ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ତେବେ ଜିଲା ପରିଷଦ ଆସନ ପାଇଁ ଚିଠା ସଂରକ୍ଷଣ ପ୍ରକାଶ ପରେ ଜିଲା ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ଜିଲାର ନୂଆଗାଁ ୧୭ ନଂ. ଜୋନ ଅନୁସୂଚିତ ଜନଜାତି (ଆଦିବାସୀ) ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଏହା ଏବେ ଚର୍ଚ୍ଚାକୁ ଆସିଛି । ଏହି ଜୋନରୁ ପ୍ରାର୍ଥତ୍ନୀ ବିଜୟୀ ହେଲେ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିବା ସୁବିଧା ହେବ । ଅନ୍ୟ କୌଣସି ଅସଂରକ୍ଷିତ ଆସନ ଅଥବା ମହିଳାଙ୍କ ପାଇଁ ସଂରକ୍ଷିତ ଆସନରୁ ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀ ବିଜୟୀ ହୋଇ ଆସିଲେ ଅଧ୍ୟକ୍ଷା ହୋଇ ପାରିବେ । କିନ୍ତୁ ସଂରକ୍ଷଣ ଆସନରେ ଜିତିବା ସୁବିଧା । ଅନ୍ୟ ଆସନରେ ବିଜୟୀ ହୋଇ ଆସିବା ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀଙ୍କ ପାଇଁ କଷ୍ଟ ହୋଇପାରେ ବୋଲି ସାଧାରଣରେ କୁହାଯାଇଛି । କାରଣ ଜଣେ ଆଦିବାସୀ ମହିଳା ଅନ୍ୟ ବର୍ଗର ମହିଳାଙ୍କ ସହ ଲଢ଼େଇ କରି ବିଜୟୀ ହେବା କଷ୍ଟ ହେବ। ଅପରପକ୍ଷେ ଜିଲା ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଘୋଷଣା ହେବା ପରେ ବିଜେଡି, କଂଗ୍ରେସ ଓ ଭାଜପା ଆଦି ରାଜନୈତିକ ଦଳ ପକ୍ଷରୁ ଜିଲାର ମହିଳା ଓ ଅଣସଂରକ୍ଷିତ ଆସନକୁ ଗୁରୁତ୍ୱ ଦିଆଯାଉଛି। ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ୨୫ ତାରିଖ ଓ ଜିଲା ପରିଷଦ ସଭ୍ୟଙ୍କ ପାଇଁ ୧୮ ତାରିଖ ମଧ୍ୟରେ ଚିଠା ସଂରକ୍ଷଣର ନେଇ ଆପତ୍ତି, ଅଭିଯୋଗ କରିବା ପାଇଁ ସମୟ ମିଳିଛି । ପରେ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ପ୍ରତି ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାକୁ ପଦକ୍ଷେପ ନେବେ ।

୨୪ ଜିଲା ପରିଷଦ ଜୋନ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୩, ଅନୁସୂଚିତ ଜନଜାତିଙ୍କ ପାଇଁ ୨, ପଛୁଆ ବର୍ଗଙ୍କ ପାଇଁ ୬, ଅଂସରକ୍ଷିତ ୧୩ଟି ଜିଲା ପରିଷଦ ଜୋନ ରହିଛି। ଏଥିମଧ୍ୟରୁ ୧୨ ଟି ଜିଲା ପରିଷଦ ପୁରୁଷ ଓ ୧୨ଟି ଜିଲା ପରିଷଦ ମହିଳାଙ୍କ ପାଇଁ ସଂରକ୍ଷିତ । ତେବେ ଅନୁସୂଚିତ ଜନଜାତି ମହିଳା ଜିଲାର ୧୩ ଟି ଜୋନରେ ପ୍ରାର୍ଥୀ ହୋଇ ପାରିବେ । ଜିଲାର ଓଡ଼ଗାଁ ୧ ଜୋନ ମହିଳା, ଓଡ଼ଗାଁ ୨ ଜୋନ ଅଂସରକ୍ଷିିତ, ଓଡ଼ଗାଁ ୪ନଂ.ଜୋନ ମହିଳା, ଖଣ୍ଡପଡ଼ା ଜୋନ ୬ ମହିଳା, ଖଣ୍ଡପଡ଼ା ୭ ନଂ. ଜୋନ ଅସଂରକ୍ଷିତ, ଗଣିଆ ୮ନଂ. ଜୋନ ମହିଳା, ନୟାଗଡ଼ ୧୨ ଓ ୧୩ ନଂ. ଜୋନ୍‌ ଅସଂରକ୍ଷିତ, ଭାପୁର ୧୯ ଓ ୨୦ ନଂ. ଜୋନ ଅସଂରକ୍ଷିତ, ରଣପୁର ୨୧ ନଂ. ଜୋନ୍‌ ମହିଳା, ରଣପୁର ୨୨ ନଂ.ଜୋନ ଅସଂରକ୍ଷିତ, ରଣପୁର ୨୪ ନଂ. ଜୋନ୍‌ ମହିଳାଙ୍କ ସଂରକ୍ଷିତ ଥିବାରୁ ଏହି ଜୋନ୍‌ରେ ପ୍ରାର୍ଥୀ ହୋଇ ପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri