ଶାହାରୁଖ-ଅନନ୍ୟାଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୨୧ ।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ଅଡୁଆ ବଢି ବଢି ଯାଉଛି । ଗୁରୁବାର ଗୋଟିଏ ପଟେ ସେ ଜେଲ ଯାଇ ପୁଅ ଆର୍ଯ୍ୟନ ଖାଁଙ୍କୁ ଭେଟିଥିବା ବେଳେ ଅନ୍ୟ ପଟେ ଗୁରୁବାର ତାଙ୍କ ଘରେ ଏନ୍‌ସିବି ଟିମ୍ ପହଞ୍ଚିଥିବା ଖବର ମିଳିଛି । ଏହାସହ ବଲିଉଡ୍ ଅଭିନେତ୍ରୀ ତଥା ଷ୍ଟାର କିଡ୍ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ ଏନ୍‌ସିବି ଟିମ୍ ପହଞ୍ଚିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁରୁବାର ଦିନ ପ୍ରାୟ ୧ଟା ବେଳେ ଏନ୍‌ସିବି ଟିମ୍ ଶାହାରୁଖଙ୍କ ଘର “ମନ୍ନତ”ରେ ପହଞ୍ଚିଥିଲେ । ସେଠାରେ ସେ ଆର୍ଥର ରୋଡ ଜେଲରେ ବନ୍ଦୀ ଥିବା ତାଙ୍କ ପୁଅ ଆର୍ଯ୍ୟନଙ୍କ ବିଷୟରେ ତଥ୍ୟ ମାଗିଥିଲେ । ଶାହାରୁଖଙ୍କ ମ୍ୟାନେଜର ପୂଜାଙ୍କୁ ଏନ୍‌ସିବି ପକ୍ଷରୁ ଏକ ନୋଟିସ ଦିଆଯାଇଥିଲା । ଯେଉଁଥିରେ ଆର୍ଯ୍ୟନଙ୍କ ଶିକ୍ଷାଗତ ଯୋଗ୍ୟତା ସହ ଅନ୍ୟ କିଛି ତଥ୍ୟ ପରିବାରଠାରୁ ମଗାଯାଇଥିବା ଜଣାପଡିଛି । ଏହାସହ ଏନ୍‌ସିବି ପକ୍ଷରୁ ଆର୍ଯ୍ୟନଙ୍କ ମେଡିକାଲ ହିଷ୍ଟ୍ରି ଓ ଯଦି କୌଣସି ଔଷଧ ନେଉଥିଲେ ତେବେ ତା’ର ପ୍ରେସକ୍ରିପଶନ ମାଗିଛନ୍ତି । ପୁଣି ବିଦେଶରେ ଯେଉଁଠି ଯେଉଁଠି ଆର୍ଯ୍ୟନ ରହିଛନ୍ତି ସେ ସମ୍ପର୍କରେ ଡକ୍ୟୁମେଣ୍ଟସ୍ ମାଗିଛି ଏନ୍‌ସିବି । ଏହାସହ ଏନ୍‌ସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ବି ପହଞ୍ଚି ସେଠାରୁ କିଛି ଜିନିଷ ଜବତ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri