ଭୟରେ ଛାତ୍ରୀଛାତ୍ର, ମୁହଁ ଫେରାଉଛନ୍ତିି ଅଭିଭାବକ

ବାଲେଶ୍ୱର,୧୩।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ୩ଦିନ ପୂରିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଉ ନ ଥିବା ବେଳେ ଅଭିଭାବକମାନେ ଏବେ କଲେଜରୁ ମୁହଁ ଫେରାଉଥିବା ସୂଚନା ମିଳିଛି। ଯେଉଁଠାରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସୁରକ୍ଷିତ ନୁହେଁ ସେଠାରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଅନେକ ଅଭିଭାବକ। ସମୀକ୍ଷାଙ୍କ ମୃତ୍ୟୁ ଘଟଣା ଦିନଠାରୁ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରୀଛାତ୍ର ନିଜ ଘରକୁ ପଳାଇଥିବା ବେଳେ କଲେଜ ଫେରିବାକୁ ଭୟ କରୁଥିବା ଓ ଉକ୍ତ କଲେଜରେ ଆଉ ପଢ଼ିବେ ନାହଁି ବୋଲି ଅଭିଭାବକମାନଙ୍କୁ ଜଣାଉଛନ୍ତି।
ଛାତ୍ରୀଛାତ୍ରଙ୍କ ଉପରେ ହଷ୍ଟେଲ ୱାର୍ଡେନ ଓ କଲେଜ କର୍ତ୍ତୃପକ୍ଷ ଚଳାଇ ଆସୁଥିବା ମନମାନୀ ଏବେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କ ଉପରେ ପକାଯାଉଥିବା ମାନସିକ ଚାପକୁ ବୁଝିପାରି ସେମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପିଲାମାନଙ୍କୁ ମଧ୍ୟ କଲେଜରୁ ବାହାର କରିନେବା ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜଣେ ଛାତ୍ର କଲେଜର ମନମୁଖୀ କାର୍ଯ୍ୟ ବିଷୟରେ ତାଙ୍କ ଅଭିଭାବକଙ୍କୁ ଜଣାଇବା ପରେ ପିଲାର ସୁରକ୍ଷା ନେଇ କଲେଜରୁ ବାହାର କରିନେଇ ଅନ୍ୟତ୍ର ନାମ ଲେଖାଇବାର ଜାଣିବାକୁ ମିଳିଛି। ସେହିପରି ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କୁଳିଗାଁ ଅଞ୍ଚଳର ଜଣେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ରୀ ଉକ୍ତ ଛାତ୍ରୀନିବାସରେ ରହୁଥିଲେ। ୱାର୍ଡ଼େନଙ୍କ ମାଡ଼ ଏବଂ ଦୁର୍ବ୍ୟବହାର ସମ୍ପର୍କରେ ଘରେ କହି ଆସୁଥିଲେ ମଧ୍ୟ ପରିବାର ଲୋକେ ତାକୁ ବୁଝାଇ ସେଠାରେ ପଢ଼ିବା ପାଇଁ କହୁଥିଲେ। ମାତ୍ର ଏଭଳି ଘଟଣା ପରେ ଅଭିଭାବକ ନିଜ ଝିଅକୁ ସେଠାରୁ କାଢ଼ି ନେଇଛନ୍ତି। ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ତଥା ଅନ୍ୟ ଜିଲାଗୁଡିକରୁ ଝାଡ଼େଶ୍ୱର କଲେଜରେ ପଢୁଥିବା ଛାତ୍ରୀଛାତ୍ରମାନେ ନିଜର ଅଭିଭାବକଙ୍କୁ ଏ ବିଷୟରେ ଜଣାଉଛନ୍ତି। ଫଳରେ ବହୁ ଛାତ୍ରୀଛାତ୍ରଙ୍କ ଅଭିଭାବକ ଉକ୍ତ କଲେଜରୁ ପିଲାଙ୍କୁ ବାହାର କରିନେବା ପାଇଁ କଲେଜରେ ଭିଡ଼ ଜମାଇଲେଣି। କଲେଜ କର୍ତ୍ତୃପକ୍ଷ ଏବଂ ନିଜର ଏଜେଣ୍ଟମାନଙ୍କ ମାଧ୍ୟମରେ ପିଲାଙ୍କ ଅଭିଭାବକମାନଙ୍କୁ ବୁଝାଇଶୁଝାଇ ତଥା ବିଭିନ୍ନ ଆଳ ଦେଖାଇବା ସହ ପିଲାମାନଙ୍କୁ ବିନା ଚାପରେ ପାଠ ପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଉଥିବା ଜଣାପଡିଛି।
ସେହିପରି ମୃତ ଛାତ୍ରୀଙ୍କ ମା’ ତାଙ୍କ ଝିଅ ମୃତ୍ୟୁର କାରଣର ଏକ ଭିନ୍ନ ଦିଗରେ ଅଭିଯୋଗ ଆଣିଛନ୍ତି। କଲେଜ କର୍ତ୍ତୃପକ୍ଷ ଓ ୱାର୍ଡ଼େନ ତାଙ୍କ ଝିଅ ଉପରେ ଅତ୍ୟଧିକ କଠୋର ନୀତି, ଚାପ ଦେବା, ମାଡ଼ ମାରିବା ଓ ଦୁର୍ବ୍ୟବହାର କରୁଥିଲେ ବୋଲି କହିଛନ୍ତି। ଦୀର୍ଘ ୧୬ବର୍ଷ ଧରି ନିଜ ପାଖରେ ରଖି ପାଠପଢ଼ାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଠିକ୍‌ ଭାବରେ କରୁଥିବା ବେଳେ ମାତ୍ର ୧୦ଦିନରୁ କମ୍‌ ହଷ୍ଟେଲରେ ରହିବା ମଧ୍ୟରେ କ’ଣ ଏପରି ଘଟିଲା ମୋ ଝିଅର ଝୁଲନ୍ତା ମୃତଦେହ ମିଳିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏନେଇ ବାଲେଶ୍ୱର ସଦର ଏସ୍‌ଡ଼ିପିଓ ଶଶାଙ୍କ ଶେଖର ବେହେରାଙ୍କୁ ଅବଗତ କରାଯିବା ପରେ ଏହା ଏକ ସମ୍ବେଦନଶୀଳ ଘଟଣା। ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯାଇଛି। ଏହାର ତଦନ୍ତ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ରିପୋର୍ଟକୁ ଭିତ୍ତି କରି ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇପାରେ ବୋଲି ଥାନା ଆଇଆଇସି ସାଲଖାନ ମୁର୍ମୁ ପ୍ରକାଶ କରିଛନ୍ତି। ବୁଧବାର ମୃତ ଛାତ୍ରୀଙ୍କ ଦାଦା ମନୋଜ କୁମାର ମହାନ୍ତି ଏଫ୍‌ଆଇଆର୍‌ ରିପୋର୍ଟ ଆଣିବା ପାଇଁ ଥାନାରେ ପହଞ୍ଚିଥିଲେ। ଆଇଆଇସି ମୁର୍ମୁ ତାଙ୍କ ସହ ଅଭିଯୋଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ରିପୋର୍ଟ, ପାରିପାର୍ଶ୍ୱିକ ଅବସ୍ଥା ଉପରେ ତଦନ୍ତ ଜାରି ରହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?