ନେଚର ପାର୍କ ଡମରଗାଡ଼ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ବୌଦ୍ଧ,୧୮ା୧୨(ଅଜିତ କୁମାର ବାରିକ): ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରାଜିରେ ଭରପୁର। ଜିଲାରେ ପର୍ଯ୍ୟଟନ ଶିଳ୍ପ ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ବିଭାଗ ପକ୍ଷରୁ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଐତିହାସିକ ଡମରଗାଡ଼ଠାରେ ଜିଲାର ପ୍ରଥମ ନେଚର ପାର୍କ ନିର୍ମାଣ କରାଯାଇଛି। ଏଥିସହ ୫ ଗୋଟି କଟେଜରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ରହଣି ବ୍ୟବସ୍ଥା ମଧ୍ୟ ହୋଇଛି। ବନବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ରାସ୍ତା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ନେଚର ପାର୍କ ଗତ ନଭେମ୍ବର ମାସ ୯ ତାରିଖରେ ଉଦ୍‌ଘାଟିତ ହୋଇଛି। ଡମରଗାଡ ପାହାଡ ଉପରେ ପ୍ରାକୃତିକ ଶୋଭାରାଜି ସହିତ ୱାଚ ଟାୱାରରୁ ବନ୍ୟଜନ୍ତୁଙ୍କୁ ଦେଖିବା ବ୍ୟବସ୍ଥା କରାଯାଇଛି। ପାହାଡ ପାଦଦେଶରେ ବହି ଯାଉଥିବା ଚିରସ୍ରୋତା ମହାନଦୀ ଏହି ପର୍ଯ୍ୟଟନ ସ୍ଥଳର ପରିବେଶକୁ ଅଧିକ ମନୋରମ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଡମରଗାଡର ସୂର୍ଯ୍ୟାସ୍ତ ଦୃଶ୍ୟ ସବୁଠାରୁ ମନୋରମ । ତେଣୁ ପର୍ଯ୍ୟଟକମାନେ ଏଠାରେ ରାତ୍ରୀଯାପନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଛି। ତେବେ ଜିଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ନେଚର ପାର୍କକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଜାତୀୟ ରାଜପଥ ସାହାଜପାଲଠାରୁ ନେଚର ପାର୍କକୁ ଯିବାକୁ ଥିବା ରାସ୍ତାକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ମୁଖ୍ୟ ଜାତୀୟ ରାଜପଥରୁ ଗ୍ରାମ ଭିତର ଦେଇ ଯାଇଥିବା ୫ କିଲୋମିଟର ରାସ୍ତା ପ୍ରଶସ୍ତ ନ ଥିବା ବେଳେ ଅନେକ ସ୍ଥାନରେ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ। ରାସ୍ତାରେ କୌଣସି ସୂଚନା ଫଳକ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୌଦ୍ଧ ତଥା ଆଖପାଖ ଅଞ୍ଚଳରୁ ପ୍ରତିଦିନ ବହୁ ସଂଖ୍ୟକ ଡମରଗାଡ ବୁଲିବାକୁ ଯାଉଥିବା ଜଣାଯାଇଛି। କିନ୍ତୁ ରାସ୍ତା ପାଇଁ ବିଭିନ୍ନ ସମସ୍ୟା ହେଉଛି। ପ୍ରଶସ୍ତ ରାସ୍ତା ନିର୍ମାଣ କରାଗଲେ ଏହି ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଉଛି। ଜାତୀୟ ରାଜପଥ କଡରେ ସୂଚନା ଫଳକ ନ ଥିବାରୁ ଡମରଗାଡକୁ ବୁଲି ଯାଉଥିବା ଲୋକେ ଅନ୍ୟ ରାସ୍ତାରେ ଚାଲି ଯାଇ ହଟହଟା ହେଉଛନ୍ତି। ଯଥାଶୀଘ୍ର ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥ କଡରେ ଡମ୍ବରୁଗଡ ନେଚର ପାର୍କ ସଂପର୍କରେ ସୂଚନା ଫଳକ ଲଗାଇବା ଆବଶ୍ୟକ ହୋଇପଡିଛି। ଏ ଦିଗରେ ଜିଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?