Posted inଫୁରସତ

ଆହ୍ବାନକୁ ସାମ୍‌ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର

ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା ପାଉଛି। ବିଶ୍ୱ ଆଜି ଦେଖୁଛି ଓଡ଼ିଆ ଶିଳ୍ପୀ ଧର୍ମପଦର ଜୀବନ୍ତ ପଥର ମୂର୍ତ୍ତିର ଅବିକଳ ସ୍ବରୂପ। ସତେଯେମିତି ପାର୍ଶ୍ୱରୁ ନିରିଖେଇ ଦେଖିଲେ ଜଣାଯାଉଛି ଗଜପତିଙ୍କୁ ଶୁଣ୍ଢରେ ଧରି ତପାସି ଆସୁଛି…!!
ଆମେ ଜାଣିଲେ ସୁଦେହିକାକୁ ବାହାର ଶିଳ୍ପୀ ଗଢ଼ି ନାହାନ୍ତି। ମନ୍ଦିରର କେଉଁ ଅଂଶ କିଏ ଗଢ଼ିଛନ୍ତି ଆମେ ପ୍ରସଙ୍ଗକ୍ରମେ ଆଲୋଚନା କରିବା। ତା’ର ନାମ ତାଲିକା ଅକ୍ଷରକ୍ରମରେ ଆମେ ପ୍ରସ୍ତୁତ କରିଛୁ।
ଆମେ ଶଗଡ଼ିଆ ଓ ହାତୀଆଳଙ୍କ ସମେତ ମନ୍ଦିର ନିର୍ମାଣରେ ସେମାନଙ୍କ ଭୂମିକାର କେତେକ ବିନ୍ଦୁ ଆଲୋଚନା କଲେ। ଏବେ ଆଲୋଚନା କରିବା ଅଶ୍ୱ ଓ ଅଶ୍ୱବାହିନୀର ଭୂମିକା। ପତ୍ରବାହକମାନେ ମୁଖ୍ୟ ଭାବରେ ଅଶ୍ୱ ବ୍ୟବହାର କରୁଥିଲେ। କୋଣାର୍କରେ ଯେଉଁଠି ଘୋଡ଼ାମାନେ ରହୁଥିଲେ ତାକୁ କୁହାଯାଉଥିଲା ‘ଘୋଡ଼ାଶାଳିଆ’। ଅଶ୍ୱଚାଳନା କରୁଥିଲେ ଅଶ୍ୱବାହିନୀର ଯୋଦ୍ଧାମାନେ। ମନ୍ଦିର ନିର୍ମାଣ ସମୟରେ ଅନେକ ସମସ୍ୟା ଆସିଛି ଯଥା କେଉଁଠି କେଉଁ ମୂର୍ତ୍ତି, କେଉଁଠି ଅଳସକନ୍ୟା, କେଉଁଠି କିପରି ଭାସ୍କର୍ଯ୍ୟ ମୂର୍ତ୍ତି ଖଞ୍ଜାଯିବ। ସେଥିରେ ମହାଶ୍ରମ(ଗଜପତି)ଙ୍କ ଅନୁମତି ଲୋଡ଼ା ପଡ଼ିଛି ଅନେକ ସମୟରେ। ପତ୍ରବାହକମାନେ ଘୋଡ଼ାରେ ଯାଇ ଗଜପତିଙ୍କ ଆଦେଶ ଧରି ଆସିଛନ୍ତି। ଗଜପତି ମଧ୍ୟ କୌଣସି ଆଦେଶ ଦେଲେ ପତ୍ରବାହକ ଘୋଡ଼ାରେ ଆସି କୋଣାର୍କରେ ହସ୍ତାନ୍ତର କରୁଥିଲେ। ସେହିପରି ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ହେଉଛି ମହାଶ୍ରମ ବେଙ୍ଗିଗଡ଼ରେ ଥିଲେ। ସେଠୁ ଗୋଟିଏ ଆଦେଶନାମା ପଠାଇଥିଲେ। ତାହା ବିଡ଼ାନାସୀ ନଅର ମାଧ୍ୟମ ଦେଇ କୋଣାର୍କ ଆସିଥିଲା। ଆଦେଶନାମା ଘୋଡ଼ାରେ ଆସିଥିଲା। ସବୁଠାରୁ ଚଞ୍ଚଳ ଖବର ସରବରାହ ପାଇଁ ଘୋଡ଼ା ହିଁ ଥିଲେ ସେ ସମୟରେ ଏକମାତ୍ର ମାଧ୍ୟମ। ଆଦେଶପତ୍ରରେ ଥିଲା ମହାଦେବୀ କିଛିଦିନ ପାଇଁ କୋଣାର୍କ ଆସିବେ।
ତାଙ୍କ ପାଇଁ ଅସ୍ଥାୟୀ ଗୃହ ନିର୍ମାଣ ହୋଇଥିଲା। ସାତଦିନ ରହିଥିଲେ। ତାଙ୍କ ସହାୟତା ପାଇଁ ୧୪ଜଣ ପରିଚାଳକ/ପରିଚାଳିକା ନିଯୁକ୍ତ ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ମନ୍ଦିର ନିର୍ମାଣ ସମୟରେ ଗଜପତି ଯେମିତି ସଜାଗ ଥିଲେ, ମହାରାଣୀ ମଧ୍ୟ ନିଜେ ଉପସ୍ଥିତ ରହି କାର୍ଯ୍ୟର ଅଗ୍ରଗତି ଦେଖିବା ସହିତ ଭଲମନ୍ଦ ବୁଝୁଥିଲେ।
ଶ୍ରୀପଦ୍ମକେଶର ମନ୍ଦିରରେ ଘୋଡ଼ାଦ୍ୱାର ନିର୍ମିତ ହୋଇଥିଲା। ଅନେକ ସ୍ଥାନରେ ଅଶ୍ୱମାନଙ୍କ ପଥର ମୂର୍ତ୍ତି ଦେଖାଯାଏ। ମୁଖ୍ୟ ଅଶ୍ୱମୂର୍ତ୍ତି ନିର୍ମାଣ ଦାୟିତ୍ୱରେ ଥିଲେ ନାରାୟଣ ମହାପାତ୍ର। ନାରାୟଣ ଜଣେ ପ୍ରତିଭାଶାଳୀ ଶିଳ୍ପୀ ଥିଲେ ସେ ସମୟରେ। ସେ କେବଳ ଅଶ୍ୱ ନିର୍ମାଣ କରି ନ ଥିଲେ, ସେ ମନ୍ଦିରର ଦ୍ୱିତୀୟ ପୀଢ଼ରେ ସ୍ଥାନ ପାଇଁ ୧୬ଟି କନ୍ୟା ମୂର୍ତ୍ତି ନିର୍ମାଣରେ ଅଂଶୀଦାର ଥିଲେ। ନୀଳଗିରି ପାହାଡ଼ରୁ ମୁଗୁନିପଥର ଆସିବାବେଳେ ପିଠଉଶୁଣି ମୁଣ୍ଡିଆର ପାଦଦେଶରେ ଥିବା ‘ବାହାରମୁଣ୍ଡା’ ଗଁାରେ ୭ମାସ ଶିବିର ପକାଇ ରହିଥିଲେ।
ବାସ୍ତବରେ କେଉଁ କାର୍ଯ୍ୟ ପାଇଁ କେଉଁ କିସମର ପଥର ଆବଶ୍ୟକ ତାହା ଚିହ୍ନିବାରେ ନାରାୟଣଙ୍କର ଦକ୍ଷତା ଥିଲା। ସେଥିପାଇଁ ଖରା, ବର୍ଷା, ସୁବିଧା ଅସୁବିଧାକୁ ଖାତିର ନ କରି ମାସ ମାସ ଧରି ଶିବିରରେ ରହିଥିଲେ। ଲକ୍ଷ୍ୟ କେବଳ ଠିକ୍‌ ଭାବରେ ମନ୍ଦିର କାର୍ଯ୍ୟ ସମ୍ପନ୍ନ ହେଉ। ମନ୍ଦିର ସାମ୍‌ନାରେ ସ୍ଥାପିତ ଅଶ୍ୱ ମୂର୍ତ୍ତି ଗଢ଼ିସାରିବା ପରେ ୧୨ଜଣ ପଥୁରିଆଙ୍କ ସହାୟତାରେ ଦ୍ୱାରବନ୍ଧର ଭାସ୍କର୍ଯ୍ୟ କରିଥିଲେ। ବନ୍ଦାପନା ମଣ୍ଡପ ନିର୍ମାଣରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ମଣ୍ଡପର ପୂର୍ବ ଦିଗରେ ଯେଉଁ ‘ଦ୍ୱାରସିଂହ’ ନିର୍ମାଣ ହୋଇଥିଲା, ଗଙ୍ଗା ମହାପାତ୍ରଙ୍କୁ ସାଙ୍ଗରେ ନେଇ ନାରାୟଣ ସମାପ୍ତ କରିଥିଲେ।
ଆମେ ମନ୍ଦିର ନିର୍ମାଣ ସମୟରେ ଘୋଡ଼ାମାନଙ୍କର ଅବଦାନ ପ୍ରସଙ୍ଗ ଆଲୋଚନା କାଳରେ ଅଶ୍ୱମୂର୍ତ୍ତି ନିର୍ମାଣ ତଥା ଭାସ୍କର୍ଯ୍ୟଶିଳ୍ପୀ ନାରାୟଣଙ୍କ ଭୂମିକା ଆଲୋଚନା କଲେ। ତାଙ୍କ ଭଳି ଶତାଧିକ ଶିଳ୍ପୀଙ୍କର ଅବଦାନ ରହିଥିଲା। ପ୍ରସଙ୍ଗକ୍ରମେ ଆଲୋଚନା ହେବ। ଆମେ ଜଣାଇ ଦେବାକୁ ଯିବା ପଥରର କିସମ ଚିହ୍ନଟଠାରୁ ଭାସ୍କର୍ଯ୍ୟ କାର୍ଯ୍ୟ ସବୁ ଓଡ଼ିଆମାନଙ୍କ ଅବଦାନ। ଐତିହ୍ୟପୁରୁଷ ନାରାୟଣ ମହାପାତ୍ରଙ୍କ ଗଁାର ଠିକଣା ଠାବ ହୋଇ ନାହିଁ। ମନ୍ଦିର ଆରମ୍ଭ ପୂର୍ବରୁ ଶିବେଇ ସାମନ୍ତରା ଯେଉଁ ସାତଜଣଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି କାର୍ଯ୍ୟଭାର ଅର୍ପଣ କରିଥିଲେ, ତା’ ଭିତରେ ନାରାୟଣ ନ ଥିଲେ। ତଥାପି ସେ ଥିଲେ ସବୁଠାରୁ ଚର୍ଚ୍ଚିତ ଶିଳ୍ପୀ। କାରଣ ଗୋଟିଏ କାର୍ଯ୍ୟ ସର୍ବାଙ୍ଗ ସୁନ୍ଦର ଭାବରେ ସମାପ୍ତ କରିବା ପାଇଁ ସେ ଦିନଧାର୍ଯ୍ୟ କରି ଚୁକ୍ତି ଭିତ୍ତିରେ ଅନ୍ୟ ଶିଳ୍ପୀଙ୍କୁ ସାଙ୍ଗରେ ନେଇ ନିଧାର୍ଯ୍ୟ ଦିନରେ କାର୍ଯ୍ୟ ଶେଷ କରିପାରୁଥିଲେ। ଗଜପତିଙ୍କ ଶାସନରେ ‘ଚୁକ୍ତି’ ଅନୁଯାୟୀ କାମ ନ ସାରିଲେ ପରିଣାମ ସେ ଜାଣିଥିଲେ। ତଥାପି ଅଦମ୍ୟ ସାହସରେ ‘ଆହ୍ବାନ’କୁ ଆପଣେଇ ନେଉଥିଲେ। ତାହା ହିଁ ତ ଓଡ଼ିଆ ଜାତିର ଜାତୀୟ ଚରିତ୍ର!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ...

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ...

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି,...

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ...

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri