Posted inଖେଳ

ନରସିଂହ ଯାଦବଙ୍କ ବାସନ୍ଦ ସିରିଲା: ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ,୪।୮: ଭାରତୀୟ ତାରକା ରେସଲର ନରସିଂହ ଯାଦବଙ୍କ ବାସନ୍ଦ ଅବଧୀ ଶେଷ ହୋଇଛି। ୪ ବର୍ଷ ତଳେ ତାଙ୍କୁ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ବାସନ୍ଦ କରାଯାଇଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ତାଙ୍କୁ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡ଼ା) ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଥିଲା। ଫଳରେ ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ଓ ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରିଓ ଅଲିମ୍ପିକ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ଏହି ଦୁଇ ରେସଲର ୭୪ କେ.ଜି. ବର୍ଗ ସ୍ଥାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି କଥା କୋର୍ଟକୁ ମଧ୍ୟ ଯାଇଥିଲା। ସୁଶୀଲ ଧୋକା ଦେଇଥିବା ନରସିଂହ ଅଭିଯୋଗ ଆଣିଥିଲେ।
ଏହି ବାସନ୍ଦା ଦେଶ ନରସିଂହଙ୍କ କ୍ୟାରିୟରକୁ ସେତେବେଳେ ଶେଷ କରିଦେଇଥିଲା ବୋଲି କୁହାଯାଉଥିଲା। କାରଣ ସେତେବେଳେ ନରସିଂହଙ୍କୁ ୨୬ ବର୍ଷ ହୋଇଥିଲା ଓ ସେ କ୍ୟାରିୟରର ଶୀର୍ଷରେ ରହିଥିଲେ। ଏବେ ଟୋକିଓ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଉଥିବାରୁ ନରସିଂହଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଶନିବାର ନରସିଂହ ଓ୍ବାଡ଼ା ତରଫରୁ ଏ ସଂକ୍ରାନ୍ତ ଅଫିସିଆଲ ଇମେଲ୍‌ ପାଇଥିଲେ। ଏବେ ସେ ସବୁ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବୋଲି ସ୍ପଷ୍ଟ ହୋଇଛି। ପୁଣି ଥରେ ରେସଲିଂ ଆରମ୍ଭ କରିବା ଉପରେ ନରସିଂହ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ୭୪ କେ.ଜି. ବର୍ଗରେ ଆଗକୁ ଆୟୋଜନ ହେବାକୁ ଥିବା ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ସେ ରେସିଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଓ୍ବାଡ଼ା ତରଫରୁ ସେ ପାଇଥିବା ଇମେଲ ନେଇ ଫେଡେରେଶନକୁ ସେ ଅବଗତ କରାଇଛନ୍ତି।
ଏବେ ସବୁ ପ୍ରକାର ପ୍ରତିଯୋଗିତରେ ଅଂଶଗ୍ରହଣ କରିବାକୁ ସେ ପୂରା ସ୍ବାଧୀନ ବୋଲି ନରସିଂହ କହିଛନ୍ତି। ଏବେ ବିଶ୍ୱ ଚାମ୍ପିୟନଶିପ୍‌ ଖେଳି ନରସିଂହ ଅନ୍ତର୍ଜାତୀୟ ରେସଲିଂକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛନ୍ତି। ଡିସେମ୍ବରରେ ସର୍ବିଆର ବେଲଗ୍ରେଡ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ପଦକ ଜିତିବା ମୋର ମୁଖ୍ୟ ଲକ୍ଷ୍ୟ ରହିଛି। ଏକ ଅଲିମ୍ପିକ୍‌ ପଦକ ସହ ମୋର କାହାଣୀ ଶେଷ ହେବ ବୋଲି ସେ କହିଛନ୍ତି। ଭାଗ୍ୟଦେବୀ ପୂଣି ଦ୍ୱାର ଖୋଲିଛନ୍ତି। ତେବେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ହେବ ବୋଲି ସେ ସ୍ବୀକାର କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ମଧ୍ୟ ନରିସିଂହଙ୍କୁ ସ୍ବାଗତ କରିଛି। ଯଦି ସେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହାନ୍ତି ତା’ହେଲେ ତାଙ୍କୁ ସୁଯୋଗ ଦେବୁ ବୋଲି ଡବ୍ଲ୍ୟୁଏଫ୍‌ଆଇ ସହ ସମ୍ପାଦକ ବିନୋଦ ତୋମାର କହିଛନ୍ତି। ଇତିମଧ୍ୟରେ ନରସିଂହ ବିବାହ କରିଛନ୍ତି। ସ୍ତ୍ରୀ ଶିଳ୍ପୀ ସେରୋନ ମଧ୍ୟ ଜଣେ ରେସଲର। ଏହି ରେସଲର ଦମ୍ପତିଙ୍କର ଜଣେ ୭ ମାସର ଶିଶୁ ପୁତ୍ର ରହିଛି। ନରସିଂହ ଏବେ ମଧ୍ୟ ୪ ବର୍ଷ ତଳେ ଷଢଯନ୍ତ୍ରର ଶିକାର ହୋଇଛନ୍ତି ବୋଳି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଡ୍‌ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ସିଡ୍‌ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ...

ବୁମରାଙ୍କ ସମକକ୍ଷ ସାମି

ବିଶାଖାପାଟଣା,୬୧୦- ଭାରତୀୟ ପେସର ମହମ୍ମଦ ସାମି ରବିବାର ନିଜ ସାଥୀ ପେସର ଯଶପ୍ରୀତ ବୁମରାଙ୍କ ସମକକ୍ଷ ହୋଇଛନ୍ତି ଏଠାରେ ଭାରତ ଓ ଦକ୍ଷିଣ ଅାଫ୍ରିକା ମଧ୍ୟରେ...

ଅଲିମ୍ପିକ୍ସ ବକ୍ସିଂ: କ୍ୱାର୍ଟରରେ ପଦାର୍ପଣକାରୀ ସତୀଶ

ଟୋକିଓ,୩୦।୭(ପି.ଟି.): ଅଲିମ୍ପିକ୍ସରେ ଭାରତର ପ୍ରଥମ ସୁପର ହେଭିଓ୍ବେଟ (+୯୧ କେ.ଜି.) ବକ୍ସର ଭାବେ ଅଂଶଗ୍ରହଣ କରିଥିବା ସତୀଶ କୁମାର ପଦାର୍ପଣରେ ହିଁ କ୍ୱାର୍ଟର ଫାଇନାଲରେ ପ୍ରବେଶ...

ଚିଲି ସିନିୟର ସହ ଡ୍ର’ ରଖିଲା ଭାରତୀୟ ଜୁନିୟର ମହିଳା ଦଳ

ସାଣ୍ଟିଆଗୋ, ୨୩ା୧ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଚିଲିର ସିନିୟର ଦଳ ବିପକ୍ଷ ମ୍ୟାଚ୍‌ ୨-୨ରେ ଡ୍ର’ ରଖିଛନ୍ତି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ...

ବୋଲ୍ଟଙ୍କ ଟାଇମିଂକୁ ପଛରେ ପକାଇଥିବା ଧାବକଙ୍କୁ ଡକାଇଲେ କ୍ରୀଡ଼ାମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ,୧୫।୨- ପାରମ୍ପରିକ କ୍ରୀଡ଼ା କମ୍ବାଲ ଜକିର ଦ୍ରୁତତମ ଧାବକ ଶ୍ରୀନିବାସ ଗୋଡ଼ାଙ୍କୁ ପେଶାଦାର କ୍ରୀଡ଼ାବିତ ହେବାର ସୁଯୋଗ ମିଳିଛି। ସେ ଏବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ...

ରାଜ୍ୟ ମହିଳା ଚେସ୍‌: ସାଇନା ଚାମ୍ପିୟନ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)-ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଅନ୍‌ଲାଇନ୍‌ ମହିଳା ଚେସ୍‌ରେ ମହିଳା ଫିଡେମାଷ୍ଟର ସାଇନା ସାଲୋନିକା ଚାମ୍ପିୟନ ହୋଇଛନ୍ତି। ୬...

ନିଜ ରେକର୍ଡ ଭାଙ୍ଗିଲେ ସୁନା ପୁଅ

ଷ୍ଟକହୋମ,୧।୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନିକଟରେ ଅନୁଷ୍ଠିତ ପାଭୋ ନୁରମି ଆଥଲେଟିକ୍ସ...

ଭାରତକୁ ପ୍ରଥମ ସଫଳତା ଦେଲେ ବିଜୟ ଶଙ୍କର

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଟଟେଜ୍‌ ମ୍ୟାଚ୍‌। ଭାରତର ୩୩୭ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପାକସ୍ତାନକୁ ପ୍ରାରମ୍ଭରୁ ଝଟକା...

Advertisement
Archives

Model This Week