ନନ୍ଦନକାନନ: ଅନ୍‌ଲାଇନ ଟିକେଟ କଳାବଜାର

ବାରଙ୍ଗ,୮।୧(ଡି.ଏନ୍‌.ଏ.): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଶୁକ୍ରବାରଠାରୁ ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନରେ ଟିକେଟ କରି ବୁଲିବାକୁ ଯାଇପାରିବେ ବୋଲି ଗୁରୁବାର ଘୋଷଣା କରିଥିଲେ। ଶୁକ୍ରବାର ବହୁ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ ମଧ୍ୟ ନନ୍ଦନକାନନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ବିଷୟରେ ନ ଜାଣିପାରି ହଇରାଣ ହୋଇଥିଲେ। ଅଫ୍‌ଲାଇନ ଟିକେଟ ବନ୍ଦ ଥିବାର ସୁଯୋଗରେ କେତେଜଣ ଅସାଧୁ ଯୁବକ କଳାବଜାର କରିଥିଲେ। କିଏ ମୋବାଇଲ, କିଏ ଲାପ୍‌ଟପ୍‌ ଧରି ଅନ୍‌ଲାଇନ୍‌ ଟିକେଟ ପାଇଁ ଡାକୁଥିଲେ। ଫଳରେ ୫୦ଟଙ୍କା ଟିକେଟକୁ ପର୍ଯ୍ୟଟକମାନେ ବାଧ୍ୟ ହୋଇ ୧୦୦ଟଙ୍କାରେ କିଣିଥିବାର ମଧ୍ୟ ଅଭିଯୋଗ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପାଇଁ ନନ୍ଦନକାନନ ପକ୍ଷରୁ କୁହାଯାଇଥିବା ବେଳେ ଦିନତମାମ ପ୍ରାଣୀ ଉଦ୍ୟାନ ପ୍ରବେଶ ପଥ, ଗାଇଡ୍‌ କାର୍ଯ୍ୟାଳୟ ଓ ଟିକେଟ କାଉଣ୍ଟର ମୁଖ୍ୟ ଫାଟକ ଆଗରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ୨୦୨୦ରେ କୋଭିଡ୍‌ ପାଇଁ ନନ୍ଦନକାନନ ବନ୍ଦଥିଲା। ନନ୍ଦନକାନନ ଅକ୍ଟୋବରରେ ଖୋଲିବା ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ଜାରି କରିଥିଲେ। ନନ୍ଦନକାନନ ବୁଲିବାକୁ ଦୈନିକ ଅତିବେଶିରେ ୧୫୦୦ ଲୋକଙ୍କୁ ଟିକେଟ ଉଭୟ ଅଫ୍‌ଲାଇନ ଓ ଅନଲାଇନ ଜରିଆରେ ମିଳିବ ବୋଲି ଅନୁମତି ଦେଇଥିଲେ। ଏଭଳି କିଛି ନିୟମ ଚଳିତବର୍ଷ ମଧ୍ୟ କରିଥିଲେ ଏଭଳି ଅସୁବିଧା ହୁଅନ୍ତା ନାହିଁ ବୋଲି ପର୍ଯ୍ୟଟକମାନେ କହିଥିଲେ। ଅନ୍ୟପଟେ ନନ୍ଦନକାନନକୁ ଶୁକ୍ରବାର ୬୩୬୫ ଓ ବଟାନିକାଲ ଗାର୍ଡେନକୁ ୧୬୯ଜଣ ପର୍ଯ୍ୟଟକ ଆସିଥିଲେ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶ ଡ. ସଞ୍ଜିତ କୁମାର କହିଛନ୍ତି, ଅନ୍‌ଲାଇନ ବ୍ୟବସ୍ଥା ସୁରୁଖୁରୁରେ ହେବା ପାଇଁ ଦିନେ ଦୁଇଦିନ ସମୟ ଲାଗିବ। ଟେକିନକାଲ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ସଜାଗ ହୋଇ ରହିଛୁ। ତେଣୁ ପର୍ଯ୍ୟଟକ ପୂର୍ବରୁ ଟିକଟ କରି ଆସିବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri