Posted inଖେଳ

ଜାତୀୟ ସିନିୟର ଭଲିବଲ୍‌ : ୨୬ ବର୍ଷ ପରେ ନକ୍‌ଆଉଟରେ ଓଡ଼ିଶା

ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦ ସେଟ୍‌ (୨୫-୧୫, ୨୫-୧୮, ୨୫-୧୯)ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ଛତିଶଗଡ଼, ଲଦାଖ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶକୁ ହରାଇବାପରେ ଓଡ଼ିଶା ପୁରୁଷ ଦଳ ନିଜ ପୁଲ୍‌ରେ ଶୀର୍ଷସ୍ଥାନରେ ରହି ନକ୍‌ଆଉଟରେ ପ୍ରବେଶ କରିଛି। ଶେଷଥରପାଇଁ ଓଡ଼ିଶା ୧୯୯୫ରେ ନକ୍‌ଆଉଟରେ ପ୍ରବେଶ କରିଥିଲା। ଅର୍ଥାତ୍‌ ଦୀର୍ଘ ୨୬ ବର୍ଷ ବ୍ୟବଧାନରେ ଓଡ଼ିଶା ପୁରୁଷ ଦଳକୁ ଏହି ସଫଳତା ମିଳିଛି। ଓଡ଼ିଶା ଦଳର ଏହି ସଫଳତାର ଶ୍ରେୟ ଭଲିବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ସଭାପତି ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟକୁ ଯାଉଛି ବୋଲି ଓଡ଼ିଶା ଦଳର କୋଚ୍‌ ଲୋତକବିନ୍ଦୁ ଦାଶ ପ୍ରକାଶ କରିଛନ୍ତି। ଅଭ୍ୟାସ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବାଠାରୁ ଆରମ୍ଭ କରି ରାଜ୍ୟରେ ଭଲିବଲ୍‌ର ବିକାଶ ପାଇଁ ପଦକ୍ଷେପ ଏବଂ ଖେଳାଳିଙ୍କୁ ସେ ସର୍ବଦା ଉତ୍ସାହିତ କରିବାର ଫଳ ମିଳିଛି ବୋଲି ଲୋତକ ବିନ୍ଦୁ ପ୍ରକାଶ କରିଛନ୍ତି। ଅନ୍ୟ ପୁରୁଷ ମ୍ୟାଚଗୁଡ଼ିକ ମଧ୍ୟରେ ତେଲଙ୍ଗାନା ୩-୦ରେ ମିଜୋରାମ, ମହାରାଷ୍ଟ୍ର ୩-୦ରେ ପଶ୍ଚିମବଙ୍ଗ, ପଞ୍ଜାବ ୩-୦ରେ ଦିଲ୍ଲୀ, ଚଣ୍ଡିଗଡ଼ ୩-୦ରେ ଛତିଶଗଡ଼, ଗୁଜରାଟ ୩-୦ରେ ବିହାର, ଆନ୍ଧ୍ରପ୍ରଦେଶ ୩-୦ରେ ତ୍ରିପୁରା ଏବଂ ଉତ୍ତର ପ୍ରଦେଶ ୩-୦ ସେଟ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳର କ୍ରମାଗତ ବିଜୟ
ଓଡ଼ିଶା ମହିଳା ଦଳ କ୍ରମାଗତ ୩ ମ୍ୟାଚ ଜିତିବାର ସୌଭାଗ୍ୟଲାଭ କରିଛି। ପ୍ରଥମ ମ୍ୟାଚରେ ରାଜସ୍ଥାନଠାରୁ ହାରି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ମଣିପୁରକୁ ୩-୦ ଓ ଛତିଶଗଡ଼କୁ ୩-୦ ସେଟ୍‌ରେ ପରାସ୍ତ କରିଥିବାବେଳେ ସୋମବାର ଆସାମକୁ ସମାନ ବ୍ୟବଧାନରେ ହରାଇ ବିଜୟରେ ହ୍ୟାଟ୍ରିକ କରିଛି। ଗ୍ରୁପ୍‌ ‘ସି’ର ଏହି ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଓଡ଼ିଶା ୨୫-୧୫, ୨୫-୧୪, ୨୫-୦୭ ପଏଣ୍ଟରେ ବିଜୟୀ ହୋଇଥିଲା। ମ୍ୟାଚଟି ୫୯ ମିନିଟବିଶିଷ୍ଟ ହୋଇଥିଲା। ମହିଳା ବିଭାଗରେ ଅନ୍ୟ ମ୍ୟାଚଗୁଡ଼ିକରେ ଚଣ୍ଡିଗଡ଼ ୩-୦ରେ ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀର ୩-୦ରେ ଲଦାଖ, ଗୁଜରାଟ ୩-୦ରେ ବିହାର, ଉତ୍ତରାଞ୍ଚଳ ୩-୦ରେ ମିଜୋରାମ, କର୍ନାଟକ ୩-୦ରେ ଆନ୍ଧ୍ର ପ୍ରଦେଶ ଏବଂ ଦିଲ୍ଲୀ ୩-୧ରେ ତାମିଲନାଡ଼ୁକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri