ଚାଷୀଙ୍କ ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ

ଯାଜପୁର ଅଫିସ,୧୮ା୧୨: ଚାଷୀ ଓ ଚାଷର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ବିଶେଷକରି ଚଳିତ ବର୍ଷ ୟାସ୍‌ ଓ ଏହାର ୬ ମାସ ପରେ ଜୱାଦ ଚାଷୀଙ୍କ ଜୀବନଜୀବିକାକୁ ଅତିମାତ୍ରାରେ ପ୍ରଭାବିତ କରିଛି। ନଦୀବନ୍ଧରେ ଘାଇ ସୃଷ୍ଟି ଏବଂ ବିଲରେ ବର୍ଷା ପାଣି ମାଡି ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ନଷ୍ଟ ହୋଇଛି। ସେଥିପାଇଁ ୨୦୨୧କୁ କୃଷି ପାଇଁ ଦୁଃଖର ବର୍ଷ ବୋଲି ଚାଷୀମାନେ ଅଭିହିତ କରିଛନ୍ତି। ଏହାବାଦ୍‌ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କ୍ଷୟକ୍ଷତି ରାଶି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି ା ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି ା
ଗତ ମେ ମାସ ଶେଷ ସପ୍ତାହରେ ବାତ୍ୟା ୟାସ୍‌ ଯୋଗୁ ବୈତରଣୀ ନଦୀବନ୍ଧର ତଳମୁଣ୍ଡ କଣ୍ଟପଡ଼ା, ପଲ୍ଲାସାହି ଓ ନିଉବାଙ୍କ କାମଦେବମହରାଠାରେ ୩ଟି ଘାଈ ସୃଷ୍ଟି ହୋଇଥିଲା। ଫଳରେ ଚାଷୀଙ୍କ ବିଲରେ ବାଲି ମାଡ଼ି ଯାଇଥିଲା। ଏହି ୩ ଘାଈ ଯୋଗୁ ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିଲେ ା ୭୬ ଗ୍ରାମର ୧୩,୭୦୫ ଜଣ ଲୋକ ଜଳବନ୍ଦୀ ଜୀବନ କାଟିଥିଲେ ବୋଲି ସରକାରୀ ଭାବେ କୁହାଯାଇଥିଲା। ପ୍ରାୟ ୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାର ୨୫ଟି ଘାଈ ସୃଷ୍ଟି ହୋଇଥିଲାବେଳେ ପ୍ରାୟ ୭୫ ହଜାର ହେକ୍ଟର ଜମିରେ ଧାନ ଓ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାର କ୍ଷତିପୂରଣ ଅଧିକାଂଶ ଚାଷୀ ପାଇ ନ ଥିବାବେଳେ ପୁଣି ୟାସ୍‌ ବାତ୍ୟା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା ା ଏହାପରେ କିଛିଦିନ ବିରୋଧିଙ୍କ ସ୍ବର ସତେଜ ରହି ପୁଣି ମଉଳି ଯିବାରୁ ଚାଷୀମାନେ ଉପଯୁକ୍ତ ଭାବେ କ୍ଷତିପୂରଣ ପାଇ ନ ଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୫ ଟି ଘାଈ ସୃଷ୍ଟି ହେବା ପରେ ଜଳ ସମ୍ପଦ ବିଭାଗର ଚେତା ପଶିବା ସ୍ବାଭାବିକ। ତେଣୁ ୟାସ୍‌ ବାତ୍ୟା ଏବଂ ସମ୍ଭାବ୍ୟ ବନ୍ୟା ଉପରେ ସୁରୁଖୁରୁ ପରିଚାଳନା ଉପରେ ଉଚ୍ଚପଦସ୍ଥ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ଏଥିମଧ୍ୟରୁ ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାସହ ଜଳସମ୍ପଦ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ନଦୀବନ୍ଧଗୁଡ଼ିକର ନିରୀକ୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ପରିଚାଳନା କରିବାକୁ ଉଚ୍ଚପଦସ୍ଥ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ତଥାପି ବୈତରଣୀ ଓ ଏହାର ଶାଖା ନଦୀରେ ଘାଈ ସୃଷ୍ଟି ହେବା ଜଳ ସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହାର ଠିକ୍‌ ୬ ମାସ ପରେ ଅର୍ଥାତ୍‌ ଚଳିତ ମାସ ପ୍ରଥମ ସପ୍ତାହରେ ବାତ୍ୟା ଜୱାଦ ଯାଜପୁର ଜିଲାର ଚାଷୀଙ୍କୁ ପୁଣି ଚିନ୍ତିତ କରିଛି। ଡିସେମ୍ବରରେ ସାଧାରଣତଃ ୩.୯ ମିମି ବର୍ଷା ହେବା ସ୍ଥଳେ ୫୦.୪୫ ମିମି ବର୍ଷା ହୋଇଥିଲା। ଏଥିଯୋଗୁ ପାଚିଲା ଧାନ ବିଲରେ ପାଣି ମାଡ଼ି ଯାଇଥିଲା। ଚାଷୀ ଧାନ ଅମଳ କରିବାର ସ୍ଥିତିରେ ଆଉ ନ ଥିଲେ। ଏହାର ପ୍ରଭାବରେ ମୋଟ ୨୪୫୭୯ ହେକ୍ଟରରୁ ଊର୍ଦ୍ଧ୍ୱ(୩୩ ପ୍ରତିଶତ) ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଥିଲା। କେନ୍ଦ୍ରୀୟ ଦଳ ଏହାର ନୀରିକ୍ଷଣ କରି ଫେରି ଯାଇଛନ୍ତି। ପୂର୍ବଭଳି ସରକାରଙ୍କ ଘୋଷିତ କ୍ଷତିପୂରଣ ଚାଷୀଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚି ପାରୁ ନାହିଁ। ତେଣୁ ସରକାରଙ୍କ କ୍ଷତିପୂରଣ ଆଶା ଛାଡି ଥିବାବେଳେ ଚାଷୀଙ୍କ ଆଖିରୁ ଲୁହ ଶୁଖୁ ନାହିଁ। ଖରିଫ ଚାଷର ପ୍ରାରମ୍ଭରେ ଅପେକ୍ଷାକୃତ ଭଲ ବର୍ଷା ହୋଇଥିଲେ ହେଁ ପରେ ବାତ୍ୟା ଚାଷୀଙ୍କ ପାଇଁ କାଳ ପାଲଟିଥିଲା, ଯାହାକି ଚାଷୀକୂଳଙ୍କୁ ହତାଶ କରିଥିଲା ା ୨୦୨୦ ପ୍ରଳୟଙ୍କରୀ ବନ୍ୟାରେ ଚାଷୀଙ୍କ ଧାନ ଓ ଅଣଧାନ ଚାଷ ନଷ୍ଟ ହୋଇଯାଇଥିଲା ା ସେହି କ୍ଷୟକ୍ଷତି ଭରଣା ପାଇଁ ଚାଷୀ ଅଣ୍ଟା ଭିଡ଼ିଥିଲାବେଳେ ପ୍ରକୃତିର ଦାଉ ଚାଷୀଙ୍କୁ ସର୍ବସ୍ବାନ୍ତ କରି ଦେଇଥିଲା। ଏ ସଂକ୍ରାନ୍ତରେ ମତାମତ ପାଇଁ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri