ପ୍ରାକୃତିକ ବନାମ କୃତ୍ରିମ

ପ୍ରକୃତି ପ୍ରାକୃତିକର ବିକଳ୍ପ ନାହିଁ। ପ୍ରାକୃତିକ ଓ କୃତ୍ରିମ ଭିତରେ ଆକାଶ ପାତାଳ ଫରକ, ଯେପରି ସାରଦିଆ ପନିପରିବା ଓ ଖତଦିଆ ପନିପରିବା ମଧ୍ୟରେ ଫରକ। ଆମ ପୃଥିବୀ ପଞ୍ଚଭୂତାତ୍ମକ ମୂଳତତ୍ତ୍ୱ (ମାଟି, ଜଳ, ତେଜ, ବାୟୁ ଓ ଆକାଶ) ଦ୍ୱାରା ଗଢ଼ା। ଏଥିରୁ ସମସ୍ତ ନିର୍ଜୀବ, ସଜୀବ, ଗଛ, ଜୀବଜନ୍ତୁ, କୀଟପତଙ୍ଗର ସୃଷ୍ଟି ହୋଇ ପଞ୍ଚମହାଭୂତରେ ଲୀନ ହୋଇଯାଆନ୍ତି। ଏହି ପଞ୍ଚ ମହାଭୂତାତ୍ମକ ଶରୀର ତ୍ରିଦୋଷ (ବାତ, ପିତ୍ତ ଓ କଫ) ସାମ୍ୟାବସ୍ଥାରେ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ହୋଇଥାଏ। ମାତ୍ର ଏହାର ବ୍ୟତିକ୍ରମ ହେଲେ ରୋଗ ସୃଷ୍ଟି ହୋଇଥାଏ। ବାୟୁ ଦ୍ୱାରା ଶରୀର ଚଳନ ସ୍ନାୟୁଗୁଡ଼ିକୁ କାର୍ଯ୍ୟ କରିବା, ଅମ୍ଳଜାନ ଓ ରକ୍ତ ସଞ୍ଚାଳନ ଦ୍ୱାରା ଶରୀର ସମସ୍ତ କୋଷକୁ ପୋଷକତତ୍ତ୍ୱ ପହଞ୍ଚାଯାଇଥାଏ। ଯଦି ବାୟୁ ପ୍ରକୃପିତ ହୋଇ ଏହି କାର୍ଯ୍ୟରେ ବାଧା ଉତ୍ପନ୍ନ ହୁଏ ଏବଂ ସ୍ନାୟୁ ରୋଗ ହୋଇ ଶରୀରରେ ଯନ୍ତ୍ରଣା ଦେଖାଯାଏ। ପିତ୍ତରେ ଅଗ୍ନିତତ୍ତ୍ୱର ପ୍ରାଧାନ୍ୟତା ଥିବାରୁ ଆହାର, ପାଚନକ୍ରିୟା, ଆଖି ଦ୍ୱାରା ଦେଖିବା, ରକ୍ତ ସୃଷ୍ଟି କାର୍ଯ୍ୟ ଓ ଅନ୍ତଃସ୍ରାବୀ ଗ୍ରନ୍ଥିରୁ ରସ କ୍ଷରଣ ହୋଇଥାଏ। ଏହି ଦୋଷ ପ୍ରକୃପିତ ହୋଇ ପିତ୍ତ ବାନ୍ତି, କଫ ଦୋଷରେ ପୃଥିବୀ ଓ ଜଳତତ୍ତ୍ୱର ପ୍ରାବଲ୍ୟତା ରହିଥାଏ। ଏହି ସନ୍ଧିଗୁଡ଼ିକରେ ରହି ଅସ୍ଥିଗୁଡ଼ିକୁ ଘର୍ଷଣରୁ ସୁରକ୍ଷା ଦେଇଥାଏ। ଏହା ମୋବିଲ୍‌ ପରି କାର୍ଯ୍ୟ କରିଥାଏ। ଏହି ତ୍ରିଦୋଷ ବାତ, ପିତ୍ତ ଓ କଫ ସାମ୍ୟାବସ୍ଥାରେ ରହିଲେ ଶରୀର ସୁସ୍ଥ ରହେ। କିନ୍ତୁ ଏହା ବିଷମାବସ୍ଥାକୁ ଆସିଲେ ରୋଗ ସୃଷ୍ଟି ହୋଇଥାଏ। ପ୍ରାକୃତିକ ଧାତୁ, ରତ୍ନ, ଉପରତ୍ନ, ବୃକ୍ଷଲତା ଇତ୍ୟାଦି ପଞ୍ଚଭୂତାତ୍ମକ ଦ୍ରବ୍ୟ। ଏଗୁଡ଼ିକ ବାତନାଶକ, ପିତ୍ତନାଶକ, କଫନାଶକ ବା ତ୍ରିଦୋଷ ନାଶକ ଅଟେ। ଅର୍ଥାତ୍‌, ଏଗୁଡ଼ିକ ବଢ଼ିଥିବା ଅବସ୍ଥାରୁ ସାମ୍ୟାବସ୍ଥାକୁ ଆଣେ। ଆଧୁନିକ ମତରେ କହିବାକୁ ଗଲେ ଏଥିରେ ଜୀବାଣୁ, ଭୂତାଣୁନାଶକ, ଶୋଥହର, ବେଦନାନାଶକ ଓ ଜ୍ୱରନାଶକ ଇତ୍ୟାଦି ଗୁଣ ଭରି ରହିଛି। ଏହା ପ୍ରାକୃତିକ ହୋଇଥିବାରୁ ବିନା ପାର୍ଶ୍ୱପ୍ରତିକ୍ରିୟାରେ ଶରୀରରେ ଅବଶୋଷିତ ହୋଇଯାଏ ଏବଂ ରୋଗକୁ ସମ୍ପୂର୍ଣ୍ଣ ଭାବେ ଭଲ କରିଦେଇଥାଏ।
ମାତ୍ର ଏହାର ବିକଳ୍ପ ରୂପେ କୃତ୍ରିମ ରାସାୟନିକ ଦ୍ରବ୍ୟ, ଔଷଧକୁ ବ୍ୟବହାର କରିବା ଦ୍ୱାରା ପ୍ରଥମେ ଶରୀରର କୋଷ ଏହାକୁ ଗ୍ରହଣ କରି ନ ଥାଏ। ତେଣୁ ପ୍ରତିକ୍ରିୟା ଆରମ୍ଭ ହୋଇଯାଏ। ଏଗୁଡ଼ିକର ବେଶି ବ୍ୟବହାର ଦ୍ୱାରା ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଶେଷରେ ରୋଗୀର ଶ୍ୱେତ ରକ୍ତକଣିକା ଦୁର୍ବଳ ହୋଇପଡ଼େ ଓ କୋଷଗୁଡ଼ିକ ରୁଗ୍ଣ ହୋଇଯିବାରୁ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ। ଏହାସହ ଅନ୍ୟାନ୍ୟ ରୋଗ ଭବିଷ୍ୟତରେ ଦେଖାଦେଇଥାଏ। ଅନ୍ତଃସ୍ରାବୀ ଗ୍ରନ୍ଥି, ବହିଃସ୍ରାବୀ ଗ୍ରନ୍ଥିର କାର୍ଯ୍ୟଦକ୍ଷତା କମିବାକୁ ଲାଗେ। ତେଣୁ ଶରୀର ବାହ୍ୟ ପରିବେଶ ପ୍ରତି ଅସହ୍ୟ ହୋଇପଡ଼େ। ଏହାଦ୍ୱାରା ସର୍ବଦା ରାସାୟନିକ ଦ୍ରବ୍ୟ ବା କୃତ୍ରିମ ଦ୍ରବ୍ୟ କବଳରେ ରୋଗୀ ଜୀବନ ଅତିବାହିତ କରିବାକୁ ପଡ଼ିଥାଏ।
ଏହି ବିଷାକ୍ତ ରାସାୟନିକ କବଳରୁ ଅନ୍ୟାନ୍ୟ ପ୍ରାଣୀଜଗତ, କୀଟପତଙ୍ଗ ତିଷ୍ଠି ରହିପାରେ ନାହିଁ। ତେଣୁ ପ୍ରକୃତି କୋଳରୁ ଗୋଟି ଗୋଟି କରି ଜୀବ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲେଣି। ଗାଈମାନଙ୍କୁ ଯନ୍ତ୍ରଣା ନିବାରକ ଡାଇକ୍ଲୋଫେନାକ୍‌ ଇଞ୍ଜେକ୍‌ଶନ ଦେବାରୁ ତାଙ୍କର ଶବ ଖାଇ ଶାଗୁଣା ବଂଶ ଲୋପ ହେବାରେ ଲାଗିଲେଣି। ସେହିପରି ବିଲରେ ପ୍ରବଳ ରାସାୟନିକ ସାର ଓ ବିଷ ପ୍ରୟୋଗ ଦ୍ୱାରା ବିଲରେ ମିଳୁଥିବା କଉ, ଗଡ଼ିଶା, କଙ୍କଡ଼ା, ମଉରାଳି, ତୋଡ଼ି ଆଦି ମାଛ ଆଉ ଦେଖିବାକୁ ମିଳୁନାହିଁ। ସାରଦିଆ ପନିପରିବା ଖାଇ ବିଭିନ୍ନ ଅସାଧ୍ୟ ରୋଗମାନ ଦେଖାଯାଉଅଛି।
ସେପଟେ ପ୍ରଦୂଷଣ ବଢ଼ିଚାଲିଛି। ଗଛ, ବଣଜଙ୍ଗଲ ନଷ୍ଟ ହେବା ଦ୍ୱାରା ଗାଡ଼ି, କଳକାରଖାନାର ବିଷାକ୍ତ ଗ୍ୟାସ୍‌ ଯୋଗୁ ତାପମାତ୍ରା ବଢ଼ୁଛି। ଏଥିରେ କେତେଦିନ ପୃଥିବୀର ଜୀବଜଗତ ତିଷ୍ଠି ରହିବ?
ତେଣୁ ଏଥିପ୍ରତି ଜନସାଧାରଣ, ପରିବେଶବିତ୍‌ ସଚେତନ ହୋଇ ପ୍ରାକୃତିକ ଦ୍ରବ୍ୟ, ଔଷଧକୁ ପ୍ରାଧାନ୍ୟ ଦେବା, ଚାଷରେ ଜୈବିକ ଖତ ପ୍ରୟୋଗ କରିବା, ସକାଳ ସୂର୍ଯ୍ୟକିରଣରେ ଭ୍ରମଣ କରିବା, ବାହ୍ୟ ପ୍ରାକୃତିକ ପରିବେଶ ଓ ଆଲୋକରେ ସମୟ ବିତାଇବା ସହ ମାନସିକତାକୁ ସକାରାତ୍ମକ ରଖିଲେ ମାନସିକ ଶାନ୍ତି ମିଳିବ ଏବଂ ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ିବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri