Posted inଜାତୀୟ

ନାଭାଲ୍‌ନି ଦଶା

ନୂଆଦିଲ୍ଲୀ,୧୨ା୪:ଗତ ଫେବୃଆରୀ ୧୬ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସବୁଠୁ ବଡ଼ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭାଲ୍‌ନିଙ୍କର ଆର୍କଟିକ୍‌ ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାର ଠିକ୍‌ ମାସକ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍‌ ପଞ୍ଚମ ଥର ଅନାୟାସରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ନାଭାଲ୍‌ନି ବଡ଼ ଚ୍ୟାଲେଞ୍ଜର ଭାବେ ଉଭା ହୋଇପାରନ୍ତି ବୋଲି ପୁଟିନ୍‌ ସନ୍ଦେହକରି ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ତାଙ୍କୁ ଜେଲ ଭିତରେ ବିଷଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଭାରତରେ ଶାସକ ଭାଜପା ବିରୋଧରେ ବିମୁଦ୍ରୀକରଣ ଓ ଇଲେକ୍ଟୋରାଲ ବଣ୍ଡ୍‌ ଦୁର୍ନୀତି ଅଭିଯୋଗ ଆଣୁଥିବା ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ସ୍ବର ଚପାଇଦେବା ପାଇଁ ସେମାନଙ୍କ ବିପକ୍ଷରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଲୋକ ସଭା ନିର୍ବାଚନ ପୂର୍ବରୁ ହଠାତ୍‌ ତତ୍ପର ହୋଇ ଉଠିଛନ୍ତି। ଏହାକୁ ବିରୋଧୀ ନେତାମାନେ ନାଭାଲ୍‌ନିଙ୍କ ପ୍ରତି ପୁଟିନ୍‌ଙ୍କ ବର୍ବରତା ସହ ତୁଳନା କରିଛନ୍ତି। କିଛି ମାସ ହେଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର (ଆଇଟି) ବିଭାଗ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ କ୍ଷମତାସୀନ ଦଳର ବଡ଼ ନେତାମାନଙ୍କୁ ଯେପରି ଟାର୍ଗେଟ କରୁଛନ୍ତି, ତାକୁ ଦେଖିଲେ ଏଭଳି ତୁଳନାକୁ ଅମୂଳକ ମନେକରାଯାଇ ନ ପାରେ।
ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଥିବାବେଳେ ମାର୍ଚ୍ଚ ୨୮ରେ ଉତ୍ତର ପ୍ରଦେଶର ମଉ ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ମୁଖ୍‌ତାର ଅନ୍‌ସାରୀ ଜେଲରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବାଞ୍ଚଳ ସମେତ ୟୁପିର ଅନେକ ଆସନରେ ବାହୁବଳୀ ନେତା ମୁଖ୍‌ତାରଙ୍କ ରାଜନୈତିକ ପତିଆରା ରହିଥିଲା। ଏପରି କି ଜେଲରେ ଥାଇ ମଧ୍ୟ ଲୋକ ସଭା ନିର୍ବାଚନରେ ଭାଜପାର ୮୦ ଆସନ ଦଖଲ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ସେ ସକ୍ଷମ ଥିଲେ। ତେଣୁ ତାଙ୍କୁ ଜେଲରେ ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ମୁଖ୍‌ତାରଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମୁଖ୍‌ତାରଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ଦେଶର ସ୍ବାଧୀନତା ସଂଗ୍ରାମରେ ମୁଖ୍‌ତାରଙ୍କ ଜେଜେ ଉମର ଅନ୍‌ସାରୀଙ୍କ ବଡ଼ ଭୂମିକା ରହିଥିଲା। ଗରିବଙ୍କ ଉନ୍ନତିରେ ଅନ୍‌ସାରୀ ପରିବାରର ଅବଦାନ ଉଲ୍ଲେଖନୀୟ। କିନ୍ତୁ ଯାହା ଘଟିଗଲା ତାକୁ ନେଇ ସମସ୍ତେ ଚକିତ। ଜେଲରେ ତାଙ୍କୁ ବିଷ ଦେଇ ହତ୍ୟା କରାଯାଇପାରେ ବୋଲି ମୁଖ୍‌ତାର ଜୀବିତାବସ୍ଥାରେ ସନ୍ଦେହ ବ୍ୟକ୍ତ କରିଥିଲେ। ରୁଷୀୟ ଜେଲରେ ବିରୋଧୀ ନେତା ନାଭାଲ୍‌ନିଙ୍କୁ ଯେପରି ବିଷ ଦେଇ ହତ୍ୟା କରାଯାଇଥିଲା, ମୁଖ୍‌ତାରଙ୍କୁ ସେଭଳି ମାରି ଦିଆଯାଇଥାଇପାରେ। ଏହାକୁ ସ୍ବାଭାବିକ ମୃତ୍ୟୁ ଭଳି ଗ୍ରହଣ କରି ହେଉନାହିଁ ବୋଲି ଅଖିଳେଶ କହିବା ସହ ବର୍ତ୍ତମାନ ଦେଶରେ ବିରୋଧୀ ନେତାମାନେ ‘ନାଭାଲ୍‌ନି ଦଶା’ ଭୋଗୁଥିବା ପ୍ରକାଶ କରିଛନ୍ତି।
ଇଡି ପ୍ରଥମେ ୨୦୨୨ ମେ’ରେ ଦିଲ୍ଲୀର ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଏହା ପରେ ଉଚ୍ଛେଦ ହୋଇସାରିଥିବା ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୦୨୩ ଫେବୃଆରୀରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ଗତ ଅକ୍ଟୋବରରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କୁ ଗିରଫ କରାଗଲା। ସଞ୍ଜୟ ୬ ମାସ ତିହାର ଜେଲରେ ରହିବା ପରେ ଗତ ୩ ତାରିଖରେ ମୁକୁଳିଥିବାବେଳେ ସତ୍ୟେନ୍ଦ୍ର ଓ ମନୀଷ ଏବେ ମଧ୍ୟ ବନ୍ଦୀ ଜୀବନ ବିତାଉଛନ୍ତି। ଗତ ଜାନୁଆରୀ ୩୧ରେ ଝାଡ଼ଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇଡି ଗିରଫ କରିଥିଲା। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧ୍ୟ ଇଡି ଗତ ୨୧ରେ ଗିରଫ କରିଥିଲା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ସୋରେନ୍‌ ନିଜ ଗିରଫଦାରି ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ କେଜ୍‌ରିଓ୍ବାଲ ପଦ ନ ଛାଡ଼ି ଜେଲରୁ ସରକାର ଚଳାଉଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବାବେଳେ ଗୁରୁବାର ତାଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଛି।
ଅନୁରୂପ ଭାବେ ଇଡି ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଆଉ କେତେଜଣ ନେତାଙ୍କୁ ଏକାଧିକ ଥର ନିଜ ଅଫିସକୁ ଡକାଇ ଜେରା କରିଥିଲା। କେବଳ ଏତିକି ନୁହେଁ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଲାଗିପଡ଼ିଛନ୍ତି। ବିରୋଧୀଙ୍କ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ର ଯେଉଁ ପ୍ରଭାବଶାଳୀ ନେତାମାନେ ଭାଜପା ବିରୋଧରେ ମନ୍ତବ୍ୟ ଦେଉଛନ୍ତି, ସେମାନଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ୁଛି। ଅନ୍ୟପକ୍ଷେ ଦୁର୍ନୀତି ଅଭିଯୁକ୍ତ ବିରୋଧୀ ନେତାମାନେ ଭାଜପାରେ ଯୋଗଦେବା ପରେ ‘ଧୁଆମୂଳା’ ପାଲଟିଯାଉଛନ୍ତି ବୋଲି ସମାଲୋଚନା ହେଉଛି। ବିରୋଧୀଙ୍କ ପକ୍ଷରୁ ଗତ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତ ସିହ୍ନା ଏନେଇ କହିଛନ୍ତି, ଇଲେକ୍ଟୋରାଲ ବଣ୍ଡ୍‌ ଭାଜପାର ସବୁଠୁ ବଡ଼ ଦୁର୍ନୀତି। ବିମୁଦ୍ରୀକରଣ ମାଧ୍ୟମରେ ଏହି ଦଳ କଳାଧନକୁ ଧଳା କରିଛି। ଭାଜପା ନିଜ ଦୁର୍ନୀତିକୁ ଏପରି ଘଣ୍ଟ ଘୋଡ଼ାଇଛି ଯେ, ଲୋକେ ତା’ର ଟେର୍‌ ବି ପାଇବେ ନାହିଁ। ଏହି ସରକାର କ୍ଷମତାରେ ଥିବା ପର୍ଯ୍ୟନ୍ତ ସଚ୍ଚୋଟ। ଥରେ କ୍ଷମତାରୁ ଯିବା ପରେ ଏହା ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଭାରତୀୟମାନେ ଜାଣିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri