ଏଠି ଲିମ୍ବପତ୍ର ଲାଗେ ମିଠା

ଖଇରା,(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ପ୍ରସିଦ୍ଧ ଜଳଙ୍ଗ ଚଣ୍ଡୀଙ୍କ ମହିମା କିଏ ନ ଜାଣେ। କେହି ବିପଦରେ ପଡି ଡାକିବା ମାତ୍ରେ ମା’ ଛାତ ଭଳି ସନ୍ତାନକୁ ପଣତକାନିରେ ଘୋଡେଇ ରଖନ୍ତି। ମନ୍ଦିର ସ୍ଥାପନା ଓ ଏହାସହ ଜଡିତ କିଛି ଅଲୌକିକ ଘଟଣା ଲୋକମୁଖରୁ ଶୁଣିବାକୁ ମିଳୁଥିବା ବେଳେ ଆଉ କିଛି ଏବେ ଭକ୍ତଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ ଜାଣିବାକୁ ମିଳେ। ମନ୍ଦିର ସ୍ଥାପନା ସମୟରୁ ଏ ପର୍ଯ୍ୟନ୍ତ ରହି ଆସିଥିବା ଲିମ୍ବଗଛର ପତ୍ରର ସ୍ବାଦ ମିଠା ଯାହା କି ଆଜିର ବିଜ୍ଞାନ ଯୁଗରେ ଏକ ଅଲୌକିକ ଘଟଣା। ସାଧାରଣରେ ଲିମ୍ବପତ୍ର ପିତା ହୋଇଥିବା ବେଳେ ମା’ଙ୍କ ମହିମା ପାଇଁ ପତ୍ର ମିଠା ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି।
ଆଗମନ ଓ ସ୍ଥାପନାକୁ ନେଇ କୁହାଯାଏ ଆଜକୁ ପ୍ରାୟ ୨ଶହ ବର୍ଷ ତଳେ କେନ୍ଦୁଝର ଜିଲା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳରେ ଲୋକେ ୫ ଭଉଣୀଙ୍କୁ ୫ଦେବୀ ଭାବେ ପୂଜାର୍ଚ୍ଚନା କରୁଥିଲେ। ସେତେବେଳର ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ନରବଳି ଦିଆଯାଉଥିଲା। ପ୍ରଥମେ କେନ୍ଦୁଝର ରାଜା ଓ ପରେ ଢେଙ୍କା ଜମିଦାରଙ୍କ ତତ୍ତ୍ୱାବଧାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ୫ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀ ଭାବେ ଚଣ୍ଡୀ ଦେବୀଙ୍କ ସ୍ବପ୍ନାଦେଶକ୍ରମେ ଜଳଙ୍ଗ ଗ୍ରାମର ମହାପାତ୍ର ବଂଶଧର ମା’ଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଜଳଙ୍ଗ ଗ୍ରାମ ମୁଣ୍ଡରେ ଥିବା କୋଚିଳା ଗଛ ମୂଳେ ରଖିଥିଲେ। ପରେ ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ତ୍ୱେ ମା’ଙ୍କ ମୂର୍ତ୍ତିକୁ ଆଉ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। କିଛି ବର୍ଷ ପରେ ମହାପାତ୍ର ବଂଶର ଉତ୍ତରାଧିକାରୀ ପଦ୍ମଲୋଚନ ମହାପାତ୍ର, ବିନୋଦ ମହାପାତ୍ର, ଗ୍ରାମର ପୁରୁଖା ଲୋକ ଗୋବିନ୍ଦ ପଣ୍ଡା ଓ ପାଣ୍ଡୁ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ଲୋକମୁଖରୁ ଶୁଣିବାକୁ ମିଳୁଥିବା ସେତେବେଳର ଅନ୍ୟ ଏକ ଅଲୌକିକ ଘଟଣା ଅନୁଯାୟୀ ଏହି ମନ୍ଦିରଠାରୁ କିଛି ଦୂରରେ ବାସଙ୍ଗ ପୋଖରୀ ନାମରେ ଏକ ପୋଖରୀ ରହିଛି। କୌଣସି କର୍ମକର୍ମାଣି ପାଇଁ ଗ୍ରାମର କୌଣସି ଲୋକଙ୍କ ବାସନକୁସନ ଦରକାର ପଡିଲେ ଆଗଦିନରୁ ମା’ଙ୍କୁ ଗୁହାରି କରିଯାନ୍ତି। ପରଦିନ ସକାଳେ ସେତିକି ପରିମାଣର ବାସନ ଭାସୁଥିଲା ଯାହାକୁ ନେଇ ଗ୍ରାମବାସୀ କାର୍ଯ୍ୟରେ ଲଗାଇ ସାରି ପୁଣି ଆଣି ପୋଖରୀରେ ଭସାଇ ଦେଉଥିଲେ। ଏବେ ଏହି ସ୍ଥାନର ଗୁରୁତ୍ୱକୁ ଉପଲବ୍ଧି କରିବା ପରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉଦ୍ୟମରେ ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଯାଇଛି ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଓ ପୂଜକ ବେଣୁଧର ତିଆଡିଙ୍କ କହିବା ଅନୁଯାୟୀ ସକାଳ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri