣ କରାଯାଉଛି। ଏପରି କି ବିଭିନ୍ନ ରାଜ୍ୟକୁ ପଥର ଚାଲାଣ ମଧ୍ୟ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଏବଂ ଦାୟିତ୍ୱହୀନତାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଅଭିଯୋଗ ହେଊଛି। ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ପୂର୍ବରୁ ବହୁବାର କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରେ କେତେ ପଥର ଚୋରି ହେଉଛି, ପରିବେଶ କ୍ଷତିଭରଣା ପାଇଁ କେତେ ଟଙ୍କା ଜରିମାନା କରାଯାଉଛି ଏବଂ ବେଆଇନ ଖଣି ଖନନକାରୀଙ୍କ ଠାରୁ କେତେ ଅର୍ଥ ଆଦାୟ କରାଯାଉଛି,ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠରେ ବେଆଇନ ଖଣି ଖନନକାରୀଙ୍କ ନାମ, ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି, ପଥର ବୋହୁଥିବା ଟ୍ରକ୍‌ ମାଲିକ, ବେଆଇନ ପଥର ଚୋରାଚାଲାଣକାରୀଙ୍କ ଦ୍ୱାରା ରାଜ୍ୟ ରାଜକୋଷକୁ ହୋଇଥିବା କ୍ଷତି, ପରିବେଶ କ୍ଷତିଭରଣା ପାଇଁ ଆଦାୟ ହୋଇଥିବା ଅର୍ଥ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଜଣାଇବାକୁ କହିଥିଲେ। ଏପରି କି ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହ ସଚିବ, ପୋଲିସ ଡିଜି, ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ, ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ, ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ(ଏସ୍‌ଇଆଇଏଏ)ର ଜଣେ ଅଧିକାରୀଙ୍କ ସହ ଖୋର୍ଦ୍ଧା ଜିଲାପାଳଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷଥର ପାଇଁ ୨୦୨୨ ମାର୍ଚ୍ଚରେ ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ ଏଯାବତ୍‌ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ବିଶେଷକରି ଏନ୍‌ଜିଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନ ପଛଘୁଞ୍ଛା ଦେଉଥିବା ମନେ ହେଉଛି।
ଜିଲାସ୍ତରରେ ଜଙ୍ଗଲ, ରାଜସ୍ବ ଓ ପୋଲିସ ପ୍ରଶାସନକୁ ନେଇ ଗଠିତ ମିଳିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବେଆଇନ ଲଘୁ ଖଣିଜ ଚୋରା ଚାଲାଣ, ମାଙ୍କଡ଼ା ଚାଲାଣକୁ ନେଇ ଜରିମାନା ଆଦାୟ ସହ ବ୍ୟବହୃତ ଯାନକୁ ଜବତ କରାଯାଉଛି। ତେବେ ଜିଲାରେ ପ୍ରାକୃତିକ ଖଣିଜ ସମ୍ପଦ ସୁରକ୍ଷା ଏବଂ ଚୋରା ଚାଲାଣ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ସେ ସମ୍ପର୍କରେ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏନେଇ ଗଣମାଧ୍ୟମକୁ ଅନ୍ଧାରରେ ରଖାଯାଉଛି। କେବଳ ପୋଲିସ ପକ୍ଷରୁ କୌଣସି ମାଙ୍କଡ଼ା ପଥର ଗାଡ଼ି ଧରାହେଲେ ଜଣାପଡୁଛି। ନଚେତ୍‌ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନାହିଁ। ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଚାଲାଣ ଯୋଗୁ ପରିବେଶ ଜନିତ କ୍ଷତି ଯାଞ୍ଚ ଲାଗି ଏନ୍‌ଜିଟି ଏକ ୪ଜଣିଆ କମିଟି ଗଠନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେହି କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମାଜିଷ୍ଟ୍ରେଟ, ଏସଇଆଇଏଏ ମେମ୍ବର ସେକ୍ରେଟାରୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ସଦସ୍ୟ ରହିଛନ୍ତି। ପଥର ଖୋଳିବା ବେଳେ ଖଣିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ଏବଂ ଅନ୍ୟାନ୍ୟ ପରିବେଶ ଆଇନକୁ ଅନୁସରଣ କରାଯାଉ ନ ଥିବାନେଇ ପୂର୍ବରୁ ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ନିଜିଗଡ଼ ତାପଙ୍ଗ, ଅଣ୍ଡା, ଝିଙ୍କିଝାରୀ ପ୍ରଭୃତି ଗ୍ରାମର ୪୦ଟି ସ୍ଥାନରେ ୫ଶହ ଏକର ଜମିରେ ଏଭଳି ବେଆଇନ ଖଣି ଖନନ ହେଉଥିବା ନେଇ ଅଭିଯୋଗ ହୋଇଛି। ସେହିସବୁ ଅଞ୍ଚଳରେ କାଜୁ ବଗିଚା, ଗ୍ରାମ୍ୟ ଜଙ୍ଗଲ ଏବଂ ଗୋଚର ଜମି ରହିଛି। ଖଣି ଖନନ ପାଇଁ କୌଣସି ଅନୁମତି କିମ୍ବା ପରିବେଶ ଅନୁମତି ନ ଥାଇ ବହୁ ସଂଖ୍ୟାରେ ଗଛ କଟାଯାଇଛି।
୧୬।୧୨।୨୦୧୮ରେ ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ଟ୍ରିବ୍ୟୁନାଲ ୪।୨।୨୦୧୯ରେ ଖୋର୍ଦ୍ଧା ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ, ଖୋର୍ଦ୍ଧା ଏସ୍‌ପି, ରାଜ୍ୟ ପ୍ରଦୂଷଣ ବୋର୍ଡ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରି ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ରିପୋର୍ଟ ଦାଖଲ କରାଯାଉଥିଲେ ସୁଦ୍ଧା ସନ୍ତୋଷଜନକ ଉତ୍ତର ଦିଆଯାଇପାରୁ ନାହିଁ। ଖୋର୍ଦ୍ଧା ଉପଜିଲାପାଳ ୨୦୨୦ ଅକ୍ଟୋବରରେ ଦାଖଲ କରିଥିବା ରିପୋର୍ଟକୁ ଟ୍ରିବ୍ୟୁନାଲ ଖାରଜ କରିବା ସହ ଆଦାୟ ହୋଇଥିବା ଜରିମାନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜରିମାନା କେବଳ ପଥର ଚାଲାଣ କରୁଥିବା ଡ୍ରାଇଭର ନୁହେଁ ବରଂ ବେଆଇନ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ୨୦୨୦ ଡିସେମ୍ବର ୨ରେ ଖୋର୍ଦ୍ଧା ଉପଜିଲାପାଳ ଦାଖଲ କରିଥିବା ରିପୋର୍ଟ ଉପରେ ଏନ୍‌ଜିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଟ୍ରିବ୍ୟୁନାଲ ଅସନ୍ତୁଷ୍ଟ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ କେବଳ ବର୍ଷ ଶେଷ ଆଡକୁ ରାଜସ୍ବ ଆଦାୟ ରେକର୍ଡ ହାସଲ ଲାଗି ଲୋକଦେଖାଣିଆ କିଛି ମାସ ଜରିମାନା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତିଙ୍‌,ବେଆଇନ ଚୋରାଚାଲାଣକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥରଖଣି ଏବଂ କ୍ରଶର ୟୁନିଟ ଉପରେ ଚଢାଉ ଜାରି ରଖିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଚାଲିଥିବା କ୍ରଶର ୟୁନିଟ୍‌ ସିଲ କରାଯିବ। ଏଣିକି ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲାପାଳ ଚକ୍ରବର୍ତ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?