ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ମଇଦାନରେ ହେବ ଷ୍ଟାର ଟକ୍କର!

ଭୁବନେଶ୍ୱର,୧୨।୪: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନରେ ହ୍ରାଟିକ ବିଜୟକୁ ଲକ୍ଷ୍ୟ କରି ମାଷ୍ଟର୍‌ ପ୍ଲାନ କରୁଛି ବିଜେଡି । ଗତ ନିର୍ବାଚନରେ ଦଳର ଷ୍ଟାର୍‌ ପ୍ରଚାରକ ସାଜିଥିବା ଏମପି ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ଭଳି ଜଣାଶୁଣା ଅଭିନେତା ଏଥର ବିଜେଡି ଛାଡ଼ି ଭାଜପା କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଶୁକ୍ରବାର ନବୀନ ନିବାସରେ ଓଲିଉଡ ଷ୍ଟାରଙ୍କ ଗହଳି ଜମିଛି । ଅଭିନେତା ବାବୁସାନ ମହାନ୍ତିଙ୍କ ସମେତ ଭେଟେରାନ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଲାନ ମହାନ୍ତିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ଏନେଇ ନାନା ଆକଳନ କରିବା ଆରମ୍ଭ କରିଛନ୍ତି ରାଜନୈତିକ ମହଲ । ଏହି ଅଭିନେତାମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓ ୫ଟି ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଛନ୍ତି । ଯାହା ରାଜ୍ୟ ରାଜନୀତି ମହଲକୁ ଖୁବ୍‌ ସରଗରମ କରିଛି।

ବାବୁସାନଙ୍କ ସହ ସ୍ବରାଜ, ଭୂମିକା, ସୁପ୍ରିୟା, ଅମ୍ଳାନଙ୍କ ଭଳି ଆଗ ଧାଡ଼ିର ଅଭିନେତା, ଅଭିନେତ୍ରୀଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି । ତାଙ୍କ ସହ ଯୁବ ଅଭିନେତା ସ୍ବରାଜ, ଭୂମିକା, ସୁପ୍ରିୟା ଏବଂ ହାସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର ଏବଂ ପପୁ ପମପମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହାସହ ଧାରାବାହିକ ଅଭିନେତା ଅଭିନେତ୍ରୀ ଲିପ୍ସା, ଦେବାଶିଷ, ଗୁଡୁଙ୍କ ଭଳି ଆଗ ଧାଡ଼ିର ଅଭିନେତା ଅଭିନେତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ।

ନବୀନ ନିବାସରେ ଫେରିବା ପରେ ସେମାନେ କହିଛନ୍ତି, ରାଜ୍ୟ ସରକାରଙ୍କ ଆଗାମୀ ୧୦ ବର୍ଷର ଭିଜନ ନେଇ ଆଲୋଚନା ହୋଇଛି। ଓଲିଉଡକୁ ନେଇ ସରକାରଙ୍କ କଣ ଆଭିମୁଖ୍ୟ ରହିଛି ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ୫ଟି ଅଧ୍ୟକ୍ଷ ମଧ୍ୟ ସବୁ କଳାକାରଙ୍କ ଫିଡବ୍ୟାକ ନେଇଛନ୍ତି । ଏଥିସହ ରାଜନୈତିକ କାର୍ଯ୍ୟକଳାପ ନେଇ କୌଣସି ଆଲୋଚନା ହୋଇ ନ ଥିବା କଳାକାରମାନେ କହିଛନ୍ତି । କିନ୍ତୁ ଚର୍ଚ୍ଚା ହେଉଛି କି, ଏହି ବଡ଼ବଡ଼ ଷ୍ଟାର୍‌ ଙ୍କୁ ଷ୍ଟାର ପ୍ରଚାରକ ଭାବେ ବିଜେଡି ଘୋଷଣା କରିପାରେ ।

୨୦୨୪ ନିର୍ବାଚନରେ ଏମପି ତଥା ଓଲିଉଡ ସୁପରଷ୍ଟାର୍‌ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଆକାଶଦାସ ନାୟକ, ଅରିନ୍ଦମ ରାୟ ଭାଜପାରେ ଯୋଗ ଦେଇଛନ୍ତି । ତେଣୁ କୁହାଯାଉଛି କି ଏହିସବୁ ଷ୍ଟାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ । ତେବେ ଏହି ସବୁ ଆକଳନରେ ସତ୍ୟତା ନାହିଁ ବୋଲି କହିଛନ୍ତି ଓଲିଉଡ ଷ୍ଟାର୍‌ । ସେପଟେ କିଛି ଅଭିନେତା ରାଜନୀତିକୁ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା କହୁଥିବାବେଳେ ଅଭିନେତା ଗୁଡୁ ପ୍ରଚାରକୁ ନେଇ ମତ ରଖିଛନ୍ତି । ଚର୍ଚ୍ଚା ହେଉଛି କି, ଏହି ଷ୍ଟାରମାନଙ୍କୁ ମଧ୍ୟ ଆଗାମୀ ଦିନରେ ବିଜେଡି ଟିକେଟ୍‌ ଦେଇ ମଇଦାନକୁ ଓହ୍ଲାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?