ନିରାପଦ ନୁହେଁ ସହର ରାସ୍ତା

ନୟାଗଡ଼ ଅଫିସ,୧।୯: ନୟାଗଡ଼ ଜିଲା ସଦର ମହକୁମାର ରାସ୍ତା ନିରାପଦ ନୁହେଁ । ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁୁ ବଢ଼ୁଛି ଦୁର୍ଘଟଣା । ଗତ ୧୦ ଦିନ ଭିତରେ ଦୁର୍ଘଟଣାରେ ଗଲାଣି ଗୋଟିଏ ଜୀବନ । ଆହତ ହେଲେଣି ୨୩ ଜଣ । ଏହି ଭଳି ପରିସ୍ଥିତି ଲାଗି ରହିଲେ ଗୋଟିଏ ପରେ ଗୋଟିଏ ଜୀବନ ଅକାରଣରେ ଯାଉଥିବ ବୋଲି ଅଭିଯୋଗ ହୋଇଛି । ଦୁଇ ଗୃହପାଳିତ ପ୍ରାଣୀଙ୍କ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ଦୁର୍ଘଟଣାକୁ ନିମନ୍ତ୍ରଣ କରି ଚାଲିଛି । ଏଣୁ ସହରର ବିକାଶ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନୟାଗଡ଼ ସହରାଞ୍ଚଳ ସୌନ୍ଦର୍ଯ୍ୟକୁ ବାଟବଣା କରିଛି ।

ଜିଲା ସଦର ମହକୁମାର ନୟାଗଡ଼ ଏନଏସି ନୟାଗଡ଼ ମ୍ୟୁନିସିପାଲିଟି ହୋଇଛି। ନୂୂଆ ନବକଳେବର ହୋଇଛି ହେଲେ ସହର ବଦଳି ପାରୁନି। ସହରର ରାସ୍ତା ଅଣଓସାରିଆ ହୋଇଥିବା ବେଳେ ପାର୍କିଂ ପାଇଁ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଏଭଳିସ୍ଥଳେ ସହର ଭିତର ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥ ଓ ୨୧ ନଂ. ରାଜ୍ୟ ରାଜପଥ ନୟାଗଡ଼- ନାଉଖାଲ ରାସ୍ତା ଯାଇଛି । ଜାତୀୟ ରାଜପଥ ହେଉକି ରାଜ୍ୟ ରାଜପଥ ଏପରିକି ଜିଲା ସଡ଼କ ସହ ନୟାଗଡ଼ ସହରର ବିଭିନ୍ନ ୱାର୍ଡ ରାସ୍ତାରେ ଗୋରୁ ଓ କୁକୁର ପଲ ଘୁରି ବୁଲୁଛନ୍ତି । ମାଲିକମାନେ ଘରେ ଗୁହାଳ ନ କରି ଗୋରୁଙ୍କୁ ବଜାରକୁ ଛାଡି ଦେଉଛନ୍ତି । ଘରେ କେବଳ କ୍ଷୀର ଦୁହିଁବା ବେଳକୁ ଆଣୁଛନ୍ତି । ଏଣୁ ଗୋରୁ ସବୁ ସମୟରେ ରାସ୍ତାରେ ଘୁରି ବୁଲୁଛନ୍ତି । ପୁଣି ରାସ୍ତାରେ ମଳତ୍ୟାଗ କରିବା ଦ୍ୱାରା ରାସ୍ତା ମଧ୍ୟ ଅପରିଷ୍କାର ହେଉଛି । ହେଲେ ସେମାନଙ୍କୁ ଘଉଡାଇବା ପାଇଁ ଅଥବା ଗାଈମାଲିକଙ୍କୁ ଜରିମାନା ବି କରାଯାଉନି। ଏଣୁ ଗୋରୁ ମାଲିକମାନେ ସେମାନଙ୍କ ଗୋରୁଙ୍କୁ ଘରେ ରଖୁ ନାହାନ୍ତି । ଅନ୍ୟପକ୍ଷେ ବିଭିନ୍ନ ସମୟରେ କଟକ, ପୁରୀ ଓ ଭୁବନେଶ୍ୱରରୁ ବହୁ କୁକୁରଙ୍କୁ ଟ୍ରକ ଯୋଗେ ଆଣି ନୟାଗଡ଼ରେ ଛଡା ଯାଉଛି । ଏଣୁ କୁକୁରଙ୍କ ସଂଖ୍ୟା ମଧ୍ୟ ନୟାଗଡ଼ ସହରରେ ବଢ଼ି ଚାଲିଛି ।
ଏନେଇ ଭାଜପାର ଯୁବନେତା ସନ୍ତୋଷ ପ୍ରଧାନ କୁହନ୍ତି, ନୟାଗଡ଼ ସହରରେ ଗୋରୁ, ଗାଈ ଓ କୁକୁରଙ୍କ ସଂଖ୍ୟା ବଢ଼ି ଚାଲବାରୁ ଦୁର୍ଘଟଣା ବଢ଼ୁଛି । ଦୁଇ ଦିନ ତଳେ ଭାଟସାହିର ଜଣେ ବ୍ୟକ୍ତି ଗାଈ ଯୋଗୁ ପ୍ରାଣ ହରାଇଛି । ତେବେ ମ୍ୟୁନିସିପାଲିଟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନାହିଁ କି ସଚେତନତା ନାହିଁ । ସାଧାରଣ ଲୋକ ବି ଏହାର ନିରାକରରଣ ପାଇଁ ଗୁରୁତ୍ୱ ଦେଉ ନାହାନ୍ତି। ପୂର୍ବତନ ଏନଏସି ଚେୟାରମ୍ୟାନ ଭବାନୀ ଦାଶ କୁହନ୍ତି, ଜିଲାପାଳ ପରେଶ ନାୟକଙ୍କ ସମୟରେ ବାରମ୍ବାର ଗୋରୁ ଓ କୁକୁରଙ୍କ ଦୌରାମତ୍‌ୟ ନେଇ ଅବଗତ କରାଇଥିଲି । ଏହା ପରେ ଏନଏସି ପକ୍ଷରୁ କାଞ୍ଜିଆହୁଦା ହୋଇଥିଲା। ତେବେ ଏଥିପାଇଁ ସ୍ବତନ୍ତ୍ର କର୍ମଚାରୀ ନ ଥିବାରୁ ସୁଫଳ ମିଳିଲା ନାହିଁ। ସଫେଇ କର୍ମଚାରୀ କୁକୁର ଓ ଗାଈଙ୍କୁ ଧରିଲେ ନାହିଁ। ଏବେ ନୟାଗଡ଼ ସହରରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ହେଲେ ନିରାକରଣ ବ୍ୟବସ୍ଥା ଶୂନ । ନୟାଗଡ଼ ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା କୁହନ୍ତି, ସହରକୁ ଗୋରୁ ନ ଛାଡିବାକୁ ଗୋରୁ ମାଲିକମାନଙ୍କୁ ବିଭିନ୍ନସମୟରେ ଅନୁରୋଧ କରାଯାଇଛି । ହେଲେ ମାଲିକାମାନେ ଏଥିପାଇଁ ସଚେତନ ନୁହଁନ୍ତି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri