ଇରାନରେ ରକ୍ତପାତ: ଆନ୍ଦୋଳନରେ ୨,୦୦୦ ମୃତ, ପ୍ରଥମ ଥର ପାଇଁ ସ୍ୱୀକାର କଲେ ସରକାର

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ଜଣେ ଇରାନୀୟ ଅଧିକାରୀ ମଙ୍ଗଳବାର ‘ରଏଟର୍ସ’କୁ ସୂଚନା ଦେଇଛନ୍ତି। ଦେଶରେ ଚାଲିଥିବା ଦମନଲୀଳା ମଧ୍ୟରେ ସରକାରୀ ସ୍ତରରେ ଏତେ ବଡ଼ ସଂଖ୍ୟକ ମୃତ୍ୟୁକୁ ସ୍ୱୀକାର କରାଯିବା ଏହା ପ୍ରଥମ ଘଟଣା।

ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ମୃତ୍ୟୁ ପଛରେ କେତେକ “ଆତଙ୍କବାଦୀ” ଗୋଷ୍ଠୀର ହାତ ରହିଛି। ସେମାନେ ଉଭୟ ପ୍ରଦର୍ଶନକାରୀ ଓ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି। ତେବେ ମୃତକଙ୍କ ମଧ୍ୟରୁ କେତେ ଜଣ ଆନ୍ଦୋଳନକାରୀ ଏବଂ କେତେ ସୁରକ୍ଷାକର୍ମୀ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଦେଶର ଖରାପ ଆର୍ଥିକ ସ୍ଥିତି ଓ ମୁଦ୍ରାସ୍ଫୀତିକୁ ନେଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗତ ବର୍ଷ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଉପରେ ଚାପ ବୃଦ୍ଧି ପାଇଛି।

ଇରାନ ସରକାର ଆର୍ଥିକ ସମସ୍ୟାକୁ ନେଇ ହେଉଥିବା ବିକ୍ଷୋଭକୁ “ବୈଧ” ବୋଲି କହିଥିଲେ ହେଁ, ପରବର୍ତ୍ତୀ ସମୟରେ ଏହାକୁ କଠୋର ହସ୍ତରେ ଦମନ କରିଛନ୍ତି। ଆମେରିକା ଓ ଇସ୍ରାଏଲ ଏହି ଅଶାନ୍ତିକୁ ପ୍ରୋତ୍ସାହିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ପ୍ରସାରଣକୁ ରୋକିବା ପାଇଁ ଦେଶରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗୁଳି ବିନିମୟ, ଗାଡ଼ି ଓ କୋଠାରେ ନିଆଁ ଲଗାଇ ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାନବାଧିକାର ସଂଗଠନଗୁଡ଼ିକ ଏହି ମୃତ୍ୟୁ ସଂଖ୍ୟା ଓ ହଜାର ହଜାର ଲୋକଙ୍କ ଗିରଫଦାରୀକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri