ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ତେବେ ଜିଲା ପରିଷଦ ଆସନ ପାଇଁ ଚିଠା ସଂରକ୍ଷଣ ପ୍ରକାଶ ପରେ ଜିଲା ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ଜିଲାର ନୂଆଗାଁ ୧୭ ନଂ. ଜୋନ ଅନୁସୂଚିତ ଜନଜାତି (ଆଦିବାସୀ) ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଏହା ଏବେ ଚର୍ଚ୍ଚାକୁ ଆସିଛି । ଏହି ଜୋନରୁ ପ୍ରାର୍ଥତ୍ନୀ ବିଜୟୀ ହେଲେ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିବା ସୁବିଧା ହେବ । ଅନ୍ୟ କୌଣସି ଅସଂରକ୍ଷିତ ଆସନ ଅଥବା ମହିଳାଙ୍କ ପାଇଁ ସଂରକ୍ଷିତ ଆସନରୁ ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀ ବିଜୟୀ ହୋଇ ଆସିଲେ ଅଧ୍ୟକ୍ଷା ହୋଇ ପାରିବେ । କିନ୍ତୁ ସଂରକ୍ଷଣ ଆସନରେ ଜିତିବା ସୁବିଧା । ଅନ୍ୟ ଆସନରେ ବିଜୟୀ ହୋଇ ଆସିବା ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀଙ୍କ ପାଇଁ କଷ୍ଟ ହୋଇପାରେ ବୋଲି ସାଧାରଣରେ କୁହାଯାଇଛି । କାରଣ ଜଣେ ଆଦିବାସୀ ମହିଳା ଅନ୍ୟ ବର୍ଗର ମହିଳାଙ୍କ ସହ ଲଢ଼େଇ କରି ବିଜୟୀ ହେବା କଷ୍ଟ ହେବ। ଅପରପକ୍ଷେ ଜିଲା ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଘୋଷଣା ହେବା ପରେ ବିଜେଡି, କଂଗ୍ରେସ ଓ ଭାଜପା ଆଦି ରାଜନୈତିକ ଦଳ ପକ୍ଷରୁ ଜିଲାର ମହିଳା ଓ ଅଣସଂରକ୍ଷିତ ଆସନକୁ ଗୁରୁତ୍ୱ ଦିଆଯାଉଛି। ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ୨୫ ତାରିଖ ଓ ଜିଲା ପରିଷଦ ସଭ୍ୟଙ୍କ ପାଇଁ ୧୮ ତାରିଖ ମଧ୍ୟରେ ଚିଠା ସଂରକ୍ଷଣର ନେଇ ଆପତ୍ତି, ଅଭିଯୋଗ କରିବା ପାଇଁ ସମୟ ମିଳିଛି । ପରେ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ପ୍ରତି ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାକୁ ପଦକ୍ଷେପ ନେବେ ।

୨୪ ଜିଲା ପରିଷଦ ଜୋନ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୩, ଅନୁସୂଚିତ ଜନଜାତିଙ୍କ ପାଇଁ ୨, ପଛୁଆ ବର୍ଗଙ୍କ ପାଇଁ ୬, ଅଂସରକ୍ଷିତ ୧୩ଟି ଜିଲା ପରିଷଦ ଜୋନ ରହିଛି। ଏଥିମଧ୍ୟରୁ ୧୨ ଟି ଜିଲା ପରିଷଦ ପୁରୁଷ ଓ ୧୨ଟି ଜିଲା ପରିଷଦ ମହିଳାଙ୍କ ପାଇଁ ସଂରକ୍ଷିତ । ତେବେ ଅନୁସୂଚିତ ଜନଜାତି ମହିଳା ଜିଲାର ୧୩ ଟି ଜୋନରେ ପ୍ରାର୍ଥୀ ହୋଇ ପାରିବେ । ଜିଲାର ଓଡ଼ଗାଁ ୧ ଜୋନ ମହିଳା, ଓଡ଼ଗାଁ ୨ ଜୋନ ଅଂସରକ୍ଷିିତ, ଓଡ଼ଗାଁ ୪ନଂ.ଜୋନ ମହିଳା, ଖଣ୍ଡପଡ଼ା ଜୋନ ୬ ମହିଳା, ଖଣ୍ଡପଡ଼ା ୭ ନଂ. ଜୋନ ଅସଂରକ୍ଷିତ, ଗଣିଆ ୮ନଂ. ଜୋନ ମହିଳା, ନୟାଗଡ଼ ୧୨ ଓ ୧୩ ନଂ. ଜୋନ୍‌ ଅସଂରକ୍ଷିତ, ଭାପୁର ୧୯ ଓ ୨୦ ନଂ. ଜୋନ ଅସଂରକ୍ଷିତ, ରଣପୁର ୨୧ ନଂ. ଜୋନ୍‌ ମହିଳା, ରଣପୁର ୨୨ ନଂ.ଜୋନ ଅସଂରକ୍ଷିତ, ରଣପୁର ୨୪ ନଂ. ଜୋନ୍‌ ମହିଳାଙ୍କ ସଂରକ୍ଷିତ ଥିବାରୁ ଏହି ଜୋନ୍‌ରେ ପ୍ରାର୍ଥୀ ହୋଇ ପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri