ଚାଷୀଙ୍କ ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ

ଯାଜପୁର ଅଫିସ,୧୮ା୧୨: ଚାଷୀ ଓ ଚାଷର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ବିଶେଷକରି ଚଳିତ ବର୍ଷ ୟାସ୍‌ ଓ ଏହାର ୬ ମାସ ପରେ ଜୱାଦ ଚାଷୀଙ୍କ ଜୀବନଜୀବିକାକୁ ଅତିମାତ୍ରାରେ ପ୍ରଭାବିତ କରିଛି। ନଦୀବନ୍ଧରେ ଘାଇ ସୃଷ୍ଟି ଏବଂ ବିଲରେ ବର୍ଷା ପାଣି ମାଡି ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ନଷ୍ଟ ହୋଇଛି। ସେଥିପାଇଁ ୨୦୨୧କୁ କୃଷି ପାଇଁ ଦୁଃଖର ବର୍ଷ ବୋଲି ଚାଷୀମାନେ ଅଭିହିତ କରିଛନ୍ତି। ଏହାବାଦ୍‌ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କ୍ଷୟକ୍ଷତି ରାଶି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି ା ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି ା
ଗତ ମେ ମାସ ଶେଷ ସପ୍ତାହରେ ବାତ୍ୟା ୟାସ୍‌ ଯୋଗୁ ବୈତରଣୀ ନଦୀବନ୍ଧର ତଳମୁଣ୍ଡ କଣ୍ଟପଡ଼ା, ପଲ୍ଲାସାହି ଓ ନିଉବାଙ୍କ କାମଦେବମହରାଠାରେ ୩ଟି ଘାଈ ସୃଷ୍ଟି ହୋଇଥିଲା। ଫଳରେ ଚାଷୀଙ୍କ ବିଲରେ ବାଲି ମାଡ଼ି ଯାଇଥିଲା। ଏହି ୩ ଘାଈ ଯୋଗୁ ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିଲେ ା ୭୬ ଗ୍ରାମର ୧୩,୭୦୫ ଜଣ ଲୋକ ଜଳବନ୍ଦୀ ଜୀବନ କାଟିଥିଲେ ବୋଲି ସରକାରୀ ଭାବେ କୁହାଯାଇଥିଲା। ପ୍ରାୟ ୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାର ୨୫ଟି ଘାଈ ସୃଷ୍ଟି ହୋଇଥିଲାବେଳେ ପ୍ରାୟ ୭୫ ହଜାର ହେକ୍ଟର ଜମିରେ ଧାନ ଓ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାର କ୍ଷତିପୂରଣ ଅଧିକାଂଶ ଚାଷୀ ପାଇ ନ ଥିବାବେଳେ ପୁଣି ୟାସ୍‌ ବାତ୍ୟା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା ା ଏହାପରେ କିଛିଦିନ ବିରୋଧିଙ୍କ ସ୍ବର ସତେଜ ରହି ପୁଣି ମଉଳି ଯିବାରୁ ଚାଷୀମାନେ ଉପଯୁକ୍ତ ଭାବେ କ୍ଷତିପୂରଣ ପାଇ ନ ଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୫ ଟି ଘାଈ ସୃଷ୍ଟି ହେବା ପରେ ଜଳ ସମ୍ପଦ ବିଭାଗର ଚେତା ପଶିବା ସ୍ବାଭାବିକ। ତେଣୁ ୟାସ୍‌ ବାତ୍ୟା ଏବଂ ସମ୍ଭାବ୍ୟ ବନ୍ୟା ଉପରେ ସୁରୁଖୁରୁ ପରିଚାଳନା ଉପରେ ଉଚ୍ଚପଦସ୍ଥ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ଏଥିମଧ୍ୟରୁ ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାସହ ଜଳସମ୍ପଦ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ନଦୀବନ୍ଧଗୁଡ଼ିକର ନିରୀକ୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ଉଚ୍ଚପଦସ୍ଥ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ତଥାପି ବୈତରଣୀ ଓ ଏହାର ଶାଖା ନଦୀରେ ଘାଈ ସୃଷ୍ଟି ହେବା ଜଳ ସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହାର ଠିକ୍‌ ୬ ମାସ ପରେ ଅର୍ଥାତ୍‌ ଚଳିତ ମାସ ପ୍ରଥମ ସପ୍ତାହରେ ବାତ୍ୟା ଜୱାଦ ଯାଜପୁର ଜିଲାର ଚାଷୀଙ୍କୁ ପୁଣି ଚିନ୍ତିତ କରିଛି। ଡିସେମ୍ବରରେ ସାଧାରଣତଃ ୩.୯ ମିମି ବର୍ଷା ହେବା ସ୍ଥଳେ ୫୦.୪୫ ମିମି ବର୍ଷା ହୋଇଥିଲା। ଏଥିଯୋଗୁ ପାଚିଲା ଧାନ ବିଲରେ ପାଣି ମାଡ଼ି ଯାଇଥିଲା। ଚାଷୀ ଧାନ ଅମଳ କରିବାର ସ୍ଥିତିରେ ଆଉ ନ ଥିଲେ। ଏହାର ପ୍ରଭାବରେ ମୋଟ ୨୪୫୭୯ ହେକ୍ଟରରୁ ଊର୍ଦ୍ଧ୍ୱ(୩୩ ପ୍ରତିଶତ) ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଥିଲା। କେନ୍ଦ୍ରୀୟ ଦଳ ଏହାର ନୀରିକ୍ଷଣ କରି ଫେରି ଯାଇଛନ୍ତି। ପୂର୍ବଭଳି ସରକାରଙ୍କ ଘୋଷିତ କ୍ଷତିପୂରଣ ଚାଷୀଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚି ପାରୁ ନାହିଁ। ତେଣୁ ସରକାରଙ୍କ କ୍ଷତିପୂରଣ ଆଶା ଛାଡି ଥିବାବେଳେ ଚାଷୀଙ୍କ ଆଖିରୁ ଲୁହ ଶୁଖୁ ନାହିଁ। ଖରିଫ ଚାଷର ପ୍ରାରମ୍ଭରେ ଅପେକ୍ଷାକୃତ ଭଲ ବର୍ଷା ହୋଇଥିଲେ ହେଁ ପରେ ବାତ୍ୟା ଚାଷୀଙ୍କ ପାଇଁ କାଳ ପାଲଟିଥିଲା, ଯାହାକି ଚାଷୀକୂଳଙ୍କୁ ହତାଶ କରିଥିଲା ା ୨୦୨୦ ପ୍ରଳୟଙ୍କରୀ ବନ୍ୟାରେ ଚାଷୀଙ୍କ ଧାନ ଓ ଅଣଧାନ ଚାଷ ନଷ୍ଟ ହୋଇଯାଇଥିଲା ା ସେହି କ୍ଷୟକ୍ଷତି ଭରଣା ପାଇଁ ଚାଷୀ ଅଣ୍ଟା ଭିଡ଼ିଥିଲାବେଳେ ପ୍ରକୃତିର ଦାଉ ଚାଷୀଙ୍କୁ ସର୍ବସ୍ବାନ୍ତ କରି ଦେଇଥିଲା। ଏ ସଂକ୍ରାନ୍ତରେ ମତାମତ ପାଇଁ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?