ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି । ନ୍ୟାର୍ଯ୍ୟ ଅଧିକାର ନ ମିଳିଲେ ସର୍ବହରା ଖଣି ଶ୍ରମିକମାନେ ରାଜରାସ୍ତାରେ ବସିବେ ବୋଲି ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍ ୟୁନିୟନ ପକ୍ଷରୁ ଏଭଳି ଚରମ ଚେତାବନୀ ମିଳିଛି। ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରଭାବଶାଳୀ ଖଣି ସଙ୍ଗଠନ ଏବଂ ଲୋଡିଂ ଠିକାଦାର ସ୍ଥାନୀୟ ଶ୍ରମିକମାନଙ୍କୁ ଶୋଷଣ ଓ ଅବହେଳା କରୁଥିବାବେଳେ ଏହି ୱାର୍କସ୍ ୟୁନିୟନର ଆବିର୍ଭାବ ଖଣି ପ୍ରଭାବିତଙ୍କୁ ଆଲୋକର ଆଶା ଦେଖାଇଛି । ହେଲେ ଗତାନୁଗତିକ ଭାବେ ଅନ୍ୟ ସଙ୍ଗଠନ ଭଳି ପରବର୍ତ୍ତୀ ସମୟରେ ଏହି ୟୁନିୟନ କର୍ତ୍ତୃପକ୍ଷ ଅର୍ଥ ଲୋଭରେ ଯଦି ଖଣି କମ୍ପାନୀ ସହ ହାତ ମିଳାଏ ତେବେ ସ୍ଥାନୀୟ ଲୋକଙ୍କ ସହ ପ୍ରତାରଣା ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଏହାବାଦ୍ ପଡୋଶୀ କେନ୍ଦୁଝର ଜିଲାରେ ଥିବା ଲୁହାପଥର ଖଣି ଖାଦାନରେ ମଧ୍ୟ ଯାଜପୁର ଜିଲାର କିଛି ଲୋକ ନିର୍ଭର କରିଥାନ୍ତି ା ଏହାର ସୁଯୋଗରେ ଖଣି ଶ୍ରମିକ ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଲଢିବାର ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ପ୍ରଭାବଶାଳୀ ଖଣି ସଙ୍ଗଠନ ଗଢି ଉଠିଛି। ପରବର୍ତ୍ତୀ ସମୟରେ ଏହି ସଙ୍ଗଠନ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ପାଇଁ କାଳ ହୋଇଛି। ଏହି ସଙ୍ଗଠନର କେତେଜଣ କର୍ମକର୍ତ୍ତା ଅସାଧୁ ଉପାୟରେ ଏବେ କୋଟିପତି ସାଜିଛନ୍ତି। ଯିଏ ତାଙ୍କ ରାଜନୈତିକ ଦଳକୁ ସମର୍ଥନ କରୁଛି ସେହି ଲୋକ ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାବେଳେ ଅନ୍ୟମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଖଣିରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶୀକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ପାଇଁ ତା’ର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଏହି ପ୍ରଭାବିତ ଅଞ୍ଚଳବାସୀଙ୍କ ପଛରେ ଖଣି ସଙ୍ଗଠନଗୁଡିକ ପ୍ରଭାବୀ ଭାବେ ଆନ୍ଦୋଳନ କିମ୍ବା ଦାବି ଉପସ୍ଥାପନ କରି ପାରୁ ନ ଥିବାରୁ ପ୍ରାଚୂର୍ଯ୍ୟ ଥାଇ ବି ଅଞ୍ଚଳବାସୀ ଶ୍ରୀହୀନ ଜୀବନଯାପନ କରୁଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରି ସାରିଛନ୍ତି ା ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପାଶୁପାଳନ ଉପରେ ନିର୍ଭରଶୀଳ ହେଉଥିଲେ। ତେବେ ଖଣି ଉତ୍ତୋଳନ ହେବାପରେ ସେଠାରେ କାମ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ ା ଏବେ ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ ା ଏଥିରେ ନିର୍ଭରଶୀଳ ପରିବାର ସହ ପ୍ରତ୍ୟେକ କ୍ଷେତ୍ରରେ ବେରୋଜଗାର ସ୍ଥିତି ସୃଷ୍ଟି ହୋଇଛି ା ଅଧିକାଂଶ ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି ା
ଏହିକ୍ରମରେ ରବିବାର ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍ ୟୁନିୟନର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ୟୁନିୟନର ସଭାପତି ସୁରେଶ ପ୍ରଧାନ ଓ ସମ୍ପାଦକ ଶଙ୍କର ସିଧୁ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ ସାରୁଆବିଲି ଅଞ୍ଚଳରେ ଛଟେଇ ହୋଇ ବେସାହାରା ହୋଇଯାଇଥିବା ଶ୍ରମିକମାନେ ତାଙ୍କର ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ। ସେମାନେ ଆହୁରି କହିଥିଲେ ଯେ, ଗତ ତିନି ବର୍ଷ ହେଲା ନିରନ୍ତର ଦାବି କରିଆସୁଥିବା ଶ୍ରମିକମାନେ ବର୍ତ୍ତମାନ ସର୍ବହରା ହୋଇ ବସିଛନ୍ତି । ଏକାଧିକ ଖଣି କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଛଟେଇ ଖଣି ଶ୍ରମିକଙ୍କୁ ଆଜି ଯାଏ ପୁନଃ ନିଯୁକ୍ତି ମିଳୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୧୦ଟି ଗ୍ରାମର ଲୋକମାନେ ଏହା ପୂର୍ବରୁ ସେହି ଖାଦାନଗୁଡିକରେ କାମ କରୁଥିଲେ। କେବଳ କେଇ ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ଏବେବି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶ୍ରମିକମାନେ ପେଷି ହେଉଛନ୍ତି। ଖଣି ମାଲିକମାନେ ଖଣି ସଙ୍ଗଠନର ସହାୟତାରେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଖଣିକାର୍ଯ୍ୟ କରି ଚାଲିଛନ୍ତି। ୧୦ ବର୍ଷ ପୂର୍ବେ ଯେଉଁ ଖଣି ଶ୍ରମିକ ମାନେ ଯେତିକି ଦରମା ପାଉଥିଲେ ବର୍ତ୍ତମାନ ସେହି ଶ୍ରମିକମାନେ ତାହାର ଦୁଇ ତୃତୀୟାଂଶ କମ ଦରମା ପାଉଛନ୍ତି। ସମାବେଶରେ ସାରୁଆବିଲି ଅଞ୍ଚଳର ନୃସିଂହ ମହାନ୍ତ, ସୁରେଶ ପ୍ରଧାନ, ବିଜୟ ମୁଣ୍ଡା, ଶଙ୍କର ମାରାଣ୍ଡି, ବ୍ରଜବନ୍ଧୁ ରାଉତ, ଜୟସେନ ମେହେର, ରାଜ କିଶୋର ମହାନ୍ତ, ରମାକାନ୍ତ ମହାନ୍ତ ଏବଂ ଶଙ୍କର ସିଧୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଭାବିତ ଶ୍ରମିକଙ୍କ କଥା ଯଦି ଖଣି କମ୍ପାନୀ କର୍ତ୍ତୃପକ୍ଷ ନ ବୁଝନ୍ତି ସେମାନେ ରାଜରାସ୍ତା ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ
ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ
କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ
ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...
Archives


