ଜାତୀୟ ଉଦ୍ୟାନ ପରିବେଶ ନଷ୍ଟ ହେବ

କେନ୍ଦ୍ରାପଡ଼ା ଅଫିସ, ୩୧ା୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଆର୍ସେଲର ମିତ୍ତଲଙ୍କ ପେଲେଟ ପ୍ଲାଣ୍ଟ ସହିତ ଜାପାନର ନିପ୍ପନ ଷ୍ଟିଲକୁ ଯୋଡ଼ି ବୃହତ୍‌ ଶିଳ୍ପର ଯୋଜନା କରୁଛନ୍ତି। ଏହାବ୍ୟତୀତ ଆଖଡ଼ାଶାଳୀଠାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର, କେନ୍ଦ୍ର ସରକାରଙ୍କ ଭାରତାମାଳା ଯୋଜନାରେ ଜିଲାର ୪୯ କିଲୋମିଟରର ଉପକୂଳ ରାଜପଥ ଆଦି ଯୋଜନା ରହିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ, ବନ୍ଦର, ରାଜପଥକୁ ନେଇ ବିରୋଧ ଆରମ୍ଭ ହୋଇଛି। ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ରହିଥିବା ଅଧିବାସୀ ବାସସ୍ଥାନ ହରାଇବା ଆଶଙ୍କାରେ ଜିଲାପାଳଙ୍କୁ ବାସସ୍ଥାନ ଜମିର ସ୍ବତ୍ୱ ଦାବି କରିଛନ୍ତି। ସେହିପରି ମତ୍ସ୍ୟଜୀବୀ ଓ ପରିବେଶବିତ୍‌ ମଧ୍ୟ ଜାତୀୟ ଉଦ୍ୟାନ ଭିତରକନିକା, ନଦୀ ଓ ନାଳର ପରିବେଶ ନଷ୍ଟ ହେବା ଭୟରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ଶିଳ୍ପ, ବନ୍ଦର, ରାଜପଥ ପାଇଁ ଗହୀରମଥା ତଟାଞ୍ଚଳକୁ ଅଲିଭ୍‌ ରିଡ୍‌ଲେ ଆସିବେ ନାହିଁ ଆଶଙ୍କା ଥିବା ବେଳେ ତଟକ୍ଷୟ ଆହୁରି ଅଧିକ ହେବ।
ଏ ସମ୍ପର୍କରେ ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ରାଜ୍ୟର ଅନ୍ୟ ଜିଲା ସମେତ କେନ୍ଦ୍ରାପଡ଼ା ଜିଲାର ୪୯ କିଲୋମିଟର ଉପକୂଳ ରାଜପଥରେ ସାମିଲ ହେବ ବୋଲି ସୂଚନା ମିଳିଛି। ଏହି ରାଜପଥ ଜମ୍ବୁ ଜଙ୍ଗଲ, ଗହୀରମଥା ରେଞ୍ଜ ଅଞ୍ଚଳ ଓ ଜାତୀୟ ଉଦ୍ୟାନ ମଧ୍ୟସ୍ଥ ସାତଭାୟା ଦେଇ ଭଦ୍ରକର ଧାମରା ଛୁଇଁବ। ସେହିପରି କେତେଗୋଟି ନଦୀ ଓ ନାଳରେ ପୋଲ ହେବ। ଓଡ଼ିଶା ଉପକୂଳରେ ଥିବା ବନ୍ଦରଗୁଡ଼ିକ ସଂଯୋଗ ସହ ପର୍ଯ୍ୟଟନ ଓ ସାମାଜିକ ବିକାଶ ତଥା ଗମନାଗମନକୁ ସହଜ ହେବ ବୋଲି ପରିକଳ୍ପନା କରାଯାଇଛି। ମାତ୍ର ଏଠାରେ ପ୍ରସ୍ତାବିତ ଶିଳ୍ପ, ରାଜପଥ ଯୋଗୁ ଜାତୀୟ ଉଦ୍ୟାନର ଜୈବ ବିବିଧତା ଓ ପ୍ରାକୃତିକ ପରିବେଶ ନଷ୍ଟ ହେବ। ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ନଷ୍ଟ ହେବ। ଏ ସମ୍ପର୍କରେ ଆଲୋଚନା ଓ ଆବଶ୍ୟକସ୍ଥଳେ ବିରୋଧ ପାଇଁ ବୈଠକ ଡକାଯାଇଛି। ପରିବେଶବିତ୍‌ ପ୍ରଭାକର ସାମଲ କହିଛନ୍ତି, ୧୯୭୫ ମସିହାରେ ୬୭୨ ବର୍ଗ କିଲୋମିଟର ଅଞ୍ଚଳକୁ ଭିତରକନିକା ଅଭୟାରଣ୍ୟ ଘୋଷଣା କରାଯାଇଥିବା ବେଳେ ୧୯୯୮ରେ ୧୪୫ ବର୍ଗ କିଲୋମିଟର ଅଞ୍ଚଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇଛି। ୨୦୦୨ ମସିହାରେ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମସାର ସାଇଟ ଭାବେ ଭିତରକନିକାକୁ ନିଆଯାଇଛି। ଏହାର ଆର୍ଦ୍ରଭୂମି, ବନ୍ୟଜନ୍ତୁ, ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଥାଏ। ଏହି ଅଞ୍ଚଳରେ ଉପକୂଳ ରାଜପଥ, ଶିଳ୍ପ, ପେଟ୍ରୋ କେମିକାଲ ପ୍ଲାଣ୍ଟ ଆଦି ନିର୍ମାଣ ହେଲେ ପ୍ରକୃତି ସହିତ ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀ, ସମୁଦ୍ର ପ୍ରାଚୀର ଭାବେ କାର୍ଯ୍ୟ କରୁଥିବା ହେନ୍ତାଳ ବଣ ନଷ୍ଟ ହେବ। ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନିରୁଦ୍ଧ ରାଉତ କହିଛନ୍ତି, ରାଜପଥରେ ଗାଡ଼ି ମୋଟର ଯାତାୟାତ ଫଳରେ ଆଲୋକରେ ପ୍ରବାହିତ ହୋଇ ଅଲିଭ୍‌ ରିଡ୍‌ଲେ ଏଠାକୁ ଆସିବେ ନାହିଁ। ଏପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ପୁରୀ ଜିଲା ବ୍ରହ୍ମଗିରି ରେଞ୍ଜର ବଙ୍ଗୋପସାଗର ଉପକୂଳରେ ଥିବା ମଙ୍ଗଳା ନଈଠାରୁ ହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ୨୫ କିଲୋମିଟର ତଟାଞ୍ଚଳରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରୁଥିଲେ। ତେବେ ୨୦୧୪ଠାରୁ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କୁ ଆଉ ଦେଖିବାକୁ ମିଳିନାହିଁ। ଓଡ଼ିଶା କୃଷକ ସଭା କେନ୍ଦ୍ରାପଡ଼ା ଜିଲା ସଭାପତି ଗୟାଧର ଧଳ କହିଛନ୍ତି, ଜଙ୍ଗଲ ଜମିରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୦ ଗ୍ରାମର ଅଧିବାସୀ ରହୁଛନ୍ତି। ଏମାନଙ୍କଠାରୁ ଫର୍ମ କେ’ରେ ଜରିମାନା ନିଆଯାଇ ରସିଦ ପ୍ରଦାନ କରାଯାଉଛି। ଶିଳ୍ପ, ପ୍ଲାଣ୍ଟ, ରାଜପଥ, ଉପକୂଳ ରାଜପଥ ପାଇଁ ସରକାର ଜମି ଅଧିଗ୍ରହଣ କରୁଛନ୍ତି। ଏହିକ୍ରମରେ ସ୍ଥାନୀୟ ଅଧିବାସୀଙ୍କ ଜମି ଅଧିଗ୍ରହଣ ପୂର୍ବରୁ ଜମି ସ୍ବତ୍ୱ ପ୍ରଦାନ କରାଯାଉ। ଫଳରେ ଅଧିଗ୍ରହଣ ବାବଦ କ୍ଷତିପୂରଣ ମିଳିପାରିବ। ଏ ନେଇ ଜିଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। ପ୍ରଶାସନର ଜୋରଜବରଦସ୍ତ ଜବରଦଖଲ ହଟାଇବା ଏକ ବିରାଟ ଆନ୍ଦୋଳନର ରୂପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri