ଗୋଟିଏ ମଞ୍ଚରେ ନବୀନ-ଶାହା

କଟକ ଅଫିସ୍‌,୮।୮: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଏକ ଦୈନିକ ଖବରକାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତି୍ୟକା ପ୍ରତିଭା ରାୟଙ୍କ ସମେତ ଉଭୟ ଦଳର ହେଭିୱେଟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି। ନବୀନ ଏବଂ ଶାହା ମଞ୍ଚକୁ ଉଠିବା ମାତ୍ରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଶାହା ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିଥିଲେ ଶାହା। ତାଙ୍କ ସହ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୧୫ରୁ ୨୦ ମିନିଟ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶାହା ଭାଜପା ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ। ଏହାପରେ କଟକ ଅଭିମୁଖେ ବାହାରି ଥିଲେ। କଟକରେ ପହଞ୍ଚି ଶାହା ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନକୁ ଯାଇଥିଲେ। ସେଠାରେ ନେତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri