ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ ଦେବାକୁ ପଡିବ। ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗ (ଏନସିଡିଆରଡିସି) ମହିଳାଙ୍କୁ ଦୁଇ କୋଟି କ୍ଷତିପୂରଣ ଦେବାକୁ ସେଲୁନ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିବାନୁସାରେ, ସେଲୁନ କେବଳ ମହିଳାଙ୍କ କେଶକୁ ଭୁଲ ଭାବେ କାଟି ନାହିଁ ବରଂ ଭୁଲ କେଶ ଔଷଧ ଦେଇ କେଶକୁ ସ୍ଥାୟୀ କ୍ଷତି ପହଞ୍ଚାଇଛି। ଏହି କାରଣରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଆର.କେ ଅଗ୍ରୱାଲ ଏବଂ ଡା. ଏସଏମ କାନ୍ତିକର ଏହି ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ଆୟୋଗ ମଧ୍ୟ ଘଟଣା ସମୟରେ ମହିଳାଙ୍କ ଆୟ କତା ମଧ୍ୟ ଆଲୋଚନାକୁ ନେଇଥିଲେ।
ଏହି ଘଟଣା ଏପ୍ରିଲ ୨୦୧୮ରୁ ଆରମ୍ଭ ହୋଇଥିଲା। ଜଣେ ମହିଳା କେଶ ଚିକିତ୍ସା ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲର ସେଲୁନ ଯାଇଥିଲେ, କିନ୍ତୁ ତାଙ୍କ କେଶ ଭୁଲ ଭାବେ କଟାଇଥିଲା। ଏଥିରେ ମହିଳାଙ୍କ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। କାରଣ ମହିଳା ଜଣକ ହେୟାର ପ୍ରଡକ୍ଟର ମଡେଲ ଥିଲେ ଏବଂ ଅନେକ ବଡ ହେୟାର କେୟାର ବ୍ରାଣ୍ଡ ପାଇଁ ମଡେଲଂ କରୁଥିଲେ। ସେଲୁନର ଭୁଲ କେଶ ଚିକିତ୍ସା ହେତୁ ମହିଳାଙ୍କ ମଡେଲିଂ ଦୁନିଆରେ ଆଉ ଆଗକୁ ବଢିପାରି ନ ଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ଜଣକ କହିଥିଲେ ଯେ, ସେଲୁନର ରାସାୟନିକ ପଦାର୍ଥ ଯୋଗୁ ତାଙ୍କ କେଶ ନଷ୍ଟ ହୋଇଯାଇଥିଲା ଏବଂ ଏହା ପରେ ସେ ତିନି କୋଟି କ୍ଷତିପୂରଣ ମାଗି ଜାତୀୟ ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ନିକଟକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri