Posted inଖେଳ

ନରସିଂହ ଯାଦବଙ୍କ ବାସନ୍ଦ ସିରିଲା: ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ,୪।୮: ଭାରତୀୟ ତାରକା ରେସଲର ନରସିଂହ ଯାଦବଙ୍କ ବାସନ୍ଦ ଅବଧୀ ଶେଷ ହୋଇଛି। ୪ ବର୍ଷ ତଳେ ତାଙ୍କୁ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ବାସନ୍ଦ କରାଯାଇଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ତାଙ୍କୁ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡ଼ା) ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଥିଲା। ଫଳରେ ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ଓ ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରିଓ ଅଲିମ୍ପିକ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ଏହି ଦୁଇ ରେସଲର ୭୪ କେ.ଜି. ବର୍ଗ ସ୍ଥାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି କଥା କୋର୍ଟକୁ ମଧ୍ୟ ଯାଇଥିଲା। ସୁଶୀଲ ଧୋକା ଦେଇଥିବା ନରସିଂହ ଅଭିଯୋଗ ଆଣିଥିଲେ।
ଏହି ବାସନ୍ଦା ଦେଶ ନରସିଂହଙ୍କ କ୍ୟାରିୟରକୁ ସେତେବେଳେ ଶେଷ କରିଦେଇଥିଲା ବୋଲି କୁହାଯାଉଥିଲା। କାରଣ ସେତେବେଳେ ନରସିଂହଙ୍କୁ ୨୬ ବର୍ଷ ହୋଇଥିଲା ଓ ସେ କ୍ୟାରିୟରର ଶୀର୍ଷରେ ରହିଥିଲେ। ଏବେ ଟୋକିଓ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଉଥିବାରୁ ନରସିଂହଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଶନିବାର ନରସିଂହ ଓ୍ବାଡ଼ା ତରଫରୁ ଏ ସଂକ୍ରାନ୍ତ ଅଫିସିଆଲ ଇମେଲ୍‌ ପାଇଥିଲେ। ଏବେ ସେ ସବୁ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବୋଲି ସ୍ପଷ୍ଟ ହୋଇଛି। ପୁଣି ଥରେ ରେସଲିଂ ଆରମ୍ଭ କରିବା ଉପରେ ନରସିଂହ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ୭୪ କେ.ଜି. ବର୍ଗରେ ଆଗକୁ ଆୟୋଜନ ହେବାକୁ ଥିବା ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ସେ ରେସିଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଓ୍ବାଡ଼ା ତରଫରୁ ସେ ପାଇଥିବା ଇମେଲ ନେଇ ଫେଡେରେଶନକୁ ସେ ଅବଗତ କରାଇଛନ୍ତି।
ଏବେ ସବୁ ପ୍ରକାର ପ୍ରତିଯୋଗିତରେ ଅଂଶଗ୍ରହଣ କରିବାକୁ ସେ ପୂରା ସ୍ବାଧୀନ ବୋଲି ନରସିଂହ କହିଛନ୍ତି। ଏବେ ବିଶ୍ୱ ଚାମ୍ପିୟନଶିପ୍‌ ଖେଳି ନରସିଂହ ଅନ୍ତର୍ଜାତୀୟ ରେସଲିଂକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛନ୍ତି। ଡିସେମ୍ବରରେ ସର୍ବିଆର ବେଲଗ୍ରେଡ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ପଦକ ଜିତିବା ମୋର ମୁଖ୍ୟ ଲକ୍ଷ୍ୟ ରହିଛି। ଏକ ଅଲିମ୍ପିକ୍‌ ପଦକ ସହ ମୋର କାହାଣୀ ଶେଷ ହେବ ବୋଲି ସେ କହିଛନ୍ତି। ଭାଗ୍ୟଦେବୀ ପୂଣି ଦ୍ୱାର ଖୋଲିଛନ୍ତି। ତେବେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ହେବ ବୋଲି ସେ ସ୍ବୀକାର କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ମଧ୍ୟ ନରିସିଂହଙ୍କୁ ସ୍ବାଗତ କରିଛି। ଯଦି ସେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହାନ୍ତି ତା’ହେଲେ ତାଙ୍କୁ ସୁଯୋଗ ଦେବୁ ବୋଲି ଡବ୍ଲ୍ୟୁଏଫ୍‌ଆଇ ସହ ସମ୍ପାଦକ ବିନୋଦ ତୋମାର କହିଛନ୍ତି। ଇତିମଧ୍ୟରେ ନରସିଂହ ବିବାହ କରିଛନ୍ତି। ସ୍ତ୍ରୀ ଶିଳ୍ପୀ ସେରୋନ ମଧ୍ୟ ଜଣେ ରେସଲର। ଏହି ରେସଲର ଦମ୍ପତିଙ୍କର ଜଣେ ୭ ମାସର ଶିଶୁ ପୁତ୍ର ରହିଛି। ନରସିଂହ ଏବେ ମଧ୍ୟ ୪ ବର୍ଷ ତଳେ ଷଢଯନ୍ତ୍ରର ଶିକାର ହୋଇଛନ୍ତି ବୋଳି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?