ଗ୍ରାମୀଣ ବିକାଶରେ ନାର୍ବାଡର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୩।୭: (ଅଭୟ ଦାଶ): ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶାରଦା ପ୍ରସାଦ ମହାନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ଶର୍ମା,ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ନାବାର୍ଡର ମହାପ୍ରବନ୍ଧକ ଡା. ବି. ବି. ସାହୁ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାମ୍ପ୍ରତିକ ବର୍ଷମାନଙ୍କରେ ନାବାର୍ଡର ପ୍ରମୁଖ ସଫଳତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।ଏପରିକି ରାଜ୍ୟରେ ନାବାର୍ଡର ଚମତ୍କାର ପ୍ରଦର୍ଶନ ପାଇଁ ଉତ୍କୃଷ୍ଟ ସହଯୋଗ ଏବଂ ସମର୍ଥନ ପାଇଁ ସେ ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଦେଇଥିଲେ। ଅପରପକ୍ଷରେ ପ୍ରଦୀପ କୁମାର ଜେନା ନାବାର୍ଡ ପରିବାରକୁ ଅଭିନନ୍ଦନ ଜଣାଇବା ସହିତ ନାବାର୍ଡର ନିରନ୍ତର ପ୍ରୟାସ, ପଦକ୍ଷେପ ଏବଂ ଗ୍ରାମୀଣ ବିକାଶରେ ରହିଥିବା ଅବଦାନ ଆଦି ଯୋଗୁ ଗ୍ରାମୀଣ କ୍ଷେତ୍ରରେ ବିକାଶ ହୋଇପାରିଛି। ଏପରିକି ଓଡ଼ିଶାରେ ହୋଇଥିବା ଗ୍ରାମୀଣ କ୍ଷେତ୍ରର ବିକାଶରେ ନାବାର୍ଡର ନିରନ୍ତର ସମର୍ଥନ ଏବଂ ସକ୍ରିୟ ଅଂଶଗ୍ରହଣ ପାଇଁ ସେ ଉଚ୍ଚ ପ୍ରଶଂସା କରିଥିଲେ। ବିଶେଷ କରି ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ), ଦୀର୍ଘମିଆଦୀ ଜଳସେଚନ ପାଣ୍ଠି (ଏଲଟିଆଇଏଫ୍‌),ସ୍ବୟଂ ସହାୟକ ଗୋଷ୍ଠୀ-ବ୍ୟାଙ୍କ ଲିଙ୍କେଜ୍‌ କାର୍ଯ୍ୟକ୍ରମ (ଏସ୍‌ଏଚଜି-ବିଏଲପି), ଜଳବାୟୁ ପରିବର୍ତ୍ତନ ପାଇଁ ଜାତୀୟ ଅନୁକୂଳନ ପାଣ୍ଠି (ଏନ୍‌ଏଏଫିସିସି) ଏବଂ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ନାବାର୍ଡ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ଜେନା ପ୍ରଶଂସା କରିଥିଲେ। ସେହିଭଳି ଅନୁ ଗର୍ଗ ନାବାର୍ଡ ସହାୟତାରେ ସହାୟତା ପାଇବା ସଂଗେ ସଂଗେ ଉପକୃତ ହେବେ ସେ ସଂପର୍କରେ ଗର୍ଗ ଆବଶ୍ୟକ ପରାମର୍ଶ ଦେଇଥିଲେ। ସେହିପରି ସୁଜାତା କାର୍ତ୍ତିକେୟନ୍‌ ନାବାର୍ଡ ଦ୍ୱାରା କିପରି ମିଶନ ଶକ୍ତିର ମହିଳାମାନେ ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏସ ପି ମହାନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ ା ପରିଶେଷରେ ନାବାର୍ଡର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୨୦୨୨-୨୩ ରେ ଓଡ଼ିଶାରେ ନାବାର୍ଡର ପ୍ରମୁଖ ସଫଳତା ଉପରେ ଆଲୋକପାତ କରି ଏକ କଫି ଟେବୁଲ ପୁସ୍ତକ ରିଫ୍ଲେକ୍ସନ ୨୦୨୨-୨୩ ଏବଂ ଓଡ଼ିଶାରେ ନାବାର୍ଡ ଆରଆଇଡିଏଫ ପ୍ରକଳ୍ପର ପ୍ରଭାବୀ ମୂଲ୍ୟାୟନ ଉନ୍ମୋଚନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri