ଏମିତି ଲଢେଇ ଜାରି ରହୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲେଇରେ ଦଳ ଗ୍ରେଟ ବ୍ରିଟେନ ଠାରୁ ୪-୩ ଗୋଲରେ ହାରିଯାଇଛି। ଏହି ମ୍ୟାଚ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି। ତେବେ ମ୍ୟାଚ୍‌ ହାରିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓରେ ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସେମିଫାଇନାଲରେ ଗ୍ରେଟ ବ୍ରିଟେନ ବିରୋଧରେ ଲଢେଇ କରିଥିବାରୁ ଦଳକୁ ଶୁଭେଚ୍ଛା ଜଣାଉଛି। ଆଗକୁ ମଧ୍ୟ ଏହି ଲଢେଇ ଜାରି ରହୁ ଏବଂ ଭବିଷ୍ୟତ ପାଇଁ ଶୁଭକାମନା।
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା।