Categories: ଖେଳ

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌: ପୁରୁଷରେ ଓଡ଼ିଶା, ୟୁପି, ଏମ୍‌ପି, ଗୁଜରାଟ, ଆନ୍ଧ୍ର, ପଶ୍ଚିମବଙ୍ଗ ବିଜୟୀ

ଭୁବନେଶ୍ୱର,୭।୩(ସ୍ପୋର୍ଟ୍ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଶନିବାର ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ଗୁଡିକରେ ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଞ୍ଚଳ, ଗୁଜରାଟ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବିଜୟୀ ହୋଇଛନ୍ତି।
ଓଡ଼ିଶା ୩-୦ରେ ଛତିଶଗଡ଼କୁ ହରାଇଛି। ଓଡ଼ିଶା ଆଧିପତ୍ୟ ବିସ୍ତାର କରି ୨୫- ୧୮, ୨୫- ୨୭, ୨୮-୨୬ରେ ବିଜୟୀ ହୋଇଛି। ସେହିପରି ୟୁପି ୩-୦ରେ ଲଦାଖ, ମଧ୍ୟପ୍ରଦେଶ ୩-୦ରେ ଛତିଶଗଡ଼, ଉତ୍ତରାଞ୍ଚଳ ୩-୨ରେ ତେଲେଙ୍ଗାନା, ଗୁଜରାଟ ୩-୦ରେ ମିଜୋରାମ, ଝାଡଖଣ୍ଡ ୩-୧ରେ ବିହାର, ହିମାଚଳ ପ୍ରଦେଶ ୩-୦ରେ ତ୍ରିପୁରା, ଆନ୍ଧ୍ରପ୍ରଦେଶ ୩-୦ରେ ମଣିପୁର ଓ ପଶ୍ଚିମବଙ୍ଗ ୩-୦ରେ ପଣ୍ଡିଚେରୀକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳ ମଣିପୁରକୁ ହରାଇଲା
ଶନିବାର ଅନୁଷ୍ଠିତ ମହିଳା ବର୍ଗ ପ୍ରତିଯୋଗିତାରେ ଓଡ଼ିଶା ୩-୦ ବ୍ୟବଧାନରେ ମଣିପୁରକୁ ପରାସ୍ତ କରିଛି। ଓଡ଼ିଶା ମହିଳା ଦଳ ପ୍ରଭାବ ବିସ୍ତାର କରି ଖେଳିବା ସହ ମଣିପୁରକୁ କୌଣସି ସୁଯୋଗ ଦେଇ ନ ଥିଲା। ଓଡ଼ିଶା ୨୫-୭,୨୫-୯, ୨୫-୧୫ରେ ବିଜୟୀ ହୋଇଛି। ଅନ୍ୟ ମ୍ୟାଚ୍‌ଗୁଡିକରେ ତେଲେଙ୍ଗାନା ୩-୦ରେ ଲଦାଖ, ଚଣ୍ଡିଗଡ଼ ୩-୦ର ଜମ୍ମୁକଶ୍ମୀର, ବିହାର ୩-୦ରେ ଝାଡଖଣ୍ଡ, ଗୁଜରାଟ ୩-୦ରେ ପଞ୍ଜାବ, କର୍ନାଟକ ୩-୦ରେ ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶ ୩-୦ରେ ମିଜୋରାମ, ଆସାମ ୩-୦ରେ ଛତିଶଗଡ଼ ଓ ଉତ୍ତରପ୍ରଦେଶ ୩-୦ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି।

Share