Posted inଫୁରସତ

ନ୍ୟାଶନାଲ୍‌ ଗାନ୍ଧୀ ମ୍ୟୁଜିୟମ୍‌

ଜାତିର ପିତା ମହାତ୍ମା ଗାନ୍ଧୀ ! ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନର ପ୍ରମୁଖ ନେତା, ଭାରତୀୟ ଜନତାଙ୍କୁ ହିଂସାର ମାର୍ଗ ଛାଡ଼ି ଅହିଂସାକୁ ଆଧାର କରି ସ୍ବତନ୍ତ୍ରତା ପ୍ରାପ୍ତ କରିବାକୁ ସବୁବେଳେ ପ୍ରେରଣା ଦେଉଥିଲେ। ଅସହଯୋଗ ଆନ୍ଦୋଳନରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଜରିଆରେ ସିଏ ଭାରତକୁ ସ୍ବତନ୍ତ୍ରତା ଦେବା ପାଇଁ କରିଥିବା ଆପ୍ରାଣ ଚେଷ୍ଟା ଆଜି ବି ପ୍ରତି ଭାରତୀୟଙ୍କ ମନରେ ଅବିସ୍ମରଣୀୟ ହୋଇ ରହିଛି। ସେଥିପାଇଁ ସମଗ୍ର ଭାରତବର୍ଷରେ ବାପୁଜୀଙ୍କର ନାମକୁ ବେଶ୍‌ ସମ୍ମାନର ସହ ନିଆଯାଇଥାଏ। ତା’ଛଡ଼ା ଆଗାମୀ ପିଢ଼ିଙ୍କୁ ଗାନ୍ଧିଜୀଙ୍କର ବିଚାର ସମ୍ପର୍କରେ ତଥା ତାଙ୍କର ସାଦାସିଧା ଜୀବନଶୈଳୀ ବିଷୟରେ ଅବଗତ କରାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଗାନ୍ଧୀ ମ୍ୟୁଜିୟମ୍‌ ବା ସଂଗ୍ରହାଳୟ। ତନ୍ମଧ୍ୟରୁ ‘ନ୍ୟାଶନାଲ ଗାନ୍ଧୀ ମ୍ୟୁଜିୟମ୍‌’ ହେଉଛି ଅନ୍ୟତମ…

ନ୍ୟାଶନାଲ୍‌ ଗାନ୍ଧୀ ମ୍ୟୁଜିୟମ୍‌; ଯାହାକୁ ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌ ବୋଲି ବି କୁହାଯାଇଥାଏ। ଗାନ୍ଧିଜୀଙ୍କ ସ୍ମୃତିରେ ହୋଇଥିବା ଏହି ମ୍ୟୁଜିୟମ୍‌ଟି ବର୍ତ୍ତମାନ ନୂଆଦିଲ୍ଲୀର ରାଜଘାଟରେ ଅବସ୍ଥିତ। କିନ୍ତୁ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ଗାନ୍ଧିଜୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ସ୍ମୃତିରେ ପ୍ରଥମେ ଏକ ସଂଗ୍ରହାଳୟ ମୁମ୍ବାଇରେ ଖୋଲାଯାଇଥିଲା, ଯେଉଁଠାରେ ଗାନ୍ଧିଜୀଙ୍କ ଜୀବନୀ ସହ ଜଡ଼ିତ କିଛି ବ୍ୟକ୍ତିଗତ ବସ୍ତୁ, ସମାଚାରପତ୍ର, ପୁସ୍ତକ ଆଦିକୁ ସ୍ଥାନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂଗ୍ରହାଳୟଟି ନୂଆଦିଲ୍ଲୀସ୍ଥିତ କୋଟା ହାଉସ୍‌କୁ ସ୍ଥାନାନ୍ତରିତ ହୋଇ ଆସିଥିଲା। ଶେଷରେ ୧୯୬୧ ମସିହାରେ ଏହା ନୂଆଦିଲ୍ଲୀର ରାଜଘାଟକୁ ସ୍ଥାନାନ୍ତରିତ ହୋଇ ବିଧିବଦ୍ଧ ଭାବେ ଲୋକାର୍ପିତ ହୋଇଥିଲା।

ଲାଇବ୍ରେରୀ
ଏହି ମ୍ୟୁଜିୟମ୍‌ ଭିତରେ ଥିବା ଲାଇବ୍ରେରୀରେ ଗାନ୍ଧିଜୀଙ୍କ ଉପରେ ପର୍ଯ୍ୟବସିତ ପ୍ରାୟ ୩୫,୦୦୦ରୁ ଅଧିକ ସଂଖ୍ୟାର ପୁସ୍ତକ ତଥା ଦସ୍ତାବିଜ୍‌ ଥିବାର ସୂଚନା ରହିଛି। କେବଳ ସେତିକି ନୁହେଁ, ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାର ପ୍ରାୟ ୨୦୦୦ଟି ପତ୍ରିକାକୁ ମଧ୍ୟ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି।

ଗ୍ୟାଲେରି
ଏହି ମ୍ୟୁଜିୟମ୍‌ରେ ଥିବା ଗ୍ୟାଲେରିରେ ମହାତ୍ମା ଗାନ୍ଧୀଙ୍କର ଅନେକ ପେଣ୍ଟିଂ ତଥା କିଛି ବ୍ୟକ୍ତିଗତ ବସ୍ତୁକୁ ସ୍ଥାନ ଦିଆଯାଇଛି। ସବୁଠୁ ଉଲ୍ଲେଖନୀୟ ବସ୍ତୁ ଭିତରେ ରହିଛି ଗାନ୍ଧିଜୀ ଚାଲିଲାବେଳେ ହାତରେ ଧରୁଥିବା ବାଡ଼ି, ବ୍ୟବହାର କରୁଥିବା ଚରଖା, ହତ୍ୟା ସମୟରେ ଗାନ୍ଧିଜୀ ପିନ୍ଧିଥିବା ଧୋତି ଓ ଶାଲ୍‌, ଗାନ୍ଧିଜୀଙ୍କୁ ମାରିବା ପାଇଁ ବ୍ୟବହାର କରାଯାଇଥିବା ଗୁଳିରୁ ଗୋଟିଏ ଓ ତାଙ୍କର ଅସ୍ଥି କଳସ ଇତ୍ୟାଦି। କେବଳ ସେତିକି ନୁହେଁ, ଗାନ୍ଧିଜୀଙ୍କର କିଛି ଦାନ୍ତକୁ ବି ଏଠାରେ ସାଇତିକି ରଖାଯାଇଛି। ତେବେ ଏହି ସଂଗ୍ରହାଳୟରେ ଥିବା ଗ୍ୟାଲେରିକୁ ଶହୀଦ ଗ୍ୟାଲେରି, ସ୍ମାରକ ଗ୍ୟାଲେରି ତଥା ଆର୍ଟ ଗ୍ୟାଲେରି ଭଳି ତିନୋଟି ସ୍ବତନ୍ତ୍ର ଗ୍ୟାଲେରିରେ ବିଭକ୍ତ କରାଯାଇଛି; ଯେଉଁଠାରେ ପର୍ଯ୍ୟଟକ ଗାନ୍ଧିଜୀଙ୍କ ଉପରେ ଆଧାରିତ ବିଭିନ୍ନ କଳାକୁ ଦେଖିପାରିବେ। ଏଠାରେ ଏକ ଫଟୋ ଗ୍ୟାଲେରି ବି ରହିଛି।

ବିଶେଷ ପ୍ରଦର୍ଶନୀ
ଏହି ମ୍ୟୁଜିୟମ୍‌ରେ କେବଳ ଗାନ୍ଧିଜୀଙ୍କର ବ୍ୟକ୍ତିଗତ ବସ୍ତୁ, ପେଣ୍ଟିଂ ତଥା ଫଟୋକୁ ପ୍ରଦର୍ଶିତ କରାଯାଇନାହିଁ, ଭାରତର ଇତିହାସ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ମଧ୍ୟ ଏଠାରେ ସ୍ବତନ୍ତ୍ରଭାବେ ପ୍ରଦର୍ଶିତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?