ନୂଆଦିଲ୍ଲୀ୨୫।୭(ପି.ଟି.): ଭାରତୀୟ କ୍ରୀଡ଼ାର ଉନ୍ନତି ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ୨୦୨୮ ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ-୧୦ ମଧ୍ୟରେ ସ୍ଥାନିତ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ସରକାରଙ୍କ ‘ଟାର୍ଗେଟ୍ ଅଲିମ୍ପିକ ପୋଡିୟମ ଜୁନିୟର ସ୍କିମ୍’ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏଥିରେ ସରକାର କୌଣସି ହେଳା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
‘ଟାର୍ଗେଟ ଅଲିମ୍ପିକ ପୋଡିୟମ ଜୁନିୟର ସ୍କିମ୍’ ମାଧ୍ୟମରେ ୧୦ ଓ ୧୨ ବର୍ଷର ପିଲାଙ୍କୁ ଚିହ୍ନଟ କରି ଲସ୍ ଏଞ୍ଜେଲସ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ରହିଛି। ଭାରତକୁ ଏକ ସ୍ପୋର୍ଟିଂ ପାଓ୍ବାର ହାଉସ୍ ବନାଇବା ଆମର ଲକ୍ଷ୍ୟ ବୋଲି ଇଣ୍ଡିଆ ଟୁଡେ ମାଇଣ୍ଡ୍ରକ୍ସ ଇଭେଣ୍ଟରେ ଯୋଗ ଦେଇ ସେ କହିଛନ୍ତି।
ଏହି ଯୁବ ପ୍ରତିଭାସମ୍ପର୍ଣ୍ଣ ଖେଳାଳିଙ୍କୁ ବିଶ୍ୱସ୍ତରୀୟ କୋଚିଂର ସୁବିଧା ସୁଯୋଗ ଦିଆଯିବ। ଯାହା ଫଳରେ ୧୦-୧୩ ବର୍ଷର ପିଲା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ ଚାମ୍ପିୟନ ହେବା ପାଇଁ ପ୍ରସ୍ତୁତ ହୋଇପାରିବେ। ଏହି ସ୍କିମ୍ ମାଧ୍ୟମରେ ଆମେ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବୁ। ଏଥିସହିତ ଭାରତୀୟ କୋଚ୍ମାନଙ୍କ ଦକ୍ଷତା ବଢାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବୁ। କୋଚ୍ମାନଙ୍କର ୨ ଲକ୍ଷ ଟଙ୍କା ସାଲାରି କ୍ୟାପ୍କୁ ମଧ୍ୟ ବାତିଲ କରାଯାଇଛି। ପୁଣି କୋଚ୍ମାନଙ୍କ କାର୍ଯ୍ୟକାଳକୁ ମଧ୍ୟ ବଢାଯାଇଛି। ଏହ ସବୁ ପଦକ୍ଷେପ କ୍ରୀଡ଼ା ଉନ୍ନତିରେ ସହାୟକ ହେବ ବୋଲି ସେ କହିଛନ୍ତି। ୨୦୨୮ ବେଳକୁ ଭାରତ କିପରି ମେଡାଲ ତାଲିକାରେ ଟପ୍-୧୦ରେ ସ୍ଥାନ ପାଇବେ ସେ ନେଇ ଯୋଜନା କରାଯିବା ସହ ଏଗୁଡିକୁ କାର୍ଯ୍ୟକାରୀ କରାଯିବ। ଭାରତକୁ ଏକ ସ୍ପୋଟର୍ସ ପାଓ୍ବାର ହାଉସ୍ରେ ପରିଣତ କରିବାକୁ ହେଲେ ଦେଶରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବାକୁ ପଡିବ ବୋଲି ରିଜିଜୁ କହିଛନ୍ତି।
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ
ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ପୂର୍ବତନ ବାୟୁସେନା ଅଧିକାରୀ ଗିରଫ
ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ରିକି କେଜ୍ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ
ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍ କଭର ଚୋରି...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
Archives


