ପଞ୍ଚାୟତ ସ୍ତରରେ ଜାତୀୟ ପେନ୍‌ସନ ଦିଆଯାଉ: ବିଜେଡି

ଭୁବନେଶ୍ୱର,୨୩ା୬(ଅନିଲଦାସ): ଓଡ଼ିଶାରେ ଜାତୀୟ ପେନ୍‌ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି। ଯେଉଁଥିରୁ ୫୦% ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି। ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ପେନ୍‌ସନ ସମେତ ଜାତୀୟ ପେନ୍‌ସନ ପାଉଥିବା ହିତାଧିକାରୀମାନେ ସେମାନଙ୍କ ପେନ୍‌ସନ ପାଇଁ ଗ୍ରାମାଞ୍ଚଳର ବହୁ ଦୂରରେ ଅବସ୍ଥିତ ବ୍ୟାଙ୍କକୁ ଯିବାକୁ ପଡୁଥିବାରୁ ସେମାନେ ହଇରାଣ ହେଉଛନ୍ତି। ବିଜୁ ଜନତା ଦଳ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍‌ କଭରେଜ ଏବଂ ନେଟ୍‌ୱର୍କର ଉନ୍ନତି ପାଇଁ ଦଶନ୍ଧି ପୂର୍ବରୁ କେନ୍ଦ୍ର ସମ୍ମୁଖରେ ଦାବିକରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହା ଆଶ୍ଚର୍ଯ୍ୟଜନକ ଯେ ଓଡ଼ିଶାର ଭାଜପା ଏମ୍‌ପିମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଓଡ଼ିଶାର ବ୍ୟାଙ୍କିଙ୍ଗ୍‌ କଭରେଜରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ଆଗରେ ସେମାନେ ସ୍ବର ଉତ୍ତୋଳନ କରୁନାହାନ୍ତି। ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଚୁପ୍‌ ରହିଛନ୍ତି। ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ କଭରେଜ ଯୋଗୁ ଅସୁବିଧା ଭୋଗୁଥିବା ବୃଦ୍ଧାବୃଦ୍ଧ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ପାଟି ଫିଟାଉନାହାନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଜାତୀୟ ପେନ୍‌ସନଧାରୀଙ୍କ ଦୁରବସ୍ଥା ସଂକ୍ରାନ୍ତରେ ଗୁରୁବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାର ୨୮ ଲକ୍ଷ ଲୋକ ମଧୁବାବୁ ପେନ୍‌ସନ ପାଉଛନ୍ତି, ଯେଉଁଥିରେ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ପେନ୍‌ସନ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଓଡ଼ିଶା ସରକାର ଗ୍ରାମପଞ୍ଚାୟତ ସ୍ତରରେ ସେମାନଙ୍କ ପେନ୍‌ସନ ପ୍ରଦାନ କରୁଛନ୍ତି। ଓଡ଼ିଶାରେ ଉପଯୁକ୍ତ ବ୍ୟାଙ୍କିଙ୍ଗ୍‌ କଭରେଜ୍‌ ଅଭାବରୁ ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କ ନିଜ ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ। କେନ୍ଦ୍ର ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅବହେଳା ହେତୁ ଓଡ଼ିଶାର ବ୍ୟାଙ୍କିଙ୍ଗ୍‌ ନେଟ୍‌ୱର୍କ ଅତ୍ୟନ୍ତ ଦୁର୍ବଳ ରହିଛି। ୬୦%ରୁ ଅଧିକ ପଞ୍ଚାୟତରେ ଆଜି ମଧ୍ୟ କୌଣସି ବ୍ୟାଙ୍କ ସେବା ମିଳିପାରୁ ନାହିଁ। କେନ୍ଦ୍ର ସରକାର ଓଡ଼ିଶାରେ ବ୍ୟାଙ୍କ ସେବା ବୃଦ୍ଧି କରିବା ଆବଶ୍ୟକ। ଯଦ୍ଦ୍ବାରା ଜାତୀୟ ପେନ୍‌ସନ ପାଉଥିବା ବୃଦ୍ଧାବୃଦ୍ଧ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ବହୁ ଦୂରକୁ ଯାତ୍ରା କରିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଯେଭଳି ପଞ୍ଚାୟତ ସ୍ତରରେ ମଧୁବାବୁ ପେନ୍‌ସନ ପ୍ରଦାନ କରୁଛନ୍ତି ଅନୁରୂପ ଭାବେ ଜାତୀୟ ପେନ୍‌ସନ ପ୍ରଦାନ ଲାଗି ଶ୍ରୀମୟୀ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଓମ୍‌ ପ୍ରକାଶ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri