ଜାତୀୟ ରାଜପଥ ଅବରୋଧ, ଯାନବାହନ ଚଳାଚଳ ବନ୍ଦ

ବାଉଁଶୁଣୀ,୮ା୭(ଡି.ଏନ୍‌.ଏ.): ୫୭ ନଂ. ଜାତୀୟ ରାଜପଥର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ସ୍ଥାନୀୟ ଲୋକେ ଗୁରୁବାର ପୂର୍ବାହ୍ନରେ ରାସ୍ତାରୋକୋ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା।

ସୂଚନାଯୋଗ୍ୟ, ନୂଆପୋଲର ସଂଯୋଗୀକରଣ ରାସ୍ତା ବୁଧବାର ରାତିରେ ଦବି ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି l ଗତ ସପ୍ତାହରେ ହୋଇଥିବା ବର୍ଷାରେ ରାସ୍ତାର ତଳ ମାଟି ଧୋଇ ନେଇ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ମାତ୍ର ୪ ମାସ ତଳେ ଏହି ରାସ୍ତା କାମ ହୋଇ ସାମାନ୍ୟ ବର୍ଷାରେ ନଷ୍ଟ ହେବା ଘଟଣା କାମର ମାନକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ରାସ୍ତା ମରାମତି ସହ ହୋଇଥିବା କାମର ତଦନ୍ତ ବୈଷୟିକ କମିଟି ଦ୍ବାରା କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଦାବି କରିଛନ୍ତି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ଲୋକଙ୍କୁ ବୁଝାଶୁଝା କରାଇଥିଲେ ମଧ୍ୟ ଲୋକେ ରାଜପଥ ବିଭାଗର ଅଧିକାରୀ ଓ ଜିଲାପାଳ ସେଠାକୁ ଆସି ଆଲୋଚନା କରିବା ପାଇଁ ଆନ୍ଦୋଳନକାରୀମାନେ ଜିଦ୍‌ କରୁଥିବାରୁ ସମାଧାନ ହୋଇପାରିନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୪ ନଂ ଓ୍ବାର୍ଡର ରାଉଳସାହି ନିକଟସ୍ଥ ୟୁଏଇ ହଲ୍‌ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରଟି ଦୀର୍ଘବର୍ଷ ଧରି  ମୁକୁଳାପଡ଼ିଛି। ଏହାର...

ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ...

ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା...

ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ...

ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍‌ୟୁ-୬୧୫୯  ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଥିବା ବିପଦ...

ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଫୁଲବାଣୀ ଅଫିସ, ୮ା୧୨: ଏକ ଘରୋଇ ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଜୁରିପଡା ପୋଲିସ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିଛି।...

ଆକାଉଣ୍ଟରୁ ୯୨ ହଜାର ଟଙ୍କା ଗାଏବ

ଅନୁଗୋଳ ଅଫିସ,୫।୬- ଅନୁଗୋଳ ଜିଲାରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ବ୍ୟକ୍ତି ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନତା ଅଭାବରୁ ଏହି...

ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ: ଥାନାରେ ମାମଲା ରୁଜୁ

ସାରସକଣା,୫।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କଳାପାଣି ଅଙ୍ଗନବାଡି କର୍ମୀଙ୍କୁ ସାରସକଣା ବ୍ଳକ ସିଡିପିଓ ମାନସିକ ଚାପ ଓ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ...

Advertisement
Archives

Model This Week