ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି । ଏହାରି ଭିତରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କଂଗ୍ରେସରୁ ମୋକିମଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି ଯେ, ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏ ବିବାଦରେ କିଛି କହିବିନି । କିନ୍ତୁ ଏହି ନିଷ୍ପତ୍ତି ଉପରେ ଆଉଥରେ ବିଚାର କରିବା ଉଚିତ । କଟକରେ ମୋକିମ ଜଣେ ମଜବୁତ ନେତା ଥିଲେ ତେଣୁ କଟକରେ ପ୍ରଭାବ ପଡିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ପ୍ରକାଶଥାଉକି, ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିଥିଲେ । ଭକ୍ତଙ୍କ ନେତୃତ୍ୱକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ମୋକିମ।  କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ଭକ୍ତ ଦାସ କହିଥିଲେ । ତେବେ ଦଳରୁ ବହିଷ୍କାର କରିବା ପରେ ମୋକିମ ପ୍ରତିକ୍ରିୟା ଦେଇ ମିଡିଆକୁ ଧନ୍ୟବାଦ ଦେଇଛନ୍ତି । ସେ ଦଳ ଉପରେ ଆରୋପ ଲଗାଇଛନ୍ତି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରିଦେଇଛନ୍ତି । ମୁଁ ଭାବିଥିଲି କଂଗ୍ରେସ ସୁଧାର ଆଣିବ କିନ୍ତୁ ଓଲଟା ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?