ଶାହାରୁଖ-ଅନନ୍ୟାଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୨୧ ।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ଅଡୁଆ ବଢି ବଢି ଯାଉଛି । ଗୁରୁବାର ଗୋଟିଏ ପଟେ ସେ ଜେଲ ଯାଇ ପୁଅ ଆର୍ଯ୍ୟନ ଖାଁଙ୍କୁ ଭେଟିଥିବା ବେଳେ ଅନ୍ୟ ପଟେ ଗୁରୁବାର ତାଙ୍କ ଘରେ ଏନ୍‌ସିବି ଟିମ୍ ପହଞ୍ଚିଥିବା ଖବର ମିଳିଛି । ଏହାସହ ବଲିଉଡ୍ ଅଭିନେତ୍ରୀ ତଥା ଷ୍ଟାର କିଡ୍ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ ଏନ୍‌ସିବି ଟିମ୍ ପହଞ୍ଚିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁରୁବାର ଦିନ ପ୍ରାୟ ୧ଟା ବେଳେ ଏନ୍‌ସିବି ଟିମ୍ ଶାହାରୁଖଙ୍କ ଘର “ମନ୍ନତ”ରେ ପହଞ୍ଚିଥିଲେ । ସେଠାରେ ସେ ଆର୍ଥର ରୋଡ ଜେଲରେ ବନ୍ଦୀ ଥିବା ତାଙ୍କ ପୁଅ ଆର୍ଯ୍ୟନଙ୍କ ବିଷୟରେ ତଥ୍ୟ ମାଗିଥିଲେ । ଶାହାରୁଖଙ୍କ ମ୍ୟାନେଜର ପୂଜାଙ୍କୁ ଏନ୍‌ସିବି ପକ୍ଷରୁ ଏକ ନୋଟିସ ଦିଆଯାଇଥିଲା । ଯେଉଁଥିରେ ଆର୍ଯ୍ୟନଙ୍କ ଶିକ୍ଷାଗତ ଯୋଗ୍ୟତା ସହ ଅନ୍ୟ କିଛି ତଥ୍ୟ ପରିବାରଠାରୁ ମଗାଯାଇଥିବା ଜଣାପଡିଛି । ଏହାସହ ଏନ୍‌ସିବି ପକ୍ଷରୁ ଆର୍ଯ୍ୟନଙ୍କ ମେଡିକାଲ ହିଷ୍ଟ୍ରି ଓ ଯଦି କୌଣସି ଔଷଧ ନେଉଥିଲେ ତେବେ ତା’ର ପ୍ରେସକ୍ରିପଶନ ମାଗିଛନ୍ତି । ପୁଣି ବିଦେଶରେ ଯେଉଁଠି ଯେଉଁଠି ଆର୍ଯ୍ୟନ ରହିଛନ୍ତି ସେ ସମ୍ପର୍କରେ ଡକ୍ୟୁମେଣ୍ଟସ୍ ମାଗିଛି ଏନ୍‌ସିବି । ଏହାସହ ଏନ୍‌ସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ବି ପହଞ୍ଚି ସେଠାରୁ କିଛି ଜିନିଷ ଜବତ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri