ନବୀନଙ୍କ ସମ୍ପତ୍ତି ୬୪.୯୮କୋଟି: ଗତ ଆର୍ଥିକ ବର୍ଷ ତୁଳନାରେ ବଢିଛି…

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନଙ୍କ ସମ୍ପତ୍ତି ଗତ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ୭୧ ଲକ୍ଷ ଟଙ୍କା ବଢିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି ମୂଲ୍ୟ ୬୪.୯୮ କୋଟି ରହିଛି। ସେଥିରେ ଅସ୍ଥାବର ସମ୍ପତ୍ତି ୧,୩୪,୦୪,୫୦୨ ଏବଂ ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩,୬୪,୧୫,୨୬୧ ଟଙ୍କା ରହିଛି। ୨୦୧୯-୨୦ରେ ୬୪,୨୬,୮୧,୯୨୪.୯୩ରୁ ୬୪,୯୮,୧୯,୮୬୩ ଟଙ୍କାକୁ ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ ଦେଇଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଆମ୍ବାସାଡର କାର ରହିଛି ଯାହାର ମୂଲ୍ୟ ୮,୯୦୫ ଏବଂ ଅଳଙ୍କାର ମୂଲ୍ୟ ୨,୮୯,୫୮୭ ଟଙ୍କା। ନୂଆଦିଲ୍ଲୀରେ ଥିବା ଏସ୍‌ବିଆଇ ଶାଖାରେ ୧.୦୩ କୋଟି ଟଙ୍କା ଡିପୋଜିଟ୍‌ ରହିଛି। ଏଥିସହିତ ସେ ଭୁବନେଶ୍ୱର ଏସ୍‌ବିଆଇ ଶାଖାରେ ୧୦.୫୬ ଲକ୍ଷ ଟଙ୍କା ଡିପୋଜିଟ୍‌ ରଖିଛନ୍ତି। ଏହାଛଡ଼ା ଫରିଦାବାଦର ଟିକ୍ରିହେରା ଗ୍ରାମରେ ୨୨.୭ ଏକର ଫାର୍ମ ହାଉସ ରହିଛି। ୨୦୧୭ ମାର୍ଚ୍ଚରେ ହୋଇଥିବା ଆକଳନ ଅନୁଯାୟୀ ଏହାର ମୂଲ୍ୟ ୧୦,୭୫,୫୧,୦୫୧ ଟଙ୍କା । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଏପିଜେ ଅବଦୁଲ କଲାମ ରୋଡ୍‌ରେ ଥିବା ତାଙ୍କ ପୈତୃକ ସମ୍ପତ୍ତିର ୫୦ ପ୍ରତିଶତ ଅଂଶୀଦାର ଅଟନ୍ତି। ଏହାର ମୂଲ୍ୟ ୪୩,୩୬,୧୮,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ନବୀନ ନିବାସର ଦୁଇତୃତୀୟାଂଶ ଯାହାର ମୂଲ୍ୟ ୨୦୧୭ ଅଗଷ୍ଟ ୧୮ ତାରିଖରେ କରାଯାଇଥିବା ଆକଳନ ଅନୁଯାୟୀ ୯.୫୨ କୋଟି ଟଙ୍କା ହେବ। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ୨୦୧୫ରେ ଆଣିଥିବା ୧୫ଲକ୍ଷ ଟଙ୍କାର ଉଧାରକୁ ଶୁଝି ଦେଇଛନ୍ତି। ତେବେ ଫରିଦାବାଦ ଫାର୍ମହାଉସ ବିକ୍ରି କରିବା ପାଇଁ ସେ ୨୦୧୯ ସେପ୍ଟେମ୍ବର ୧୮ରେ ଅଗ୍ରିମ ୧.୨୫ କୋଟି ଆଣିଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ଶନିବାର ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ମନ୍ତ୍ରୀଙ୍କ ଓ୍ବେବ୍‌ସାଇଟରେ ସମ୍ପତ୍ତି ତାଲିକା ଅପଲୋଡ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ ଲକ୍ଷ ଟଙ୍କା ବଢିଛି। ଜେନାଙ୍କ ସମୁଦାୟ ସମ୍ପତ୍ତି ୧୦.୩୫ କୋଟି ହୋଇଥିବାବେଳେ ୨୦୧୯-୨୦ରେ ୩୦ ଲକ୍ଷ ଟଙ୍କା ଋଣ କରିଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କର ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ ରହିଛି। ଏଥିସହିତ ତାଙ୍କର ୮୦ଟି ବ୍ୟବସାୟିକ ଗାଡ଼ି ରହିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୩.୨୫ ଲକ୍ଷ ଟଙ୍କା। ତାଙ୍କ ସ୍ତ୍ରୀଙ୍କ ନାମରେ ୧.୦୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ସ୍ବାଇଁଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧.୬୦ କୋଟି ଟଙ୍କା ରହିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମରେ ସମ୍ପତ୍ତିର ସଂହ ଭାଗ ରହିଛି। ସ୍ବାଇଁଙ୍କ ନାମରେ ୨୦.୩୨ ଲକ୍ଷ ଟଙ୍କାର ଋଣ ରହିଛି।

ସେହିପରି ୨୦୨୦ ମାର୍ଚ୍ଚ ସୁଦ୍ଧା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ୪.୨୪ କୋଟି ଟଙ୍କାର ସମ୍ପତ୍ତି ରହିଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପତ୍ତି ଗତ ମାର୍ଚ୍ଚ ୩୧ ସୁଦ୍ଧା ୭.୩୧ କୋଟି ଟଙ୍କା ଥିବା ବେଳେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କର ସମ୍ପତ୍ତିର ମୂଲ୍ୟ ୩୨ ଲକ୍ଷ। ସେଥିରେ ଭୁବନେଶ୍ୱର ଚନ୍ଦକାଠାରେ ୪୮୩୦ ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି। ଏଥିସହିତ ତାଙ୍କର ୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କାର୍‌ ରହିଥିବାବେଳେ ୧୪୦ ଗ୍ରାମ୍‌ ସୁନା ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri