ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପବିତ୍ର ରଥଯାତ୍ରା ଅବସରରେ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ମୁଖ୍ୟାଳୟରେ ପହଞ୍ଚି ଭିତ୍ତିପ୍ରସ୍ତର ଶୁଭ ଦେଇଛନ୍ତି। ପାଖାପାଖି ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେଣୁ ଏଠାରେ ବିଶେଷ ଗହଳି କରା ନ ଯାଇ ଅଳ୍ପ କେତେଜଣ ବରିଷ୍ଠ ଏବଂ ସାଙ୍ଗଠନିକ ଦାୟିତ୍ୱରେ ଥିବା ବିଜେଡି ନେତା ଉପସ୍ଥିତ ଥିଲେ।
ନିର୍ମାଣ ହେବାକୁ ଥିବା ବିଜେଡି ମୁଖ୍ୟାଳୟରେ ଦଳର ସମସ୍ତ ସଙ୍ଗଠନର ଶାଖା କାର୍ଯ୍ୟକ୍ଷମ ହେବ। ଏହାସହ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ବିଜେଡିର ଯୁବ ଓ ଛାତ୍ର ଗୋଷ୍ଠୀ ନିଜ ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଅନ୍ୟପଟେ ସୂଚନା ମୁତାବକ, ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ୩୦ ଜିଲା ସଦର ମହକୁମାରେ ଜିଲା କାର୍ଯ୍ୟାଳୟ ସ୍ଥାପନ କରାଯିବ। ଏଥିଲାଗି ପାଖାପାଖି ୧୦ଟି ଜିଲା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି। ଦଳ ପକ୍ଷରୁ ସବୁ ଜିଲାରେ ଜମି କିଣି ଦଳୀୟ କାର୍ଯ୍ୟାଳୟ ନିର୍ମାଣ ହେବ। ବର୍ତ୍ତମାନ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ କାର୍ଯ୍ୟାଳୟ ୩ ମହଲା ବିଶିଷ୍ଟ ହେବ। ଆଧୁନିକ ଜ୍ଞାନକୌଶଳ ସହ ଓଡ଼ିଶାର ସ୍ଥାପତ୍ୟ ଏବଂ କଳାକୁ ଏଥିରେ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟରେ ଏକ ଅଡିଟୋରିୟମ ଓ ରିଟର୍ନିଂ ରୁମ୍‌ କରାଯିବାର ବ୍ୟବସ୍ଥା ରଖାଯାଇଥିବା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି। ୨୩ ବର୍ଷ ପରେ ଦଳର କାର୍ଯ୍ୟାଳୟ ପୁନଃ ନିର୍ମାଣ ହେଉଥିବା ବେଳେ ଓ୍ବାଇଫାଇ ବ୍ୟବସ୍ଥାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବ୍ୟବସ୍ଥା ଏହା ସହ ଯୋଡିହେବ।
ସମାନ ଭାବେ ଭାଜପା ନୂତନ ରାଜ୍ୟ କାର୍ଯ୍ୟାଳୟକୁ ନିର୍ମାଣ କରିବ ବୋଲି ଜଣାପଡିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ସମେତ କେତେ ଜିଲାରେ ଦଳ ସ୍ବତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା କରୁଛି। ଭାଜପା ନୂତନ ଭାବେ ନିର୍ମାଣ କରିବାକୁ ଯାଉଥିବା ରାଜ୍ୟ କାର୍ଯ୍ୟାଳୟ ପରିସର ମଧ୍ୟ ଅତ୍ୟାଧୁନିକ ହେବ। ଏହା ଭିତରେ ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିଲା ଭଳି ବ୍ୟବସ୍ଥା ମଧ୍ୟ କରାଯିବ। ଭାଜପା ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ କାର୍ଯ୍ୟାଳୟ ଲାଗି ଜମି ଖୋଜା ଚାଲିଛି। ସରକାରଙ୍କୁ ମଧ୍ୟ ରାଜନୈତିକ ଦଳ ହିସାବରେ ଜମି ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଯେଉଁଟା ପ୍ରଥମେ ହେବ ସେହି ଅନୁଯାୟୀ କାମ ହେବ। ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ପ୍ରାୟ ୧୫ ଜିଲାରେ ଦଳର ନିଜସ୍ବ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ବାକି କେତେ ସ୍ଥାନରେ କାମ ଚାଲୁ ରହିଥିବା ବେଳେ ଆଉ କେତେକ ସ୍ଥାନ ଲାଗି ଜମି ଖୋଜା ହେଉଛି। ଏହା ୨୦୧୭ ମସିହାରୁ ଦଳ ଏହା ଆରମ୍ଭ କରିଥିବା ବକ୍ସିପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri