ଦୂରଦୃଷ୍ଟି ସମ୍ପନ୍ନ ନାରୀ ନେତ୍ରୀ ଥିଲେ ନନ୍ଦିନୀ ଦେବୀ: ଶିକ୍ଷକ ସମାଜ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ

ଭଞ୍ଜନଗର,୯/୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଗବେଷଣା ପରିଷଦ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଏବଂ ଘୁମୁସର ଗବେଷଣା ପରିଷଦ ପକ୍ଷରୁ ମିଳିତ ଭାବେ ଏହି ଉତ୍ସବ ପାଳିତ ହୋଇଥିଲା। ଆୟୋଜିତ ଉତ୍ସବରେ କେନ୍ଦୁପଦର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ଆପଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନନ୍ଦିନୀ ଦେବୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନାରୀ ନେତ୍ରୀ ଥିଲେ ବୋଲି କହିଥିଲେ। ଓଡ଼ିଶାର ଶିକ୍ଷକ ସମାଜ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କର କିଛି ଦୃଢ଼ ନିଷ୍ପତ୍ତି ଓଡ଼ିଶାକୁ ଆଗେଇ ନେବାରେ ସହାୟକ ହୋଇଥିଲା। ଜଣେ ସ୍ପଷ୍ଠ ନାରୀ ନେତ୍ରୀ ଭାବେ ସେ ପରିଚିତ ଥିଲେ ବୋଲି ଶ୍ରୀ ଆପଟ କହିଥିଲେ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ସନ୍ତୋଷ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଦେବୀ ବୋଲି କହିଥିଲେ। ଏଥିସହ ସେ କହିଥିଲେ ଯେ ଶିକ୍ଷକ ମାନଙ୍କ ଚାକିରି ସର୍ତ୍ତାବଳୀ ଏବଂ ଦରମା ସମସ୍ୟା ନନ୍ଦିନୀ ଦେବୀଙ୍କ ଦ୍ୱାରା ସମାଧାନ ହୋଇଥିଲା। ନନ୍ଦିନୀ ଦେବୀ ଡହ ଜଳଭଣ୍ଡାର ଶିଳାନ୍ୟାସ କରିବାକୁ ଆସିଥିବା ସମୟରେ ତାଙ୍କ ନାମରେ ନନ୍ଦିନୀପଲ୍ଲୀ ପ୍ରତିଷ୍ଠା ହୋଇଥିଲା ବୋଲି ଜେନା କହିଥିଲେ।


ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଶିକ୍ଷକ ନେତା ଜଗବନ୍ଧୁ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନନ୍ଦିନୀ ଦେବୀ ପ୍ରାଥମିକ ଶିକ୍ଷକ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାଇରେକ୍ଟ ପେମେଣ୍ଟ ଦେବା ବ୍ୟବସ୍ଥା ଆରମ୍ଭ କରିଥିଲେ ବୋଲି କହିଥିଲେ। ତେଣୁ ନନ୍ଦିନୀ ଦେବୀ ସର୍ବଦା ଶିକ୍ଷକମାନଙ୍କ ସ୍ମରଣୀୟ ହୋଇ ରହିବେ। ଶିକ୍ଷକମାନେ ଯେଉଁଭଳି ଅବହେଳିତ ଅବସ୍ଥାରେ ଥିଲେ ସେଥିରୁ ସେ ଶିକ୍ଷକ ସମାଜକୁ ଉଦ୍ଧାର କରିଥିଲେ। ଶିକ୍ଷକମାନଙ୍କୁ ପ୍ରତ୍ୟକ୍ଷ ଦରମା ଦେବା ବ୍ୟବସ୍ଥା ନନ୍ଦିନୀ ଦେବୀ ଆରମ୍ଭ କରିଥିଲେ। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜଗବନ୍ଧୁ କହିଥିଲେ। ଘୁମୁସର ସମ୍ବାଦ ସମ୍ପାଦକ ନେତାଜୀ ବିଷୋୟୀ ନନ୍ଦିନୀ ଦେବୀଙ୍କ ଜୀବନୀ ସଂପର୍କରେ କହିବା ସହ ଆଗାମି ଦିନରେ ଜୟନ୍ତୀ ଉତ୍ସବକୁ ଆହୁରି ବଡ ଧରଣର କରିବା ପାଇଁ କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଶିରୀଶ କୁମାର ଷଡ଼ଙ୍ଗୀ, ଘୁମୁସର ଗବେଷଣା ପରିଷଦର ସମ୍ପାଦକ ତଥା ପ୍ରାଧ୍ୟାପକ ତପନ ମିଶ୍ର, ଜି ଉଦୟଗିରି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିନାୟକ ବିଶ୍ୱାଳ, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବଟନି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ବେଲଗୁଣ୍ଠା କଲେଜର ଅଧ୍ୟାପକ ଡ ଅଜୟ ବିଶାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଧରିତ୍ରୀ ପ୍ରତିନିଧି ବାବୁଲା ପ୍ରଧାନ ସଭାକୁ ସଂଯୋଜନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?