ନୌସେନା ନାୟିକା

– ଜିତେନ୍ଦ୍ର କୁମାର ନାୟକ

 

ସାମରିକ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ବୃହତ୍‌ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ନେଭି ବା ନୌବାହିନୀର ମୁଖ୍ୟ ଭାବେ ମହିଳା ଆଡ୍‌ମିରାଲ ଲିସା ଫ୍ରାଞ୍ଚେଟିଙ୍କ ନାମ ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ସେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ଇତିହାସରେ ପ୍ରଥମ ନେଭି ମହିଳା ଭାବେ ସର୍ବୋଚ୍ଚ ସ୍ଥାନରେ ବସିବାର ଗୌରବ ଅର୍ଜନ କରିବେ। ଏଥିସହିତ ସେ ଜଏଣ୍ଟ ଚିଫ୍ସ ଅଫ୍‌ ଷ୍ଟାଫ୍‌ ବିବେଚିତ ହେବେ। ବାଇଡେନ୍‌ କହିଛନ୍ତି, କମିଶନ୍‌ଡ ଅଫିସର ତଥା ଏବେ ନାଭାଲ ଅପରେଶନ୍ସର ଭାଇସ୍‌ ଚିଫ୍‌ ଭାବେ ଲିସାଙ୍କ ଦେଶ ପ୍ରତି ୩୮ ବର୍ଷର ଉତ୍ସର୍ଗୀକୃତ ସେବା ରହିଆସିଛି। ଜଣେ ମହିଳା ଅଧିକାରୀ ଭାବେ ସର୍ଫେସ ଭେସେଲ୍ସ, ଗାଇଡେଡ୍‌ ମିଜାଇଲ୍‌ ଡେଷ୍ଟ୍ରୟରର କମାଣ୍ଡ୍‌ ଦେବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ଲିସା ୟୁରୋପ ଓ ଆଫ୍ରିକାରେ ଆମେରିକା ନାଭାଲ ଫୋର୍ସର ମଧ୍ୟ ଡେପୁଟି କମାଣ୍ଡର ଥିଲେ। ସେପ୍ଟେମ୍ବର ୨୦୨୨ରେ ସେ ନାଭାଲ ଅପରେଶନ୍ସର ଭାଇସ୍‌ ଚିଫ୍‌ ହୋଇଥିଲେ। ଆଗକୁ ସବୁ ଠିକ୍‌ଠାକ୍‌ ରହିଲେ ଲିସା ଆମେରିକା ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଇତିହାସ ରଚିବେ ବୋଲି ଚର୍ଚ୍ଚା ହେଉଛି।
ଲିସା ମାରୀ ଫ୍ରାଞ୍ଚେଟି ୧୯୬୪ରେ ନ୍ୟୁୟର୍କସ୍ଥିତ ରୋଚେଷ୍ଟରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଇଲିନଏ ଅନ୍ତର୍ଗତ ଇଭାନ୍‌ଷ୍ଟନସ୍ଥିତ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିର ମେଡ୍‌ଇଲ୍‌ ସ୍କୁଲ ଅଫ୍‌ ଜର୍ନାଲିଜମ୍‌ରୁ ସାମ୍ବାଦିକତାରେ ବାଚେଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ଏଥିସହିତ ସେଠାରୁ ଇତିହାସରେ ମଧ୍ୟ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ନାଭାଲ ରିଜର୍ଭ ଅଫିସର ଟ୍ରେନିଂ କର୍‌ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଏବଂ ୧୯୮୫ରେ ଆୟୁକ୍ତ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ଅଧିକ ଶିକ୍ଷା ହାସଲ କରିବାକୁ ଯାଇ ନ୍ୟୁପୋର୍ଟସ୍ଥିତ ନାଭାଲ ଓ୍ବାର୍‌ କଲେଜରେ ଯୋଗ ଦେଇଥିଲେ। ଲିସା ମଧ୍ୟ ୟୁନିଭର୍ସିଟି ଅଫ୍‌ ଫୋନିକ୍ସରୁ ଅର୍ଗାନାଇଜେଶନାଲ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଯଦି ତାଙ୍କ ଅପରେଶନାଲ କ୍ୟାରିୟର ଦେଖାଯାଏ ତେବେ ସେ ଅକ୍‌ଜିଲାରି ଅଫିସରଠାରୁ ଆରମ୍ଭ କରି ୨୦୧୦ ଯାଏ କମାଣ୍ଡର ଅଫ୍‌ ପେସିଫିକ୍‌ ପାର୍ଟନରଶିପ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ନାଭାଲ ରିଜର୍ଭ କମାଣ୍ଡର ସେଣ୍ଟ୍ରାଲ ପଏଣ୍ଟ, ୟୁନାଇଟେଡ୍‌ ଷ୍ଟେଟ୍‌ସ ଆଟଲାଣ୍ଟିକ୍‌ ଫ୍ଲିଟ୍‌ର ପ୍ରୋଟୋକଲ ଅଫିସର ଫର୍‌ ଦି କମାଣ୍ଡର ହୋଇଥିଲେ। କାର୍ଯ୍ୟ ପ୍ରତି ଦୃଢ଼ ଅଙ୍ଗୀକାରବଦ୍ଧତା ଥିବାରୁ ସେ ସେକ୍ରେଟେରି ଅଫ୍‌ ଷ୍ଟେଟ୍‌ଙ୍କ ଆସିଷ୍ଟାଣ୍ଟ ମଧ୍ୟ ହୋଇପାରିଥିଲେ। ୬ ମେ ୨୦୨୦ରେ ଲିସା ଅନ୍ୟାନ୍ୟ ଦାୟିତ୍ୱ ସହ ଓ୍ବାର୍‌ ଫାଇଟିଂ ଡେଭଲପ୍‌ମେଣ୍ଟର ଡେପୁଟି ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ ପଦବୀକୁ ଉନ୍ନୀତ ହୋଇଥିଲେ। ଏପ୍ରିଲ ୨୦୨୨ରେ ଆଡ୍‌ମିରାଲ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା ଓ ସେ ପରବର୍ତ୍ତୀ ସମୟରେ ଭାଇସ୍‌ ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ ହୋଇଥିଲେ। ଜୁଲାଇ ୨୦୨୩ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ (ସିଏନ୍‌ଓ) ଥିବା ମାଇକେଲ ଏମ୍‌. ଗିଲ୍‌ଡେଙ୍କ ସ୍ଥାନରେ ଲିସାଙ୍କୁ ମନୋନୀତ କରିଛନ୍ତି। ସିନେଟ୍‌ରେ ତାଙ୍କ ନାମ ଅନୁମୋଦନ ହେବା ପରେ ସେ ପ୍ରଥମ ମହିଳା ସିଏନ୍‌ଓ ହେବା ସହିତ ପ୍ରଥମ ମହିଳା ଭାବେ ଜଏଣ୍ଟ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ ହେବେ।
ଜଣେ ମହିଳା ଅଧିକାରୀ ଭାବେ ଲିସା ନୌସେନାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସାମରିକ ନୀତି ନିର୍ଦ୍ଧାରଣ କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ସମ୍ଭବତଃ ଏଭଳି ପଦବୀ ପୁରୁଷ ଅଧିକାରୀଙ୍କୁ ମିଳୁଥିବା ବେଳେ ଲିସା ନୌସେନାର ନାୟିକା ଭାବେ ନିଜ ଦକ୍ଷତା ପ୍ରତିପାଦନ କରି ଏହି ସ୍ତରକୁ ଆସିବା ନିଶ୍ଚିତ ଭାବେ ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।
ଲିସାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଓ ଗୋଟିଏ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri