ନବୀନ ପୁଣି ଥରେ ସର୍ବୋତ୍ତମ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୧: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ପୁଣି ଥରେ ଏକ ନମ୍ବର ହୋଇଛନ୍ତି। ରାଜ୍ୟ ସ୍ତରରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ ବୋଲି ଏକ ସର୍ଭେ ସଂସ୍ଥା କହିଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌-କାର୍ଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌ ଦି ନେଶନ୍‌ର ୨୦୨୧ ଜାନୁୟାରୀ ଜନମତ ସର୍ଭେରେ ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ମୂଲ୍ୟାୟନ କରିବାକୁ କୁହାଯାଇଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପଛରେ ପକାଇ ନବୀନ ନମ୍ବର ଓ୍ବାନ୍‌ ହୋଇଛନ୍ତି। ଓଡ଼ିଶାର ୫୧ ପ୍ରତିଶତ ଲୋକ ନବୀନଙ୍କୁ ପଜିଟିଭ୍‌ ରେଟିଂ ଦେଇଥିଲେ। କେଜ୍‌ରିଓ୍ବାଲଙ୍କ ସପକ୍ଷରେ ୪୧%, ଯୋଗୀଙ୍କୁ ୩୯% ଏବଂ ଉଦ୍ଧବ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ମିଳିତ ଭାବେ ୩୫ ପ୍ରତିଶତ ରେଟିଂ ମିଳିଛି।
ନବୀନ ସବୁବେଳେ ଜାତୀୟ ରାଜନୀତିଠାରୁ ନିଜକୁ ଦୂରେଇ ରଖି ରାଜ୍ୟ ଉପରେ ଫୋକସ୍‌ କରିଥାନ୍ତି। ଓଡ଼ିଶାରେ ତାଙ୍କର ଦୁଇଦଶନ୍ଧିର ଶାସନ କାଳରେ ଭାଜପା ଓ କଂଗ୍ରେସକୁ କ୍ଷମତାଠାରୁ ଦୂରେଇ ରଖିବା ସହ ବିଜେଡିକୁ ସଫଳ କରାଇ ଆସିଛନ୍ତି। ଏହା ସତ୍ତ୍ୱେ ଜାତୀୟ ରାଜନୀତରେ ତାଙ୍କର ପ୍ରଭାବ ରହିଛି।

ସୂଚନାଯୋଗ୍ୟ ନିକଟରେ ହୋଇଥିବା ଏବିପି-ସି ଭୋଟର ସର୍ଭେରେ ନବୀନ ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଇ ନମ୍ବର ସ୍ଥାନରେ ଥିଲାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ଥିଲେ। ସେହିପରି ୪ ନମ୍ବର ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଓ ୫ ନମ୍ବରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରହିଥିଲେ। ପୁନର୍ବାର ଆଉ ଏକ ସର୍ଭେରେ ନବୀନ ଏକ ନମ୍ବର ସ୍ଥାନରେ ରହିବା ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଲଗାତର କୋଡିଏ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହିଥିବା ନବୀନଙ୍କର ଏବେ ପଞ୍ଚମ ପାଳି ସରକାର ଚାଲିଛି। ତାଙ୍କ ଲୋକପ୍ରିୟତାକୁ ଏହି ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସର୍ଭେ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri