ବର୍ଷକୁ ୪ଥର ନବରାତ୍ରି

ବାଲେଶ୍ୱର ଅଫିସ, ୨।୧୦: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶାରଦୀୟ ଦୁର୍ଗୋତ୍ସବ ଅବସରରେ ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶତ୍ରୁର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ। ମା’ଙ୍କ ଆବାହନ ନେଇ ସଜେଇ ହେଲାଣି ପୂଜାମଣ୍ଡପ। ମା’ଙ୍କ ଷୋଡ଼ଶ ଉପଚାର ପୂଜା ୯ଟି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି।
ବଗଳାମୁଖୀଙ୍କ ପୀଠର ଅନେକ ମହାତ୍ମ୍ୟ ରହିଛି। ଯେକେହି ବି ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମୁଖ୍ୟ ଦେବତା ହେଲେ ମା’ ବଗଳାମୁଖୀ। ଦଶ ମହାବିଦ୍ୟା ମଧ୍ୟରୁ ମା’ ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା। ଗର୍ଭଗୃହରେ ମା’ଙ୍କ ଚାରିପାଖରେ ଦଶ ମହାବିଦ୍ୟା ବିରାଜିତ। ମା’ଙ୍କ ଗଣପତି ହେଉଛନ୍ତି ହରିଦ୍ରା ଗଣେଶ ଏବଂ ରୁଦ୍ର ହେଉଛନ୍ତି ମହାମୃତ୍ୟୁଞ୍ଜୟ ବାବା, ମା’ଙ୍କ ଆଗରେ ବିରାଜମାନ କରିଛନ୍ତି। ସେହିପରି ମା’ଙ୍କ ପୀଠର ଚତୁଃପାର୍ଶ୍ୱରେ ବଟୁକ, ଭୈରବ, କ୍ଷେତ୍ରପାଳ ଯୋଗିନୀ ଆଦି ଦେବାଦେବୀ ରହିଛନ୍ତି। ମା’ଙ୍କ ସମସ୍ତ ଶକ୍ତି ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥାଏ। ତେବେ ଏହି ପୀଠରେ ଏକ ନିଆରା ପରମ୍ପରା ରହିଛି। ବର୍ଷକରେ ମା’ଙ୍କ ପାଖରେ ୪ ଥର ନବରାତ୍ର ପୂଜା କରାଯାଏ। ଦୁଇଟି ଗୁପ୍ତ ନବରାତ୍ର ପୂଜା ଥିବା ବେଳେ ଅନ୍ୟ ଦୁଇଟି ବାସନ୍ତୀକ ନବରାତ୍ର ଓ ଶାରଦୀୟ ନବରାତ୍ର ପୂଜା ହୋଇଥାଏ। ମାଘ ଓ ଆଷାଢ଼ ମାସରେ ପଡୁଥିବା ଦୁଇଟି ନବରାତ୍ରକୁ ଗୁପ୍ତ ନବରାତ୍ର ଭାବେ ପାଳନ କରାଯାଇଥାଏ। ସେହିପରି ଶାରଦୀୟ ଓ ବାସନ୍ତୀକ ନବରାତ୍ରରେ ମା’ଙ୍କ ଷୋଳପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ।
ଏନେଇ ପୀଠ ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର କହନ୍ତି, ‘ମୂଳାଷ୍ଟମୀ ପାଖରୁ ବଗଳାମୁଖୀଙ୍କ ପ୍ରତିଦିନ ଅଭିଷେକ, ଯନ୍ତ୍ରପୂଜା ଓ ଉପଚାର ହୋଇଥାଏ। ନବରାତ୍ର ପାଖରୁ ନବପତ୍ରିକା ଘଟ ସ୍ଥାପନ କରାଯାଇ ନବଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିଦିନ ଚଣ୍ଡୀ, ଉପଚାର, ହୋମ, ଯନ୍ତ୍ରପୂଜା ଆଦି କରାଯାଇଥାଏ।’ ମହାସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ମହାସପ୍ତମୀଠାରୁ ଦଶମୀ ଯାଏ ମା’ଙ୍କ ବିଭିନ୍ନ ବେଶ ହୋଇଥାଏ। ନୀଳ ସରସ୍ବତୀ ବେଶ, ମହାଲକ୍ଷ୍ମୀ ବେଶ ଓ ବଗଳାମୁଖୀ ବେଶରେ ଦର୍ଶନ ଦିଅନ୍ତି। ଅଷ୍ଟମୀ ପୂଜା ସରିବା ପରେ ମା’ ବଗଳାମୁଖୀଙ୍କର ଆହୁତି ଯଜ୍ଞମଣ୍ଡପରେ ହୋଇଥାଏ। ସେହିଠାରେ ସ୍ବତନ୍ତ୍ର ଆହୂତି ଦିଆଯାଇଥାଏ। ନବମୀ ଦିନ ପରମ୍ପରା ଅନୁଯାୟୀ ଭକ୍ତମାନେ ଗୁରୁପୂଜା କରିଥାନ୍ତି। ସନ୍ଧ୍ୟାରେ ପୁଣି ମା’ ଯଜ୍ଞମଣ୍ଡପକୁ ଯାଇଥାନ୍ତି ଓ ଆହୂତି ପ୍ରଦାନ କରାଯାଇଥାଏ। ଦଶହରା ଦିନ ଅପରାଜିତା ବେଶରେ ଦର୍ଶନ ଦିଅନ୍ତି ବଗଳାମୁଖୀ। ଏହିଦିନ ମା’ଙ୍କ ପୂଜାର୍ଚ୍ଚନା ଶେଷ ହୋଇଥାଏ। ମା’ଙ୍କ ବାର୍ଷିକ ଉତ୍ସବରେ ୧୦୦୮ ପ୍ରକାର ଭୋଗ ଲାଗି ହୋଇଥାଏ। ବଗଳାମୁଖୀଙ୍କ ଷୋଡ଼ଶ ଉପଚାର ପୂଜାରେ ଭକ୍ତଙ୍କ ସୁଅ ଛୁଟେ। କୁହାଯାଏ ମା’ଙ୍କ ମହିମା ପାଇ ଭକ୍ତ ସବୁ ବିପଦରୁ ମୁକ୍ତି ପାଇଥାଏ। ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଓ ମା’ ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri