Posted inଜାତୀୟ

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ମସୁଧା

ନୂଆଦିଲ୍ଲୀ,୨୮ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ କେନ୍ଦ୍ର ସରକାର ମସୁଧା ଚଳାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆଶଙ୍କା କରିଛି। ଏପରି କରାଗଲେ ଏହାକୁ ‘ରାଜନୈତିକ ପ୍ରତିଶୋଧ’ ବୋଲି ଧରାଯିବ ବୋଲି କ୍ୟାବିନେଟ ମନ୍ତ୍ରୀ ଆତିଶୀ କହିଛନ୍ତି।

ଉପରାଜ୍ୟପାଳ ଭି.କେ. ସକ୍ସେନା ବୁଧବାର ନିଜ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ଜେଲରୁ ସରକାର ଚଳାଯାଇପାରିବ ନାହିଁ। ଏକ ସାକ୍ଷାତ୍‌କାର ବେଳେ ଅତିଶୀଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଜଣେ ଆଇନ ପ୍ରଣେତା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ସଦସ୍ୟତା ରଦ୍ଦ ନେଇ ଜନ ପ୍ରତିନିଧି ଆଇନରେ ଉଲ୍ଲେଖ କରାଯାଇଛି। ତେବେ କେଉଁ ସର୍ତ୍ତକୁ ନେଇ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଅନ୍ୟ କୌଣସି ବିକଳ୍ପ ନ ଥିଲେ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି। ଦିଲ୍ଲୀରେ ଯଦି ଆଜି ରାଷ୍ଟ୍ରପତି ଶାସନ ଜାରି କରାଯାଏ, ତେବେ ଏହା ପଛରେ ରାଜନୈତିକ ପ୍ରତିଶୋଧମୂଳକ ମନୋଭାବ ରହିଛି ବୋଲି ଧରାଯିବ। ସବୁଠି ବିରୋଧୀ ଦଳଗୁଡ଼ିକର ସରକାର ଭାଙ୍ଗିବା ପାଇଁ ଏହା କେନ୍ଦ୍ରର ସରଳ ସୂତ୍ର। କେନ୍ଦ୍ର ସରକାରଙ୍କ ହାତରେ ଇଡି ଅଛି। ସେମାନଙ୍କୁ କୌଣସି ପ୍ରମାଣ ଦରକାର ନାହିଁ। ପିଏମ୍‌ଏଲ୍‌ଏ ଅଧୀନରେ ଗିରଫ ହେଲେ ନେତାଙ୍କୁ ଜାମିନ ମିଳୁନାହିଁ। ତେଣୁ ସମସ୍ତ ବିରୋଧୀ ମୁଖ୍ୟମନ୍ତ୍ରୀ ଏହି ଆଇନ ବଳରେ ଗିରଫ ହେବେ। ତା’ ପରେ କେନ୍ଦ୍ର କହିବ, ଇସ୍ତଫା ଦିଅ, ନଚେତ୍‌ ଆମେ ରାଷ୍ଟ୍ରପତି ଶାସନ ଜାରି କରିବୁ। ଅବକାରୀ ନୀତି ମାମଲାରେ ନିରପେକ୍ଷ ତଦନ୍ତ କରାଯାଇଥିଲେ ଭାଜପା ଅଭିଯୁକ୍ତ ଭାବେ ହୋଇଥାନ୍ତା। ଏପରି ହୋଇଥିଲେ କେଜ୍‌ରିଓ୍ବାଲଙ୍କ ପରିବର୍ତ୍ତେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜେଲରେ ଥାଆନ୍ତେ ବୋଲି ଆତିଶୀ କହିଛନ୍ତି। ପ୍ରକାଶ ଯେ, ଇଡି ରିମାଣ୍ଡ୍‌ରେ ଥିବା କେଜ୍‌ରିଓ୍ବାଲ ଇସ୍ତଫା ଦେବେନାହିଁ, ବରଂ ସେ ଜେଲରୁ ସରକାର ଚଳାଇବେ ବୋଲି ଆପ୍‌ ନେତାମାନେ ଅନେକ ଥର ସ୍ପଷ୍ଟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri