ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ମନୋନୀତ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ ସୂର୍ଯ୍ୟ ଦେଓଙ୍କ ଏହି ପୁସ୍ତକ ଏକ ବୈପ୍ଳବିକ ସୃଷ୍ଟି। ଏଥିରେ ଥିବା ଫଟୋଗ୍ରାଫ ଓ ତଥ୍ୟଗୁଡ଼ିକ ଭବିଷ୍ୟତ ପିଢ଼ିଙ୍କ ପାଇଁ ସହଯୋଗୀ ହେବ ବୋଲି ପ୍ରକାଶ ପାଇଛି। ଏଥର କୌଣସି ଓଡ଼ିଆ ଚଳଚ୍ଚିତ୍ର କିମ୍ବା କେହି ଅଭିନେତା ଓ ଅଭିନେତ୍ରୀ ଜାତୀୟ ପୁରସ୍କାର ପାଇ ନ ଥିବାବେଳେ କେବଳ ଚଳଚ୍ଚିତ୍ରର ସ୍ବତନ୍ତ୍ର ବର୍ଗରେ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ମନୋନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପ୍ରକାଶ କରିଛନ୍ତି। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁସ୍ତକର ସଫଳତା ନେଇ ସୂର୍ଯ୍ୟ କହିଛନ୍ତି, ଗତକାଲିର ସିନେମା କିଭଳି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହୋଇ ରହିପାରିବ ତାହା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଓଡ଼ିଆ ଚଳଚ୍ଚିତ୍ର ଇତିହାସର ପ୍ରାୟ ୪୦ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସୀତା ବିବାହ, ମମତା, ସିନ୍ଦୂର ବିନ୍ଦୁ, ଅଭିମାନ ଭଳି ଚଳଚ୍ଚିତ୍ରର କୌଣସି ଅଂଶବିଶେଷ ନାହିଁ। ପୁରୁଣା ଚଳଚ୍ଚିତ୍ର ତଥ୍ୟକରଣ ଓ ସଂରକ୍ଷିତ ହେବା ଆବଶ୍ୟକ। ପୁସ୍ତକରେ କେବଳ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ ଲେଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଅତି ପାଖରୁ ଦେଖିଥିବା ୨୧ଟି ସିନେମା ଓ ସାମ୍ବାଦିକତା କରୁଥିବା ସମୟରେ ଭେଟିଥିବା ବିଭିନ୍ନ ନିର୍ମାତାଙ୍କ ସହ ଭେଟି ସାଉଣ୍ଟିଥିବା ଅନୁଭୂତିକୁ ନେଇ ପୁସ୍ତକରେ ବିଷୟୀକରଣ କରିଛି। ଗତକାଲି ସହ ବର୍ତ୍ତମାନ, ବର୍ତ୍ତମାନ ସହ ଭବିଷ୍ୟତ ଯୋଡ଼ି ହୋଇ ରହିଛି। ତେଣୁ ଅତୀତର ତଥ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ଏହି ପୁସ୍ତକ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ସୂର୍ଯ୍ୟ ଆଶା ରଖିବା ସହ ଏଭଳି ଅନେକ ପୁସ୍ତକ ଲେଖାହେବାର ଆବଶ୍ୟକତା ରହିଥିବା କହିଛନ୍ତି।
‘କାଲି ପାଇଁ କାଲିର ସିନେମା’ ପୁସ୍ତକରେ ୧୯୪୮ରୁ ୧୯୮୬ ମଧ୍ୟରେ ରିଲିଜ ହୋଇଥିବା ୨୧ଟି ଚଳଚ୍ଚିତ୍ର ସମ୍ପର୍କରେ ତଥ୍ୟ ରହିଛି। ଉକ୍ତ ଚଳଚ୍ଚିତ୍ର ହେଲା ଲଳିତା, ଶ୍ରୀ ଜଗନ୍ନାଥ, କୃଷ୍ଣ ସୁଦାମା, ଭକ୍ତ ସାଲବେଗ, ନୂଆ ବୋହୂ, ସାଧନା, କାଁ, ଭାଇ ଭାଉଜ, ଘର ବାହୁଡ଼ା, ରକ୍ତ ଗୋଲାପ, ଶ୍ରୀ ଲୋକନାଥ, ଭାଇଭାଇ, ସଂସାର, ସୂର୍ଯ୍ୟମୁଖୀ, ଜୀବନସାଥୀ, କିଏ କାହାର, ସ୍ତ୍ରୀ, ସମୟ, ନାଗଫାଶ, ଚିଲିକା ତୀରେ ଓ ମାୟା ମିରିଗ। ଏଥିସହ ୧୯୭୦ରୁ ୮୦ ମଧ୍ୟରେ ଚଳଚ୍ଚିତ୍ର ସହ ଜଡିତ ଅନେକ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାରକୁ ମଧ୍ୟ ସୂର୍ଯ୍ୟ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି। ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri