Categories: ଖେଳ

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)-
ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ୨୯ ବର୍ଷୀୟ ନଟରାଜନଙ୍କୁ ୫୦ ଓଭର ଫର୍ମାଟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। କ୍ୟାରିୟରରେ ୧୫ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିବା ୟର୍କର ସ୍ପେଶାଲିଷ୍ଟ ନଟରାଜନ ଜଣେ ନେଟ୍‌ ବୋଲରଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ଆହତ ସମସ୍ୟା ଯୋଗୁ ବରୁଣ ଚକ୍ରବର୍ତ୍ତୀ ଓହରି ଯିବାରୁ ତାଙ୍କୁ ଭାରତୀୟ ଟି୨୦ ଦଳରେ ସାମିଲ କରାଯାଇଥିଲା। ଏବେ ସେ ଦିନିକିଆ ଦଳର ସଦସ୍ୟ ହୋଇ ଯାଇଛନ୍ତି।

Share