ଆଇନର ନବୀକରଣ ଲୋଡ଼ା

ଡ.ମୌସୁମୀ ପରିଡ଼ା

 

କୌଣସି ଦୁର୍ଘଟଣାର ପୁନରାବୃତ୍ତି ଘଟିବା ଦୁର୍ଭାଗ୍ୟଜନକ। ସେଥିପାଇଁ ଆଇନକାନୁନ, ବ୍ୟବସ୍ଥା ବଦଳିବା ଜରୁରୀ। ଜନବହୁଳ ଦେଶରେ ଅସରନ୍ତି ସମସ୍ୟା ରହିବ, କିନ୍ତୁ ତା’ର ନିରାକରଣର ପଥ ସୁଗମ ହେବା ଉଚିତ। ଆବଶ୍ୟକ ସ୍ଥଳେ ନିୟମ ବଦଳିବା, ଧାରାରେ ସଂଶୋଧନ ହେବା ଅପରିହାର୍ଯ୍ୟ। କ୍ଷମତା ହାସଲ ଖେଳରେ ଦେଶର ସ୍ବାର୍ଥ, ନିରାପତ୍ତା ବିପନ୍ନ ନ ହେଉ। କୌଣସି ନାଗରିକ ବିନା ଦୋଷରେ ଦଣ୍ଡ ନ ପାଉ। ଯେକୌଣସି ସମସ୍ୟା ରୋଗ ପରି ଦେଶବାସୀଙ୍କୁ ସଂକ୍ରମିତ କରିବା ପୂର୍ବରୁ ବିହିତ ପଦକ୍ଷେପ ନେବା ଜରୁରୀ। ସଂକ୍ରମିତ ଅଙ୍ଗଟି କଟି ନ ଯାଉ। ଯେପରି ଖଲିସ୍ଥାନ ପରି ସମସ୍ୟା ଉପୁଜିଛି! ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପରି ଦେଶର ଶୃଙ୍ଖଳା ଅଣାୟତ୍ତ ହେବାବେଳେ ପ୍ରିଭେନ୍‌ସନ ବେଟର୍‌ ଦ୍ୟାନ୍‌ କିଓର୍‌ ନ୍ୟାୟରେ ପଦକ୍ଷେପ ନେବା ଜରୁରୀ।
ଆଖପାଖରେ ସବୁବେଳେ ଖରାପ ଘଟଣା ଘଟି ନ ଥାଏ। ଭଲ ଘଟଣାମାନ ବି ଘଟୁଛି। ସେଗୁଡ଼ିକର ପ୍ରଚାର ପ୍ରସାର ହେଉଛି ସାମାଜିକ ଗଣମାଧ୍ୟମ ଦ୍ୱାରା। ଖରାପ ଘଟଣା ସହ ଭଲ ଘଟଣାଗୁଡ଼ିକର ତର୍ଜମା କରାଗଲେ ଜନସଚେତନତା ସୃଷ୍ଟି ହେବ। ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ସକାରାମତ୍କ ଘଟଣାଗୁଡ଼ିକର ପ୍ରସାରପ୍ରଚାର କରି ଜନସଚେତନତା ସୃଷ୍ଟି କରନ୍ତୁ। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଲେ ହିଁ ସାମାଜିକ ପରିବର୍ତ୍ତନ ସମ୍ଭବ। ପରସ୍ପର କାଦୁଅ ଫିଙ୍ଗାଫିଙ୍ଗିରେ ସମସ୍ୟା ଆହୁରି କଦର୍ଯ୍ୟ ରୂପ ନେବ। ଆମ ଦେଶରେ ଖୁବ୍‌ ଶୀଘ୍ର ଲୋକମାନେ ପ୍ରତିକ୍ରିୟା ଦିଅନ୍ତି ଓ କିଛିଦିନ ଭିତରେ ସେ ଅଘଟଣକୁ ଭୁଲି ବି ଯାଅନ୍ତି। ପ୍ରାଥମିକ ସ୍ତରରେ ଯାହା ଲୋକଲୋଚନକୁ ଆସେ, ତାକୁ ନେଇ ତର୍କବିତର୍କ ଚାଲେ। ବର୍ଷ ବର୍ଷ ବିତିଯାଏ। ତଦନ୍ତର ନିଷ୍କର୍ଷ ଯାହା ଆସେ, ତାହା ଅନେକଙ୍କୁ ଭ୍ରମରେ ପକାଏ। କେତେଜଣ ଲୋକ ବ୍ୟବସ୍ଥାକୁ ନେଇ ଭ୍ରୂକଞ୍ଚନ କରନ୍ତି। କହିବା ବାହୁଲ୍ୟ, ସେତେବେଳେ ଲୋକମାନଙ୍କ ମନରେ ଅତୀତର ଦୁର୍ଘଟଣା ଆଗ ପରି ସତେଜ ନ ଥାଏ। ଏସବୁ ଗତାନୁଗତିକ। କିଛିଦିନର ହଇଚଇ ପରେ ସବୁ ଶାନ୍ତ। ଏହା ହିଁ ବିଡ଼ମ୍ବନା!
ଜନସଂଖ୍ୟା ବୃଦ୍ଧି, ଦେଶର ଅଖଣ୍ଡତା, ଧାର୍ମିକ ବିବାଦ ଭିତରେ ସମସ୍ୟାଗୁଡ଼ିକର ରୂପରେଖ ବଦଳିଚାଲିଛି। ତଦନୁଯାୟୀ ସାମ୍ବିଧାନିକ ନୀତିନିୟମମାନ ବଦଳିବା ଜରୁରୀ ହୋଇପଡ଼ିଛି। ପ୍ରତିଦିନ କୋର୍ଟକଚେରିଗୁଡ଼ିକରେ ଗଦାଗଦା ମାଲିମକଦମା ଦାଏର ହେଉଛି। ଫାଇଲ୍‌ ପରେ ଫାଇଲ୍‌ ପଡ଼ିରହୁଛି ତହସିଲ କାର୍ଯ୍ୟାଳୟରେ। ନିୟମ ବ୍ୟବସ୍ଥା ଯେତିକି ସହଜ ମନେହେଉଛି ସେହି ଅନୁସାରେ କାମ ହେଉନାହିଁ। ଜମିଜମା ମାମଲାରେ ଏ ଅଫିସ୍‌ରୁ ସେ ଅଫିସ୍‌କୁ ଧାଇଁଧାଇଁ ସାଧାରଣ ଲୋକଟିଏ ଅସହାୟ ହୋଇଯାଉଛି। ସରକାରୀ ଜମିଗୁଡ଼ିକୁ ଜବରଦଖଲକାରୀମାନେ ବର୍ଷ ବର୍ଷ ଧରି ମାଡିବସିଥିବାବେଳେ ନୀରବତା ଅବଲମ୍ବନ କରୁଥିବା ବିଭାଗୀୟ ଅଫିସରମାନେ ସମସ୍ୟାକୁ ଉପେକ୍ଷାକରି ପ୍ରମୋଶନଜନିତ ବଦଳି ପାଇଁ ରାଜଧାନୀ-ମୁହାଁ। ପରେ ସରକାରୀ ଜମିକୁ ମୁକୁଳେଇବାକୁ ପ୍ରଶାସନକୁ ଖୁବ୍‌ କସରତ କରିବାକୁ ପଡୁଛି। ଏଭଳି ଅସରନ୍ତି ସମସ୍ୟା ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଚାଲିଛି। ଯୋଜନାର ସୁଫଳ ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ସନ୍ଦେହ! ଏଭଳି ଦୁଃସ୍ଥିତିରେ ନୀରବଦ୍ରଷ୍ଟା ସାଜୁଥିବା ଅଧିକାରୀମାନେ କାହିଁକି କ୍ଷମତାସୀନ ହେଉଛନ୍ତି, କ୍ଷମତାଭୋଗ ପାଇଁ ନା ଜନସେବା ପାଇଁ ତାହା ଆଲୋଚନା ସାପେକ୍ଷ। କେବଳ କାଗଜ କଲମରେ ଅଭିବୃଦ୍ଧି ଦର୍ଶା ନ ଯାଉ। କ୍ଷମତାସୀନ ପଦାଧିକାରୀମାନେ ନିଜ ଦାୟିତ୍ୱ ପ୍ରତି ସଚେତନ ହେବା ଉଚିତ।
ପ୍ରାୟ ଅନେକ କେସ୍‌ର ଶୁଣାଣି ବିଳମ୍ବଜନିତ। ନିର୍ଦ୍ଦୋଷରେ ଜଣେ ବର୍ଷ ବର୍ଷ ଧରି କାରାଦଣ୍ଡ ଭୋଗିବା କେତେ ଯୁକ୍ତିଯୁକ୍ତ? ଫଳସ୍ବରୂପ ଅପରାଧୀମାନେ ଦିବାଲୋକରେ ଅଘଟଣ ଘଟାଇ ଫେରାର ହୋଇଯାଉଛନ୍ତି। ଧରାପଡ଼ିଲେ ବି ଭୟ ନାହିଁ। କାରଣ ପୂର୍ବରୁ ଖଲାସ ହୋଇଆସିଛନ୍ତି! ତେବେ କଥା ଅଟକିଛି ଆମ ବ୍ୟବସ୍ଥାଠାରେ। ଯେଉଁଠି ମାନବିକତା, ଉଦାରତା ଓ କ୍ଷମାକୁ ଦୁର୍ବଳତା ବୋଲି ଅସାମାଜିକମାନେ ଭାବିନେଇଛନ୍ତି। ଯେଉଁଠି ଅପରାଧ ଅନୁସାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡର ଆଦେଶ ଦିଆଯାଏ, ତାକୁ କୋହଳ କରିବାର ଗଳାବାଟଟି ମଧ୍ୟ ମହଜୁଦ ଥାଏ, ସେଠି ଫାଶୀଦଣ୍ଡକୁ ଅପରାଧୀ ଭୟ କରିବ କାହିଁକି? ପ୍ରସଙ୍ଗ ହେଉଛି- ଅପରାଧୀ ଯଦି ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୁଏ ତେବେ ସମାଜକୁ କି ବାର୍ତ୍ତା ଯିବ? ପ୍ରମାଣ ଲିଭାଇବା ପାଇଁ ଆଜିକାଲି କେତେ ଚଞ୍ଚକତା ହେଉଛି, କହିବା ଅନାବଶ୍ୟକ। ଅପରାଧର ପ୍ରତିରୋଧ ପାଇଁ ବିଶେଷ ନୀତିନିୟମ ପ୍ରଣୟନ କରାଯାଉ।
ବିଳମ୍ବଜନିତ ପ୍ରତିକ୍ରିୟା କିଭଳି ଉକତ୍ଟ ରୂପ ନିଏ, ମଣିପୁର ଦୁର୍ଘଟଣା ଏହାର ସଦ୍ୟ ପ୍ରମାଣ। ଉଚିତ ଅନୁଚିତ, ଠିକ୍‌ ଭୁଲ୍‌ର ଦ୍ୱାହିଦେଇ ପକ୍ଷ ବିପକ୍ଷ କାଦୁଅ ଫିଙ୍ଗାଫିଙ୍ଗି କଲେ ସୁଫଳ ମିଳିବାର ନାହଁ। ବାକ୍‌ ସ୍ବାଧୀନତାର ଅର୍ଥ ବାକ୍‌ ଉଦ୍ଦଣ୍ଡତା ବା ସ୍ବେଚ୍ଛାଚାରିତା ନୁହେଁ। ମର୍ଯ୍ୟାଦା ଭିତରେ ଥାଇ ପ୍ରତିରୋଧ କରିବା ଜରୁରୀ। ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଭାଷା ଅନ୍ୟାୟ ଅଧର୍ମର ପ୍ରତିରୋଧ ନ କରି ପରିବେଶକୁ ଅଶାନ୍ତିକର ଓ ଜଟିଳ କରୁଛି। ସେଥିପାଇଁ ଅଙ୍କୁଶ ନାହିଁ। ୭୮୭ କୋଟି ଲୋକଙ୍କ ଭିତରେ ୫୬.୭ ପ୍ରତିଶତ ଲୋକେ ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତିି। ସର୍ଭେ ଅନୁସାରେ ୧୩-୧୭ ବର୍ଷ ଭିତରେ ୯୦ ପ୍ରତିଶତ ପିଲା ଏହାଦ୍ୱାରା ପ୍ରଭାବିତ। ସେମାନଙ୍କ ଭିତରୁ ୬୦ ପ୍ରତିଶତ ପିଲାମାନଙ୍କର ସୋସିଆଲ ଆକାଉଣ୍ଟ ରହିଛି। କହିବା ଅନାବଶ୍ୟକ ଆମ ଉତ୍ତରପିଢ଼ି ସମାଜଠାରୁ ଅଶ୍ଳୀଳତା ଶିକ୍ଷା ପାଉଛନ୍ତି!
ପରିସଂଖ୍ୟାନ ଅନୁଯାୟୀ ଚଳିତବର୍ଷ ୨୦୨୩ରେ ଆମ ଦେଶର ଆପରାଧିକ ମାମଲା ପାଖାପାଖି ୪୪୬ (୧ଲକ୍ଷ ଲୋକଙ୍କ ଭିତରେ) ହୋଇଥିବାବେଳେ ଏହି ସଂଖ୍ୟା ଗତବର୍ଷଗୁଡ଼ିକଠାରୁ ୦.୫୬ ପ୍ରତିଶତ କମ୍‌। କିନ୍ତୁ ବଳାତ୍କାର ମାମଲା ୧.୧ ପ୍ରତିଶତ ବୃଦ୍ଧିପାଇବା ଚିନ୍ତାଜନକ। ସମ୍ବିଧାନରେ ମୌଳିକ ଅଧିକାରକୁ ନେଇ ହେଉଥିବା ଚର୍ଚ୍ଚା ଏକପାଖିଆ ହୋଇ ବହୁବିଧ ଆପରାଧିକ ମାମଲାକୁ ପ୍ରୋତ୍ସାହିତ ନ କରୁ। ପ୍ରତିକାର ସ୍ବରୂପ ନୂତନ ଆଇନକାନୁନ ପ୍ରଣୟନ କରାଯାଇ ସାମାଜିକ ବିଶୃଙ୍ଖଳାରେ ପ୍ରତିବନ୍ଧକ ଲଗାଯାଉ। ବାକ୍‌ ସ୍ବେଚ୍ଛାଚାରୀଙ୍କ ପ୍ରତି ଅଙ୍କୁଶ ଲାଗୁ। ଉପରୋକ୍ତ ସମସ୍ୟା ଭଳି ଅନେକ ସମସ୍ୟା ରହିଛି। ସମ୍ବିଧାନିକ ନୀତିନିୟମ ସଂଶୋଧିତ ନ ହେଲେ ଆଗକୁ ଉକତ୍ଟ ସ୍ଥିତି ଉପୁଜିବା ସହ ଦେଶ ବିଭାଜନର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
ମୋ-୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri