Posted inଖେଳ

ଜାତୀୟ ସିନିୟର ଟେନିସ କ୍ରିକେଟ: ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୫ମ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ କର୍ନାଟକକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଶୁକ୍ରବାର ଦ୍ୱିତୀୟ ମ୍ୟାଚରେ ଗୋଆକୁ ପରାସ୍ତ କରିଛି। ଫଳରେ ଓଡ଼ିଶା ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଲୋକ ଅଭାବ ଯୋଗୁ ମ୍ୟାଚ ଗୁରୁବାର ଅଧାରୁ ବନ୍ଦ ଥିଲା। ଶୁକ୍ରବାର ଓଡ଼ିଶା ୧୪ ରନରେ ବିଜୟୀ ହୋଇଥିଲା। ସେଞ୍ଚୁରିଅନ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ୮ ଓଭରରେ ୪ ଉଇକେଟ ହରାଇ ୮୩ ରନ କରିଥିଲା। ଦଳ ପକ୍ଷରୁ ସୌମ୍ୟ ମହାନ୍ତି ସର୍ବାଧିକ ୫୮ ରନ କରିଥିବାବେଳେ ବିପକ୍ଷ ଦଳର ଓଁକାର ୨ଟି ଉଇକେଟ ନେଇଥିଲେ। ୮୪ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଗୋଆ ୮ ଓଭରରେ ୪ ଉଇକେଟ ହରାଇ ୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅନୀଲ ସର୍ବାଧିକ ୩୩ ରନ କରିଥିଲେ। ଓଡ଼ିଶାର ସ୍ବାଗତ ଚକ୍ର ଓ ସୌମ୍ୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସୌମ୍ୟଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶା ପ୍ରି-କ୍ୱାର୍ଟର ଫାଇନାଲରେ ପଶ୍ଚିମବଙ୍ଗକୁ ଭେଟିବ।
ତୃତୀୟ ଦିବସରେ ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଲାକ୍ଷାଦୀପ ୧୦ ଉଇକେଟରେ ଆସାମକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆସାମ ୮ ଓଭରରେ ୮ ଉଇକେଟ ହରାଇ ୫୩ ରନ କରିଥିବାବେଳେ ଲାକ୍ଷାଦୀପ ୫ ଓଭରରେ କୌଣସି ଉଇକେଟ ନ ହରାଇ ୫୭ ରନ ସଂଗ୍ରହ କରି ନେଇଥିଲା। ବିଜୟୀ ଦଳର ମହମ୍ମଦ ରସିକ ଗୋଟିଏ ଉଇକେଟ ନେଇଥିବାବେଳେ ୨୭ ରନ ସ୍କୋର କରି ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେହିପରି ଗୁଜରାଟ ୭ ଉଇକେଟରେ ଆନ୍ଧ୍ର ପ୍ରଦେଶ, ଗୋଆ ୭ ଉଇକେଟରେ କର୍ନାଟକ, ଛତିଶଗଡ଼ ୮ ଉଇକେଟରେ ରାଜସ୍ଥାନ, ମୁମ୍ବାଇ ୨୩ ରନରେ ବିହାର, ତାମିଲନାଡ଼ୁ ‘ବି’ ୨୮ ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଏଥିସହ ପ୍ରି-କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶ-ବିଦର୍ଭ, ଛତିଶଗଡ଼-ଗୋଆ, ମହାରାଷ୍ଟ୍ର-ହରିୟାଣା, ପଣ୍ଡିଚେରୀ-ଝାଡ଼ଖଣ୍ଡ, ତାମିଲନାଡ଼ୁ-ଗୁଜରାଟ, ଡାମନ-ଲାକ୍ଷାଦ୍ୱିପ ଓ କେରଳ-ମୁମ୍ବାଇ ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri