ନେକ୍‌ ଡିଜାଇନ୍‌ ଓ ନେକଲେସ୍‌

ଶାଢି, ଡ୍ରେସ୍‌ ହେଉ ଅବା ଲେହେଙ୍ଗା ଏସବୁ ସହ କେଉଁ ନେକ୍‌ଲେସ୍‌ ପିନ୍ଧିଲେ ପରଫେକ୍ଟ ଲୁକ୍‌ ମିଳିବ ଅନେକ ସମୟରେ ଜାଣି ହୁଏନା। ତେବେ ଯଦି ବ୍ଲାଉଜ୍‌ ଓ ଡ୍ରେସ୍‌ର ନେକ ଡିଜାଇନ୍‌ ଅନୁସାରେ ନେକଲେସ୍‌ ବାଛିବେ, ଏହି କାମ ହୋଇଯିବ ସହଜ….

କଲାର ନେକ: କଲାର ନେକ୍‌ ବ୍ଲାଉଜ ବହୁତ ଷ୍ଟାଇଲିଶ ଲାଗେ। ଏମିତିକି ଏହି ନେକ୍‌ର ଡ୍ରେସ୍‌ ବି ବହୁତ କ୍ୟୁଟ୍‌ ଲୁକ୍‌ ଦେଇଥାଏ। କଲାର ନେକ୍‌ ବ୍ଲାଉଜ୍‌ ବ୍ରୋକେଡ କିମ୍ବା ଟେକ୍ସଚର୍ଡ ଫ୍ୟାବ୍ରିକ୍‌ର ହୋଇଥିଲେ ହେଭି ଜୁଏଲାରୀ ଭଲ ଲାଗି ନ ଥାଏ। କାରଣ ଏହି ଫ୍ୟାବ୍ରିକ୍‌ରେ ବହୁତ ହେଭି ଓ୍ବାର୍କ ଆଗରୁ ହିଁ ହୋଇଥାଏ। ପ୍ଲେନ୍‌ କଲାର୍‌ ବ୍ଲାଉଜ୍‌ ପିନ୍ଧୁଥିଲେ ଲେୟର୍ଡ ନେକଲେସ୍‌ ଅବା ଚେନ୍‌ ପିନ୍ଧିପାରିବେ। ସିମ୍ପଲ କଲାର୍‌ ନେକ ଡ୍ରେସ୍‌ରେ ହେଭି ଓ୍ବାର୍କବାଲା ନେକଲେସ୍‌ ପିନ୍ଧି ପାରିବେ। କିନ୍ତୁ ଓ୍ବାର୍କ ହୋଇଥିବା କଲାର୍‌ ନେକ୍‌ ଡ୍ରସ୍‌ରେ ପତଳା ଚେନ୍‌ ସହ ପେଣ୍ଡେଣ୍ଟ ପିନ୍ଧିପାରିବେ। କୌଣସି ନେକ୍‌ଲେସ୍‌ ନ ପିନ୍ଧିଲେ ବି ଲୁକ୍‌ ବହୁତ ସୁନ୍ଦର ଲାଗିଥାଏ।

ହାଈ ରାଉଣ୍ଡ ନେକ୍‌: କଲାର ବୋନ୍‌କୁ କଭର୍‌ କରୁଥିବା ହାଇ ରାଉଣ୍ଡ ନେକ୍‌ ବ୍ଲାଉଜ୍‌ ପିନ୍ଧୁଥିଲେ ହେଭି ନେକ୍‌ଲେସ୍‌ ପିନ୍ଧିବା ଉଚିତ ନୁହେଁ। ଖାସ୍‌ କରି ବ୍ରୋକେଡ୍‌ର ହାଈ ରାଉଣ୍ଡ ନେକ ବ୍ଲାଉଜ ପିନ୍ଧୁଥିଲେ ଜମାରୁ ହେଭି ନେକ୍‌୍‌ଲେସ୍‌ ପିନ୍ଧନ୍ତୁ ନାହିଁ। ଏମିତିରେ କାନରେ ହେଭି ଷ୍ଟଡ ବା ଇୟରରିଂ ପିନ୍ଧି ପାରିବେ। କିଛି ଖାସ୍‌ ଅବସର ହୋଇଥିଲେ ବ୍ରୋକେଡ ବ୍ଲାଉଜ ସହ ନେକ୍‌ଲାଇନ୍‌ ଆକାରର ନେକ୍‌ଲେସ୍‌ ପିନ୍ଧିପାରିବେ। ପ୍ଲେନ୍‌ ହାଈ ରାଉଣ୍ଡ ନେକ୍‌ ବ୍ଲାଉଜ୍‌ ଅବା ଡ୍ରେସ୍‌ରେ ଲମ୍ବା ଚେନ୍‌ ବା ନେକ୍‌ଲେସ୍‌ ପିନ୍ଧିପାରିବେ।

ଡିପ୍‌ ଭି ନେକ୍‌: ଏଭଳି ନେକ୍‌ ଡିଜାଇନ୍‌ ସହ ଶର୍ଟ, ଫୁଲର୍‌ ନେକଲେସ୍‌ ଅବା ଷ୍ଟେଟମେଣ୍ଟ ଜୁଏଲାରୀ ଭଲ ଲାଗିଥାଏ। ଏହି ଜୁଏଲାରୀ ନେକ୍‌ଲାଇନ୍‌କୁ ଆହୁରି ଅଧିକ ସୁନ୍ଦର କରିଥାଏ। ଏହାବାଦ ଲଙ୍ଗ ଏଙ୍ଗୁଲାର ପେଣ୍ଡେଣ୍ଟ ବି ପିନ୍ଧିପାରିବେ।

ସ୍ବିଟହାର୍ଟ ନେକ୍‌: ସ୍ବିଟହାର୍ଟ ନେକ୍‌ଲାଇନ୍‌ ବହୁତ ସୁନ୍ଦର ଲାଗେ। ଏହି ନେକ୍‌ଲାଇନ ଥିବା ବ୍ଲାଉଜ୍‌, ଡ୍ରେସ୍‌ ହେଉ କି ଗାଉନ୍‌ ପିନ୍ଧୁଥିଲେ ଜୁଏଲାରୀ ପ୍ରତି ଖାସ୍‌ ଧ୍ୟାନ ଦେବା ଉଚିତ। ଏଭଳି ନେକ୍‌ଲାଇନ୍‌ ପାଇଁ ମୋତି କିମ୍ବା ସିମ୍ପଲ ପେଣ୍ଡେଣ୍ଟ ଓ ନେକ୍‌ପିସ୍‌ କ୍ୟାରି କରିପାରିବେ। ତେବେ ଧ୍ୟାନ ଦେବା ଜରୁରୀ ଯେ, ନେକ୍‌ ଲାଇନ୍‌ର ଉପରକୁ ନେକ୍‌ଲେସ୍‌ ରହୁଥିବ। ସୁଇଟ୍‌ହାର୍ଟ ନେକ୍‌ଲାଇନ୍‌କୁ କଭର କରୁ ନ ଥିବ।

ବୋଟ୍‌ ନେକ୍‌, ଡିପ୍‌ ରାଉଣ୍ଡ ଅବା ସ୍କ୍ବୋୟାର୍‌ ନେକ୍‌: ଡିପ୍‌ ନେକ୍‌ ଲାଇନ୍‌ ଓ ବୋଟ୍‌ ନେକ୍‌ ପାଇଁ ଚୋକର୍‌ ଏକ ଭଲ ଅପ୍ସନ। ଏହା କଲାର୍‌ ବୋନ୍‌୍‌କୁ ଏମ୍ଫାସାଇଜ୍‌ କରେ। ଫଳରେ ଆପଣ ଟଲ ଓ ଏଙ୍ଗୁଲାର୍‌ ଲୁକ୍‌ ପାଇବେ। ଚୋକର୍‌ ସହ ଷ୍ଟଡ ଅବା ଛୋଟ ହ୍ୟାଙ୍ଗିଙ୍ଗ ଇୟରରିଂ ପିନ୍ଧିଲେ ଭଲ ଲାଗିବ। ବୋଟ୍‌ ନେକ୍‌ ସହ ଝୁମକା, ହେଭି ଇୟରରିଂ ମଧ୍ୟ ଗର୍ଜିୟସ୍‌ ଲୁକ୍‌ ଦେଇଥାଏ। ବେକରେ ଏକ ସରୁ ଚୋକର୍‌ ବି ଲୁକ୍‌କୁ ବହୁତ ସୁନ୍ଦର କରିଦିଏ। ଏହାଛଡା ଲମ୍ବା ସିମ୍ପଲ ନେକପିସ୍‌ ମଧ୍ୟ ଟ୍ରାଏ କରିପାରିବେ।
ହଲ୍ଟର ନେକ୍‌: ଏହି ନେକ୍‌ ଡିଜାଇନ୍‌ର ବ୍ଲାଉଜ, ଟପ୍‌ ଓ ଡ୍ରେସ୍‌ ବହୁତ ଷ୍ଟାଇଲିଶ ଲୁକ୍‌ ଦେଇଥାଏ। ଏହା ସହ ହେଭି ଡିଜାଇନ୍‌ ହୋଇ ନ ଥିବା ଛୋଟିଆ ନେକ୍‌୍‌ଲେସ୍‌, ଅବା କିଛି ମଡର୍ଣ୍ଣ ନେକ୍‌ପିସ୍‌ କ୍ୟାରୀ କରିପାରିବେ।

ଷ୍ଟ୍ରାପ୍‌ଲେସ୍‌: ଷ୍ଟ୍ରାପଲେସ୍‌ ମଡର୍ଣ୍ଣ ଡ୍ରେସ୍‌ ସହ ବେକରେ ମଡର୍ଣ୍ଣ ଡିଜାଇନ୍‌ର ଚୋକର ବହୁତ ଭଲ ଦେଖାଯାଇଥାଏ। ଅବା ନେକ୍‌ବୋନ ପର୍ଯ୍ୟନ୍ତ ଅବା ନେକ୍‌ଲାଇନ୍‌ ଉପର ପର୍ଯ୍ୟନ୍ତ ଲମ୍ବି ରହୁଥିବା ହେଭି ଡିଜାଇନ୍‌ର ନେକ୍‌ଲେସ୍‌ ବି ପିନ୍ଧିପାରିବେ। ଏହା ବେଶ୍‌ ଏଲିଗାଣ୍ଟ ଲୁକ୍‌ ଦିଏ।

ଅଫ୍‌ ସୋଲ୍ଡର: ଅଫ୍‌ ସୋଲ୍ଡର ଡ୍ରେସ୍‌ ସହ ଏସିମେଟ୍ରିକ ନେକ୍‌ଲେସ୍‌ ଭଲ ଲାଗେ। ତା’ଛଡା ଲମ୍ବା ଚେନ୍‌ରେ ବଡ ପେଣ୍ଡେଣ୍ଟ ବି ସ୍ମାର୍ଟ ଲୁକ୍‌ ଦିଏ। ପାର୍ଟି ପାଇଁ ଅଫ୍‌ ସୋଲ୍ଡର ବ୍ଲାଉଜ ସହ ଷ୍ଟୋନ ବାଲା ହେଭି ନେକଲେସ୍‌ ପିନ୍ଧି ପାରିବେ।
କାଓଲ ନେକ: ଏହି ନେକ୍‌ର ଡ୍ରେସ୍‌ରେ ନେକ୍‌ଲେସ୍‌ ନ ପିନ୍ଧିଲେ ଲୁକ୍‌ ସ୍ମାର୍ଟ ଲାଗେ। ତେବେ ଚାହିଁଲେ ସରୁ ଚେନ୍‌ରେ ପେଣ୍ଡେଣ୍ଟ ଟ୍ରାଏ କରିପାରିବେ। ଏହା ସିମ୍ପଲ ଓ ଏଲିଗାଣ୍ଟ ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri