ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ

ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ ଗୃହପାଳିତ ପ୍ରାଣୀଙ୍କଠାରେ ଅନେକ ପ୍ରକାର ରୋଗ ଦିନକୁ ଦିନ ଦେଖାଦେଉଥିବାବେଳେ ସେପଟେ ଆବଶ୍ୟକ ଔଷଧ ମିଳୁ ନ ଥିବାରୁ ଗୃହପାଳିତ ପ୍ରାଣୀ ସଙ୍କଟରେ ରହିଥିବା ଅଭିଯୋଗ ହୋଇଛି।
ରାଉରକେଲା ସହରର ଡୁମେରତା, ତରକେରା, ଆର୍‌ଏସ କଲୋନୀ ଓ ପ୍ରଧାନପାଲି ଅଞ୍ଚଳରେ ଗୋରୁ,ମଇଁଷି, ଛେଳି, ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରୁଥିବା ଲୋକେ ରାଉରକେଲା ପ୍ରାଣୀସମ୍ପଦ ବିଭାଗ ଚିକିତ୍ସାଳୟ ତଥା ଏଲ୍‌ଆଇ କେନ୍ଦ୍ର ଉପରେ ନିର୍ଭର କରନ୍ତି। ସେମାନେ ଗୃହପାଳିତ ପ୍ରାଣୀଙ୍କର ବିଭିନ୍ନ ରୋଗ ପାଇଁ ଆବଶ୍ୟକୀୟ ଔଷଧ ପାଉ ନ ଥିବା ଅଭିଯୋଗ କରିଛନ୍ତି। ରାଉରକେଲା ପ୍ରାଣୀସମ୍ପଦ ବିଭାଗ ମାଧ୍ୟମରେ ସହରର ପ୍ରାଣୀ ସମ୍ପଦ ଚିକିତ୍ସା କାର୍ଯ୍ୟ ସମ୍ପାଦନ ହୋଇଥାଏ। ସହରରେ ୩୭ଜଣ ପ୍ରାଣୀ ଚିକିତ୍ସକ (ଏଲଆଇ)ଙ୍କ ଦ୍ୱାରା ସହରରେ ସର୍ବମୋଟ ୭ହଜାର ୧୦୨ଗାଈ, ୧୬୮୬ ମଇଁଷି, ୪ହଜାର ୭୭୭ ଛେଳି ଓ ୧୨୧ମେଣ୍ଢାର ଚିକିତ୍ସା ହେଉଥିବା ବିଭାଗ ପକ୍ଷରୁ ଦର୍ଶାଯାଉଛି। ବର୍ଷା ସମୟରେ ଫାଟୁଆ,ଏଚଏସ,ବୃଷେଲା, ଆନ୍ଥ୍ରାନ୍ସ, ଜୁବଜୁବିଆ ଆଦି ରୋଗ ପ୍ରାଣୀସମ୍ପଦ ମଧ୍ୟରେ ବ୍ୟାପିଥାଏ। ଏଣୁ ପ୍ରାଣୀସମ୍ପଦ ନିମନ୍ତେ ଉପରୋକ୍ତ ରୋଗ ଦମନ ପାଇଁ ବିଭିନ୍ନ ପ୍ରକାର ଟୀକା ଦିଆଯାଇଥାଏ। ମାତ୍ର ପ୍ରାଣୀ ସମ୍ପଦର ସାଧାରଣ ଚିକିତ୍ସା ନିମନ୍ତେ ଆବଶ୍ୟକ ଥିବା ଔଷଧ ଆବଶ୍ୟକ ମୁତାବକ ପ୍ରାଣୀକେନ୍ଦ୍ର ପାଖରେ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ପାଳନକାରୀ ହଟହଟା ହେଉଥିବା ଅଭିଯୋଗ କରିଛନ୍ତି। ଗୋରୁ, ଛେଳି ଆଦି ଧରି କେନ୍ଦ୍ରକୁ ଚିକିତ୍ସା ପାଇଁ ନେଲେ, କେନ୍ଦ୍ରରେ ପ୍ରାଣୀ ଚିକିତ୍ସକ ୧ଟଙ୍କା ୟୁଜର ଫି ସହିତ ଲମ୍ବା ଔଷଧ ଚିଠା ଦେଉଛନ୍ତି। ବହୁତ ସମୟରେ ଦର୍ଶିତ ଔଷଧ ସହରର ପ୍ରାଣୀସମ୍ପଦ ଔଷଧାଳୟମାନଙ୍କରେ ମିଳୁନାହିଁ। ଫଳରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ସ୍ବାସ୍ଥ୍ୟସେବା କରାଇ ନ ପାରୁଥିବା ହେତୁ ପ୍ରାଣୀ ପାଳନ ଜୀବିକାରୁ ଦୂରେଇ ଯାଉଛନ୍ତି ଲୋକେ। ଏଣୁ ପ୍ରାଣୀସମ୍ପଦ କେନ୍ଦ୍ର ମାଧ୍ୟମରେ ଯଦି ସମସ୍ତ ପ୍ରକାର ଔଷଧ ମିଳିବା ସୁଲଭ ହୁଅନ୍ତା, ତେବେ ରାଉରକେଲା ସହରରେ ପ୍ରାଣୀସମ୍ପଦର ନିଶ୍ଚିତ ଅଭିବୃଦ୍ଧି ହୁଅନ୍ତା ବୋଲି ପ୍ରଧାନପାଲି, ଡୁମରେତା, ତରକେରା ଓ ଆରଏସ କଲୋନୀର ଅଶ୍ରୁତା ବାଘେଲ, ବୁଧବା ଓରାମ, ଗହ୍ମା ଓରାମ ଓ ବିର୍ସା ଓରାମ ପ୍ରମୁଖ କହିଛନ୍ତି। ଏନେଇ ରାଉରକେଲା ପ୍ରାଣୀସମ୍ପଦ ଅଧିକାରୀ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, କେନ୍ଦ୍ରାଳୟକୁ ମାସିକ କେବଳମାତ୍ର ୧୫ହଜାର ଟଙ୍କା ଔଷଧ ଆସୁଛି। ୩ ମାସ ହେଲା ଔଷଧ ଟିକିଏ ହ୍ରାସ ହୋଇଛି। ଆବଶ୍ୟକ ମୁତାବକ ଔଷଧ ରଖୁ। ସରକାର ବୁଲାକୁକୁରଙ୍କ ପାଇଁ ଔଷଧ ବ୍ୟବସ୍ଥା ନିର୍ଦ୍ଧାରିତ କରିଛନ୍ତି। ଗୃହପାଳିତ କୁକୁର ଚିକିତ୍ସା ପାଇଁ କୌଣସି ପ୍ରକାରର ମାଗଣା ଔଷଧ ବ୍ୟବସ୍ଥା ନାହିଁ। ମାତ୍ର ଗୋରୁ, ଛେଳି, ମଇଁଷି, ମେଣ୍ଢା ଆଦି ଜୀବିକା ପ୍ରଦାନକାରୀ ପ୍ରାଣୀସମ୍ପଦ ପାଇଁ ଔଷଧ ଆସୁଛି ଓ ବିତରଣ ମଧ୍ୟ ହେଉଛି। ଗୋରୁ, ଛେଳି, ମେଣ୍ଢା ପାଳନ କରିଥିବା ଯେଉଁ ବ୍ୟକ୍ତିଙ୍କର ସମସ୍ୟା ରହିଛି ତାର ସମାଧାନ କିଭଳି ହେବ ସେ ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri