ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ମନୋନୀତ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ ସୂର୍ଯ୍ୟ ଦେଓଙ୍କ ଏହି ପୁସ୍ତକ ଏକ ବୈପ୍ଳବିକ ସୃଷ୍ଟି। ଏଥିରେ ଥିବା ଫଟୋଗ୍ରାଫ ଓ ତଥ୍ୟଗୁଡ଼ିକ ଭବିଷ୍ୟତ ପିଢ଼ିଙ୍କ ପାଇଁ ସହଯୋଗୀ ହେବ ବୋଲି ପ୍ରକାଶ ପାଇଛି। ଏଥର କୌଣସି ଓଡ଼ିଆ ଚଳଚ୍ଚିତ୍ର କିମ୍ବା କେହି ଅଭିନେତା ଓ ଅଭିନେତ୍ରୀ ଜାତୀୟ ପୁରସ୍କାର ପାଇ ନ ଥିବାବେଳେ କେବଳ ଚଳଚ୍ଚିତ୍ରର ସ୍ବତନ୍ତ୍ର ବର୍ଗରେ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ମନୋନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପ୍ରକାଶ କରିଛନ୍ତି। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁସ୍ତକର ସଫଳତା ନେଇ ସୂର୍ଯ୍ୟ କହିଛନ୍ତି, ଗତକାଲିର ସିନେମା କିଭଳି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହୋଇ ରହିପାରିବ ତାହା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଓଡ଼ିଆ ଚଳଚ୍ଚିତ୍ର ଇତିହାସର ପ୍ରାୟ ୪୦ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସୀତା ବିବାହ, ମମତା, ସିନ୍ଦୂର ବିନ୍ଦୁ, ଅଭିମାନ ଭଳି ଚଳଚ୍ଚିତ୍ରର କୌଣସି ଅଂଶବିଶେଷ ନାହିଁ। ପୁରୁଣା ଚଳଚ୍ଚିତ୍ର ତଥ୍ୟକରଣ ଓ ସଂରକ୍ଷିତ ହେବା ଆବଶ୍ୟକ। ପୁସ୍ତକରେ କେବଳ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ ଲେଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଅତି ପାଖରୁ ଦେଖିଥିବା ୨୧ଟି ସିନେମା ଓ ସାମ୍ବାଦିକତା କରୁଥିବା ସମୟରେ ଭେଟିଥିବା ବିଭିନ୍ନ ନିର୍ମାତାଙ୍କ ସହ ଭେଟି ସାଉଣ୍ଟିଥିବା ଅନୁଭୂତିକୁ ନେଇ ପୁସ୍ତକରେ ବିଷୟୀକରଣ କରିଛି। ଗତକାଲି ସହ ବର୍ତ୍ତମାନ, ବର୍ତ୍ତମାନ ସହ ଭବିଷ୍ୟତ ଯୋଡ଼ି ହୋଇ ରହିଛି। ତେଣୁ ଅତୀତର ତଥ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ଏହି ପୁସ୍ତକ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ସୂର୍ଯ୍ୟ ଆଶା ରଖିବା ସହ ଏଭଳି ଅନେକ ପୁସ୍ତକ ଲେଖାହେବାର ଆବଶ୍ୟକତା ରହିଥିବା କହିଛନ୍ତି।
‘କାଲି ପାଇଁ କାଲିର ସିନେମା’ ପୁସ୍ତକରେ ୧୯୪୮ରୁ ୧୯୮୬ ମଧ୍ୟରେ ରିଲିଜ ହୋଇଥିବା ୨୧ଟି ଚଳଚ୍ଚିତ୍ର ସମ୍ପର୍କରେ ତଥ୍ୟ ରହିଛି। ଉକ୍ତ ଚଳଚ୍ଚିତ୍ର ହେଲା ଲଳିତା, ଶ୍ରୀ ଜଗନ୍ନାଥ, କୃଷ୍ଣ ସୁଦାମା, ଭକ୍ତ ସାଲବେଗ, ନୂଆ ବୋହୂ, ସାଧନା, କାଁ, ଭାଇ ଭାଉଜ, ଘର ବାହୁଡ଼ା, ରକ୍ତ ଗୋଲାପ, ଶ୍ରୀ ଲୋକନାଥ, ଭାଇଭାଇ, ସଂସାର, ସୂର୍ଯ୍ୟମୁଖୀ, ଜୀବନସାଥୀ, କିଏ କାହାର, ସ୍ତ୍ରୀ, ସମୟ, ନାଗଫାଶ, ଚିଲିକା ତୀରେ ଓ ମାୟା ମିରିଗ। ଏଥିସହ ୧୯୭୦ରୁ ୮୦ ମଧ୍ୟରେ ଚଳଚ୍ଚିତ୍ର ସହ ଜଡିତ ଅନେକ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାରକୁ ମଧ୍ୟ ସୂର୍ଯ୍ୟ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି। ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri