ବର୍ଷକୁ ୪ଥର ନବରାତ୍ରି

ବାଲେଶ୍ୱର ଅଫିସ, ୨।୧୦: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶାରଦୀୟ ଦୁର୍ଗୋତ୍ସବ ଅବସରରେ ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶତ୍ରୁର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ। ମା’ଙ୍କ ଆବାହନ ନେଇ ସଜେଇ ହେଲାଣି ପୂଜାମଣ୍ଡପ। ମା’ଙ୍କ ଷୋଡ଼ଶ ଉପଚାର ପୂଜା ୯ଟି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି।
ବଗଳାମୁଖୀଙ୍କ ପୀଠର ଅନେକ ମହାତ୍ମ୍ୟ ରହିଛି। ଯେକେହି ବି ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମୁଖ୍ୟ ଦେବତା ହେଲେ ମା’ ବଗଳାମୁଖୀ। ଦଶ ମହାବିଦ୍ୟା ମଧ୍ୟରୁ ମା’ ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା। ଗର୍ଭଗୃହରେ ମା’ଙ୍କ ଚାରିପାଖରେ ଦଶ ମହାବିଦ୍ୟା ବିରାଜିତ। ମା’ଙ୍କ ଗଣପତି ହେଉଛନ୍ତି ହରିଦ୍ରା ଗଣେଶ ଏବଂ ରୁଦ୍ର ହେଉଛନ୍ତି ମହାମୃତ୍ୟୁଞ୍ଜୟ ବାବା, ମା’ଙ୍କ ଆଗରେ ବିରାଜମାନ କରିଛନ୍ତି। ସେହିପରି ମା’ଙ୍କ ପୀଠର ଚତୁଃପାର୍ଶ୍ୱରେ ବଟୁକ, ଭୈରବ, କ୍ଷେତ୍ରପାଳ ଯୋଗିନୀ ଆଦି ଦେବାଦେବୀ ରହିଛନ୍ତି। ମା’ଙ୍କ ସମସ୍ତ ଶକ୍ତି ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥାଏ। ତେବେ ଏହି ପୀଠରେ ଏକ ନିଆରା ପରମ୍ପରା ରହିଛି। ବର୍ଷକରେ ମା’ଙ୍କ ପାଖରେ ୪ ଥର ନବରାତ୍ର ପୂଜା କରାଯାଏ। ଦୁଇଟି ଗୁପ୍ତ ନବରାତ୍ର ପୂଜା ଥିବା ବେଳେ ଅନ୍ୟ ଦୁଇଟି ବାସନ୍ତୀକ ନବରାତ୍ର ଓ ଶାରଦୀୟ ନବରାତ୍ର ପୂଜା ହୋଇଥାଏ। ମାଘ ଓ ଆଷାଢ଼ ମାସରେ ପଡୁଥିବା ଦୁଇଟି ନବରାତ୍ରକୁ ଗୁପ୍ତ ନବରାତ୍ର ଭାବେ ପାଳନ କରାଯାଇଥାଏ। ସେହିପରି ଶାରଦୀୟ ଓ ବାସନ୍ତୀକ ନବରାତ୍ରରେ ମା’ଙ୍କ ଷୋଳପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ।
ଏନେଇ ପୀଠ ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର କହନ୍ତି, ‘ମୂଳାଷ୍ଟମୀ ପାଖରୁ ବଗଳାମୁଖୀଙ୍କ ପ୍ରତିଦିନ ଅଭିଷେକ, ଯନ୍ତ୍ରପୂଜା ଓ ଉପଚାର ହୋଇଥାଏ। ନବରାତ୍ର ପାଖରୁ ନବପତ୍ରିକା ଘଟ ସ୍ଥାପନ କରାଯାଇ ନବଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିଦିନ ଚଣ୍ଡୀ, ଉପଚାର, ହୋମ, ଯନ୍ତ୍ରପୂଜା ଆଦି କରାଯାଇଥାଏ।’ ମହାସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ମହାସପ୍ତମୀଠାରୁ ଦଶମୀ ଯାଏ ମା’ଙ୍କ ବିଭିନ୍ନ ବେଶ ହୋଇଥାଏ। ନୀଳ ସରସ୍ବତୀ ବେଶ, ମହାଲକ୍ଷ୍ମୀ ବେଶ ଓ ବଗଳାମୁଖୀ ବେଶରେ ଦର୍ଶନ ଦିଅନ୍ତି। ଅଷ୍ଟମୀ ପୂଜା ସରିବା ପରେ ମା’ ବଗଳାମୁଖୀଙ୍କର ଆହୁତି ଯଜ୍ଞମଣ୍ଡପରେ ହୋଇଥାଏ। ସେହିଠାରେ ସ୍ବତନ୍ତ୍ର ଆହୂତି ଦିଆଯାଇଥାଏ। ନବମୀ ଦିନ ପରମ୍ପରା ଅନୁଯାୟୀ ଭକ୍ତମାନେ ଗୁରୁପୂଜା କରିଥାନ୍ତି। ସନ୍ଧ୍ୟାରେ ପୁଣି ମା’ ଯଜ୍ଞମଣ୍ଡପକୁ ଯାଇଥାନ୍ତି ଓ ଆହୂତି ପ୍ରଦାନ କରାଯାଇଥାଏ। ଦଶହରା ଦିନ ଅପରାଜିତା ବେଶରେ ଦର୍ଶନ ଦିଅନ୍ତି ବଗଳାମୁଖୀ। ଏହିଦିନ ମା’ଙ୍କ ପୂଜାର୍ଚ୍ଚନା ଶେଷ ହୋଇଥାଏ। ମା’ଙ୍କ ବାର୍ଷିକ ଉତ୍ସବରେ ୧୦୦୮ ପ୍ରକାର ଭୋଗ ଲାଗି ହୋଇଥାଏ। ବଗଳାମୁଖୀଙ୍କ ଷୋଡ଼ଶ ଉପଚାର ପୂଜାରେ ଭକ୍ତଙ୍କ ସୁଅ ଛୁଟେ। କୁହାଯାଏ ମା’ଙ୍କ ମହିମା ପାଇ ଭକ୍ତ ସବୁ ବିପଦରୁ ମୁକ୍ତି ପାଇଥାଏ। ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଓ ମା’ ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri