Posted inଖେଳ

କଳିଙ୍ଗରେ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୪।୬
(ତପନ ସ୍ବାଇଁ)
ହକି ବିଶ୍ୱକପ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ହେବାକୁ ଯାଉଛି ୬୨ତମ ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ ମାସ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ମହିଳା ଓ ପୁରୁଷ ବିଭାଗରେ ୧୦୦ ମିଟର, ୨୦୦ମି., ୪୦୦ମି., ୮୦୦ମି, ୧୫୦୦ମି, ୧୦୦୦୦ମିଟର ରେସ୍‌ ହେବ। ଏହା ବ୍ୟତୀତ ପୁରୁଷ ବିଭାଗରେ ୧୧୦ ମିଟର ଓ ମହିଳାରେ ୧୦୦ ମିଟର ହର୍ଡଲ୍ସ, ୪୦୦ ମିଟର ହର୍ଡଲ୍ସ, ୩୦୦୦ ମିଟର ଷ୍ଟିପ୍‌ଲ ଚେଜ୍‌, ହାଇଜମ୍ପ, ପୋଲ୍‌ ଭଲ୍ଟ, ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ଶଟ୍‌ପୁଟ୍‌, ଡିସ୍‌କସ୍‌ ଥ୍ରୋ, ହାମର ଥ୍ରୋ, ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତା ମଧ୍ୟ ହେବ। ସେହିପରି ପୁରୁଷରେ ଡେକାଥଲନ, ମହିଳାରେ ହେପ୍ଟାଥଲନ, ୨୦ କିମି ଓ୍ବାକ୍‌, ୩୫ କିମି ଓ୍ବାକ୍‌ ରେସ୍‌, ୪x୧୦୦ ମିଟର ରିଲେ, ୪x୪୦୦ ମିଟର ରିଲେ ରେସ୍‌ରେ ମଧ୍ୟ ଦେଶର ନାମୀ ଆଥଲେଟ୍‌ମାନେ ଭାଗ୍ୟପରୀକ୍ଷା କରିବେ। ୪x୪୦୦ ମିଟରରେ ମିକ୍ସଡ ରିଲେ ରେସ୍‌ ମଧ୍ୟ ହେବା କାର୍ଯ୍ୟସୂଚୀ ରହିଛି। ରିଲେ ରେସ୍‌ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ପାଇଁ ଏଏଫ୍‌ଆଇ ପକ୍ଷରୁ ଏଣ୍ଟ୍ରି ଷ୍ଟାଣ୍ଡାର୍ଡ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୨୫ ଆଥଲେଟ୍‌ ଭାଗନେବେ। ସେମାନଙ୍କ ମଧ୍ୟରେ ୧୧ ମହିଳା ଆଥଲେଟ୍‌ ସାମିଲ। ସେମାନେ ହେଲେ ସୁଖି ବାସ୍କେ, ପୂର୍ଣ୍ଣିମା ହେମ୍ବ୍ରମ, ସାଲ୍‌ମି କିସ୍‌ପୋଟା, ବୋନିତା ଲାକ୍ରା, ମନିଷା ମେରେଲ, ଜଉନା ମୁର୍ମୁ, ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପ୍ରଶାନ୍ତ ସାହୁ, ଦିବ୍ୟା ସାନ୍ଧିଲ୍ୟା, ସୁସ୍ମିତା ଟିଗା ଓ ସବିତା ଟପ୍ପୋ। ସେହିପରି ଭାଗ ନେବାକୁ ଯାଉଥିବା ପୁରୁଷ ପ୍ରତିଯୋଗୀମାନେ ହେଲେ ହରି ବେହେରା, ଲାଲୁ ପ୍ରସାଦ ଭୋଇ, କୃଷ୍ଣଚନ୍ଦ୍ର, ଅଭିଷେକ ଦଳବେହେରା, ଅଶୋକ ଦଣ୍ଡସେନା, ଆନନ୍ଦ କୁମାର ଦ୍ୱିବେଦୀ, ଦଣ୍ଡପତି ମୂର୍ତ୍ତୀ ଜୟରାମ, କିଶୋର କୁମାର ଜେନା, ଅମିୟ କୁମାର ମଲିକ, ସ୍ବାଧୀନ କୁମାର ମାଝି, ବିକ୍ରାନ୍ତ ମଲିକ, ପଙ୍କଜ ମଣ୍ଡଳ, ଅଭିଜିତ ସାହୁ ଓ ଅବିନାଂଶୁ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri