ସୁଶାନ୍ତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୪।୩: ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସୁଶାନ୍ତଙ୍କ ଭେଟିବା ପାଇଁ ନବୀନ ମଙ୍ଗଳବାର ହସ୍ପିଟାଲରେ ପହଞ୍ଚିଛନ୍ତି। ହସ୍ପିଟାଲରେ ପହଞ୍ଚି ସେ ସୁଶାନ୍ତଙ୍କୁ ଭେଟିଛନ୍ତି।

ସୁଶାନ୍ତ ଦୀର୍ଘଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲେ। ଗତ କିଛିଦିନ ହେଲା ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋହେଲାସ୍ଥିତ ବାସଭବନକୁ ଫେରିଥିଲେ। ମାତ୍ର ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ଦୁଇଦିନ ତଳେ ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୋମବାର ଏହା ଜାଣି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ କଥା ହୋଇଥିଲେ। ଏହାସହ ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝି ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ...

Krushna Chandra Patra: ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…

ଭୁବନେଶ୍ୱର,୧୯ା୨: ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍‌ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC...

KIIT scandal: ନେପାଳ ଛାତ୍ରଙ୍କ ସହ କଥାହେଲେ Mohan Majhi, ଦେଲେ ବଡ଼ ପ୍ରତିଶ୍ରୁତି…

କିଟ୍‌ କାଣ୍ଡ: ନେପାଳ ଛାତ୍ରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଲେ ବଡ଼ ପ୍ରତିଶ୍ରୁତି… ଭୁବନେଶ୍ୱର,୧୯।୨: କିଟ୍‌ କାଣ୍ଡକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି।...

Odisha Rain Update: ୪ ଦିନ ଛେଚିବ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ

ଭୁବନେଶ୍ୱର,୧୯।୨: ଆସୁଛି Rain Alert। ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।...

KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା!

ଭୁବନେଶ୍ୱର,୧୯ା୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ମୃତ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ରୁ ବଳପୂର୍ବକ ବାହାର...

ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର...

Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ, ଅଇଆରଓ, ହଷ୍ଟେଲ ୱାର୍ଡେନଙ୍କୁ ଜେରା ପାଇଁ…

ଭୁବନେଶ୍ୱର, ୧୯।୨ : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri