ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଏସବୁ ଉପାୟରେ ଦୂର କରନ୍ତୁ ଦୋଷ…

କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର ପଡ଼ିଥାଏ। ବିଶେଷକରି ଛୋଟ କଅଁଳ ଶିଶୁଙ୍କୁ ଦୃଷ୍ଟି ଲାଗେ ବୋଲି କୁହାଯାଏ। ଏପରି ହେଲେ ସେମାନେ ଅସୁସ୍ଥ ହୋଇପଡ଼ନ୍ତି। ଖାଇବାପିଇବା ଛାଡ଼ି ଦେଇ ଚିଡ୍‌ଚିଡା ହୋଇଯାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହି କୁଦୃଷ୍ଟିର ପ୍ରତିକାର ବିଷୟରେ ଅନେକ କିଛି କୁହାଯାଇଛି। ଆସନ୍ତୁ ଜାଣିବା:

-ପିଲା ଚିଡ୍‌ଚିଡା ହେଉଥିଲେ ଏବଂ କାନ୍ଦିବା ବନ୍ଦ କରୁ ନ ଥିଲେ, ଆପଣ ଏକ ତମ୍ବା ଢ଼ାଳରେ ପାଣି ଏବଂ ଫୁଲ ରଖନ୍ତୁ। ଏହାକୁ ନେଇ ପିଲାର ମୁଣ୍ଡରୁ ନେଇ ପାଦ ଯାଏ ୧୧ ଥର ବୁଲାଇ ନିଅନ୍ତୁ। ପରେ ଏହି ପାଣିକୁ ଏକ କୁଣ୍ଡରେ ପକାନ୍ତୁ। ଏହାଫଳରେ ଦୃଷ୍ଟିଦୋଷର ପ୍ରଭାବ କମିଯାଇଥାଏ।

-ଶୁଖିଲା ଲାଲ ଲଙ୍କା:
ଜ୍ୟୋତିଷ ଅନୁଯାୟୀ ଶୁଖିଲା ନାଲି ଲଙ୍କାକୁ ପିଲାର ଉପରେ ତିନି ଥର ବୁଲାଇ ନିଅନ୍ତୁ। ଏହାପରେ ଲଙ୍କାଗୁଡ଼ିକୁ ପୋଡ଼ି ଦିଅନ୍ତୁ। ଏହାଫଳରେ ଧିରେ ଧିରେ ନଜର ଦୋଷ ହ୍ରାସ ପାଇବ।

-ଶିଶୁର ବିକାଶରେ ବାଧା ହେଉଥିଲେ ଫିଟିକିରି ଏବଂ ସୋରିଷକୁ ପିଲା ଉପରେ ସାତ ଥର ବୁଲାଇ ନେଇ ନିଆଁରେ ଜଳାଇ ଦିଅନ୍ତୁ। ଏହାଦ୍ୱାରା ପିଲାର ଦୃଷ୍ଟି କଟିଯାଇଥାଏ।

-ଶିଶୁ କ୍ଷୀର ପିଉ ନ ଥିଲେ, କାନ୍ଦୁଥିଲେ, ଚିଡ୍‌ଚିଡା ହେଉଥିଲେ, ତାର ପ୍ରତିକାର ପାଇଁ ଶନିବାର ଦିନ କଞ୍ଚା କ୍ଷୀରକୁ ନେଇ ତାଙ୍କ ମୁଣ୍ଡରୁ ପାଦ ଯାଏ ବୁଲାଇ ନିଅନ୍ତୁ। ପରେ ଏହି କ୍ଷୀରକୁ କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଶିଶୁଟି ପୁଣି ଥରେ ମା’ କ୍ଷୀର ପିଇବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ଭୂତାଣୁ ଡିଇଏନ୍‌ଭି-୨

ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱରେ କରୋନା ତା’ର କରାଳ ରୂପ ଦେଖାଇ ଚାଲିଛି। ଅବଶ୍ୟ କେତେକ ଦେଶରେ ଏହା ନିୟନ୍ତ୍ରଣକୁ ଆସିଥିବା...

ବୈବାହିକ ସମ୍ପର୍କ ବି ଭାଙ୍ଗିପାରେ ବହି, ଜାଣନ୍ତୁ କିପରି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ...

ସଫଳତା ପାଇବାର ୫ ମୂଳ ମନ୍ତ୍ର, ସମସ୍ତ କାର୍ଯ୍ୟରେ ପାଇବେ ସିଦ୍ଧି

ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭବକୁ ନେଇ ଜୀବନର ରହସ୍ୟସବୁକୁ ନେଇ ନିଜର ନୀତିଶାସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏସବୁ ନୀତିକୁ ଅନୁସରଣ କଲେ ଜୀବନର ଚ୍ୟାଲେଞ୍ଜ ସହ...

କ୍ଷତିକାରକ କଫି

କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬...

ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ...

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ...

ଅଦା ଚା’ ପିଉଥିଲେ….

ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍‌ ନାମକ...

ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ଦେଇ ନ ଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉତ୍‌ଥାନ-ପତନ ଲାଗି ରହିଥାଏ। ତେବେ ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରହର ସ୍ଥିତି ଯୋଗୁ...

Advertisement
Archives

Model This Week