ଭୟରେ ଛାତ୍ରୀଛାତ୍ର, ମୁହଁ ଫେରାଉଛନ୍ତିି ଅଭିଭାବକ

ବାଲେଶ୍ୱର,୧୩।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ୩ଦିନ ପୂରିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଉ ନ ଥିବା ବେଳେ ଅଭିଭାବକମାନେ ଏବେ କଲେଜରୁ ମୁହଁ ଫେରାଉଥିବା ସୂଚନା ମିଳିଛି। ଯେଉଁଠାରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସୁରକ୍ଷିତ ନୁହେଁ ସେଠାରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଅନେକ ଅଭିଭାବକ। ସମୀକ୍ଷାଙ୍କ ମୃତ୍ୟୁ ଘଟଣା ଦିନଠାରୁ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରୀଛାତ୍ର ନିଜ ଘରକୁ ପଳାଇଥିବା ବେଳେ କଲେଜ ଫେରିବାକୁ ଭୟ କରୁଥିବା ଓ ଉକ୍ତ କଲେଜରେ ଆଉ ପଢ଼ିବେ ନାହଁି ବୋଲି ଅଭିଭାବକମାନଙ୍କୁ ଜଣାଉଛନ୍ତି।
ଛାତ୍ରୀଛାତ୍ରଙ୍କ ଉପରେ ହଷ୍ଟେଲ ୱାର୍ଡେନ ଓ କଲେଜ କର୍ତ୍ତୃପକ୍ଷ ଚଳାଇ ଆସୁଥିବା ମନମାନୀ ଏବେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କ ଉପରେ ପକାଯାଉଥିବା ମାନସିକ ଚାପକୁ ବୁଝିପାରି ସେମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପିଲାମାନଙ୍କୁ ମଧ୍ୟ କଲେଜରୁ ବାହାର କରିନେବା ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜଣେ ଛାତ୍ର କଲେଜର ମନମୁଖୀ କାର୍ଯ୍ୟ ବିଷୟରେ ତାଙ୍କ ଅଭିଭାବକଙ୍କୁ ଜଣାଇବା ପରେ ପିଲାର ସୁରକ୍ଷା ନେଇ କଲେଜରୁ ବାହାର କରିନେଇ ଅନ୍ୟତ୍ର ନାମ ଲେଖାଇବାର ଜାଣିବାକୁ ମିଳିଛି। ସେହିପରି ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କୁଳିଗାଁ ଅଞ୍ଚଳର ଜଣେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ରୀ ଉକ୍ତ ଛାତ୍ରୀନିବାସରେ ରହୁଥିଲେ। ୱାର୍ଡ଼େନଙ୍କ ମାଡ଼ ଏବଂ ଦୁର୍ବ୍ୟବହାର ସମ୍ପର୍କରେ ଘରେ କହି ଆସୁଥିଲେ ମଧ୍ୟ ପରିବାର ଲୋକେ ତାକୁ ବୁଝାଇ ସେଠାରେ ପଢ଼ିବା ପାଇଁ କହୁଥିଲେ। ମାତ୍ର ଏଭଳି ଘଟଣା ପରେ ଅଭିଭାବକ ନିଜ ଝିଅକୁ ସେଠାରୁ କାଢ଼ି ନେଇଛନ୍ତି। ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ତଥା ଅନ୍ୟ ଜିଲାଗୁଡିକରୁ ଝାଡ଼େଶ୍ୱର କଲେଜରେ ପଢୁଥିବା ଛାତ୍ରୀଛାତ୍ରମାନେ ନିଜର ଅଭିଭାବକଙ୍କୁ ଏ ବିଷୟରେ ଜଣାଉଛନ୍ତି। ଫଳରେ ବହୁ ଛାତ୍ରୀଛାତ୍ରଙ୍କ ଅଭିଭାବକ ଉକ୍ତ କଲେଜରୁ ପିଲାଙ୍କୁ ବାହାର କରିନେବା ପାଇଁ କଲେଜରେ ଭିଡ଼ ଜମାଇଲେଣି। କଲେଜ କର୍ତ୍ତୃପକ୍ଷ ଏବଂ ନିଜର ଏଜେଣ୍ଟମାନଙ୍କ ମାଧ୍ୟମରେ ପିଲାଙ୍କ ଅଭିଭାବକମାନଙ୍କୁ ବୁଝାଇଶୁଝାଇ ତଥା ବିଭିନ୍ନ ଆଳ ଦେଖାଇବା ସହ ପିଲାମାନଙ୍କୁ ବିନା ଚାପରେ ପାଠ ପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଉଥିବା ଜଣାପଡିଛି।
ସେହିପରି ମୃତ ଛାତ୍ରୀଙ୍କ ମା’ ତାଙ୍କ ଝିଅ ମୃତ୍ୟୁର କାରଣର ଏକ ଭିନ୍ନ ଦିଗରେ ଅଭିଯୋଗ ଆଣିଛନ୍ତି। କଲେଜ କର୍ତ୍ତୃପକ୍ଷ ଓ ୱାର୍ଡ଼େନ ତାଙ୍କ ଝିଅ ଉପରେ ଅତ୍ୟଧିକ କଠୋର ନୀତି, ଚାପ ଦେବା, ମାଡ଼ ମାରିବା ଓ ଦୁର୍ବ୍ୟବହାର କରୁଥିଲେ ବୋଲି କହିଛନ୍ତି। ଦୀର୍ଘ ୧୬ବର୍ଷ ଧରି ନିଜ ପାଖରେ ରଖି ପାଠପଢ଼ାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଠିକ୍‌ ଭାବରେ କରୁଥିବା ବେଳେ ମାତ୍ର ୧୦ଦିନରୁ କମ୍‌ ହଷ୍ଟେଲରେ ରହିବା ମଧ୍ୟରେ କ’ଣ ଏପରି ଘଟିଲା ମୋ ଝିଅର ଝୁଲନ୍ତା ମୃତଦେହ ମିଳିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏନେଇ ବାଲେଶ୍ୱର ସଦର ଏସ୍‌ଡ଼ିପିଓ ଶଶାଙ୍କ ଶେଖର ବେହେରାଙ୍କୁ ଅବଗତ କରାଯିବା ପରେ ଏହା ଏକ ସମ୍ବେଦନଶୀଳ ଘଟଣା। ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯାଇଛି। ଏହାର ତଦନ୍ତ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ରିପୋର୍ଟକୁ ଭିତ୍ତି କରି ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇପାରେ ବୋଲି ଥାନା ଆଇଆଇସି ସାଲଖାନ ମୁର୍ମୁ ପ୍ରକାଶ କରିଛନ୍ତି। ବୁଧବାର ମୃତ ଛାତ୍ରୀଙ୍କ ଦାଦା ମନୋଜ କୁମାର ମହାନ୍ତି ଏଫ୍‌ଆଇଆର୍‌ ରିପୋର୍ଟ ଆଣିବା ପାଇଁ ଥାନାରେ ପହଞ୍ଚିଥିଲେ। ଆଇଆଇସି ମୁର୍ମୁ ତାଙ୍କ ସହ ଅଭିଯୋଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ରିପୋର୍ଟ, ପାରିପାର୍ଶ୍ୱିକ ଅବସ୍ଥା ଉପରେ ତଦନ୍ତ ଜାରି ରହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri