ଅସାଧୁ ମେଣ୍ଟରେ ଖଣି ଶ୍ରମିକ ନୟାନ୍ତ

ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି । ନ୍ୟାର୍ଯ୍ୟ ଅଧିକାର ନ ମିଳିଲେ ସର୍ବହରା ଖଣି ଶ୍ରମିକମାନେ ରାଜରାସ୍ତାରେ ବସିବେ ବୋଲି ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍‌ ୟୁନିୟନ ପକ୍ଷରୁ ଏଭଳି ଚରମ ଚେତାବନୀ ମିଳିଛି। ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରଭାବଶାଳୀ ଖଣି ସଙ୍ଗଠନ ଏବଂ ଲୋଡିଂ ଠିକାଦାର ସ୍ଥାନୀୟ ଶ୍ରମିକମାନଙ୍କୁ ଶୋଷଣ ଓ ଅବହେଳା କରୁଥିବାବେଳେ ଏହି ୱାର୍କସ୍‌ ୟୁନିୟନର ଆବିର୍ଭାବ ଖଣି ପ୍ରଭାବିତଙ୍କୁ ଆଲୋକର ଆଶା ଦେଖାଇଛି । ହେଲେ ଗତାନୁଗତିକ ଭାବେ ଅନ୍ୟ ସଙ୍ଗଠନ ଭଳି ପରବର୍ତ୍ତୀ ସମୟରେ ଏହି ୟୁନିୟନ କର୍ତ୍ତୃପକ୍ଷ ଅର୍ଥ ଲୋଭରେ ଯଦି ଖଣି କମ୍ପାନୀ ସହ ହାତ ମିଳାଏ ତେବେ ସ୍ଥାନୀୟ ଲୋକଙ୍କ ସହ ପ୍ରତାରଣା ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଏହାବାଦ୍‌ ପଡୋଶୀ କେନ୍ଦୁଝର ଜିଲାରେ ଥିବା ଲୁହାପଥର ଖଣି ଖାଦାନରେ ମଧ୍ୟ ଯାଜପୁର ଜିଲାର କିଛି ଲୋକ ନିର୍ଭର କରିଥାନ୍ତି ା ଏହାର ସୁଯୋଗରେ ଖଣି ଶ୍ରମିକ ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଲଢିବାର ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ପ୍ରଭାବଶାଳୀ ଖଣି ସଙ୍ଗଠନ ଗଢି ଉଠିଛି। ପରବର୍ତ୍ତୀ ସମୟରେ ଏହି ସଙ୍ଗଠନ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ପାଇଁ କାଳ ହୋଇଛି। ଏହି ସଙ୍ଗଠନର କେତେଜଣ କର୍ମକର୍ତ୍ତା ଅସାଧୁ ଉପାୟରେ ଏବେ କୋଟିପତି ସାଜିଛନ୍ତି। ଯିଏ ତାଙ୍କ ରାଜନୈତିକ ଦଳକୁ ସମର୍ଥନ କରୁଛି ସେହି ଲୋକ ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାବେଳେ ଅନ୍ୟମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଖଣିରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶୀକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ପାଇଁ ତା’ର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଏହି ପ୍ରଭାବିତ ଅଞ୍ଚଳବାସୀଙ୍କ ପଛରେ ଖଣି ସଙ୍ଗଠନଗୁଡିକ ପ୍ରଭାବୀ ଭାବେ ଆନ୍ଦୋଳନ କିମ୍ବା ଦାବି ଉପସ୍ଥାପନ କରି ପାରୁ ନ ଥିବାରୁ ପ୍ରାଚୂର୍ଯ୍ୟ ଥାଇ ବି ଅଞ୍ଚଳବାସୀ ଶ୍ରୀହୀନ ଜୀବନଯାପନ କରୁଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରି ସାରିଛନ୍ତି ା ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପାଶୁପାଳନ ଉପରେ ନିର୍ଭରଶୀଳ ହେଉଥିଲେ। ତେବେ ଖଣି ଉତ୍ତୋଳନ ହେବାପରେ ସେଠାରେ କାମ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ ା ଏବେ ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ ା ଏଥିରେ ନିର୍ଭରଶୀଳ ପରିବାର ସହ ପ୍ରତ୍ୟେକ କ୍ଷେତ୍ରରେ ବେରୋଜଗାର ସ୍ଥିତି ସୃଷ୍ଟି ହୋଇଛି ା ଅଧିକାଂଶ ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି ା
ଏହିକ୍ରମରେ ରବିବାର ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍‌ ୟୁନିୟନର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ୟୁନିୟନର ସଭାପତି ସୁରେଶ ପ୍ରଧାନ ଓ ସମ୍ପାଦକ ଶଙ୍କର ସିଧୁ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ସାରୁଆବିଲି ଅଞ୍ଚଳରେ ଛଟେଇ ହୋଇ ବେସାହାରା ହୋଇଯାଇଥିବା ଶ୍ରମିକମାନେ ତାଙ୍କର ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ। ସେମାନେ ଆହୁରି କହିଥିଲେ ଯେ, ଗତ ତିନି ବର୍ଷ ହେଲା ନିରନ୍ତର ଦାବି କରିଆସୁଥିବା ଶ୍ରମିକମାନେ ବର୍ତ୍ତମାନ ସର୍ବହରା ହୋଇ ବସିଛନ୍ତି । ଏକାଧିକ ଖଣି କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଛଟେଇ ଖଣି ଶ୍ରମିକଙ୍କୁ ଆଜି ଯାଏ ପୁନଃ ନିଯୁକ୍ତି ମିଳୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୧୦ଟି ଗ୍ରାମର ଲୋକମାନେ ଏହା ପୂର୍ବରୁ ସେହି ଖାଦାନଗୁଡିକରେ କାମ କରୁଥିଲେ। କେବଳ କେଇ ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ଏବେବି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶ୍ରମିକମାନେ ପେଷି ହେଉଛନ୍ତି। ଖଣି ମାଲିକମାନେ ଖଣି ସଙ୍ଗଠନର ସହାୟତାରେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଖଣିକାର୍ଯ୍ୟ କରି ଚାଲିଛନ୍ତି। ୧୦ ବର୍ଷ ପୂର୍ବେ ଯେଉଁ ଖଣି ଶ୍ରମିକ ମାନେ ଯେତିକି ଦରମା ପାଉଥିଲେ ବର୍ତ୍ତମାନ ସେହି ଶ୍ରମିକମାନେ ତାହାର ଦୁଇ ତୃତୀୟାଂଶ କମ ଦରମା ପାଉଛନ୍ତି। ସମାବେଶରେ ସାରୁଆବିଲି ଅଞ୍ଚଳର ନୃସିଂହ ମହାନ୍ତ, ସୁରେଶ ପ୍ରଧାନ, ବିଜୟ ମୁଣ୍ଡା, ଶଙ୍କର ମାରାଣ୍ଡି, ବ୍ରଜବନ୍ଧୁ ରାଉତ, ଜୟସେନ ମେହେର, ରାଜ କିଶୋର ମହାନ୍ତ, ରମାକାନ୍ତ ମହାନ୍ତ ଏବଂ ଶଙ୍କର ସିଧୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଭାବିତ ଶ୍ରମିକଙ୍କ କଥା ଯଦି ଖଣି କମ୍ପାନୀ କର୍ତ୍ତୃପକ୍ଷ ନ ବୁଝନ୍ତି ସେମାନେ ରାଜରାସ୍ତା ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri