ଡିଟିଆଇ ସହ ବିଓବିର ସହଭାଗିତା

ଭୁବନେଶ୍ୱର,୧୩।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ଟ୍ରେଜେରିଜ୍‌ ଆଣ୍ଡ ଇନ୍‌ସ୍ପେକ୍ସନ (ଡିଟିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଘୋଷଣା କରାଯାଇଛି। ବିଶେଷକରି ସରକାରୀ ଚାଲାଣ ପୈଠ ନିମନ୍ତେ ପେମେଣ୍ଟ ଗେଟ୍‌ ୱେ ସେବା ଯୋଗାଇବା ପାଇଁ ଉଭୟ ସଂସ୍ଥାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏପରିକି ଡିଟିଆଇର ନିର୍ଦ୍ଦେଶକ ରୂପ ନାରାୟଣ ଦାସ ଏବଂ ବିଓବି ପାଟନା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ସୋନମ ଟି. ଭୂତିଆଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଡିଟିଆଇର ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧାରାଣୀ ସ୍ବାଇଁ, ସହକାରୀ ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଅତିରିକ୍ତ ନିର୍ଦ୍ଦେଶକ ଦେବୀଦତ୍ତ ତ୍ରିପାଠୀ, ଯୁଗ୍ମ ନିର୍ଦ୍ଦେଶକ ଦୀପକ ରଞ୍ଜନ ଚୌଧୁରୀ, ଉପ-ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର, ବିଓବି ପାଟନା ଅଞ୍ଚଳର ନେଟ୍‌ୱର୍କ ଡିଜିଏମ୍‌-୧ ଡ.ରମେଶ କୁମାର ମହାନ୍ତି ଏବଂ ବିଓବି ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri