ନନ୍ଦନକାନନ: ଅନ୍‌ଲାଇନ ଟିକେଟ କଳାବଜାର

ବାରଙ୍ଗ,୮।୧(ଡି.ଏନ୍‌.ଏ.): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଶୁକ୍ରବାରଠାରୁ ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନରେ ଟିକେଟ କରି ବୁଲିବାକୁ ଯାଇପାରିବେ ବୋଲି ଗୁରୁବାର ଘୋଷଣା କରିଥିଲେ। ଶୁକ୍ରବାର ବହୁ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ ମଧ୍ୟ ନନ୍ଦନକାନନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ବିଷୟରେ ନ ଜାଣିପାରି ହଇରାଣ ହୋଇଥିଲେ। ଅଫ୍‌ଲାଇନ ଟିକେଟ ବନ୍ଦ ଥିବାର ସୁଯୋଗରେ କେତେଜଣ ଅସାଧୁ ଯୁବକ କଳାବଜାର କରିଥିଲେ। କିଏ ମୋବାଇଲ, କିଏ ଲାପ୍‌ଟପ୍‌ ଧରି ଅନ୍‌ଲାଇନ୍‌ ଟିକେଟ ପାଇଁ ଡାକୁଥିଲେ। ଫଳରେ ୫୦ଟଙ୍କା ଟିକେଟକୁ ପର୍ଯ୍ୟଟକମାନେ ବାଧ୍ୟ ହୋଇ ୧୦୦ଟଙ୍କାରେ କିଣିଥିବାର ମଧ୍ୟ ଅଭିଯୋଗ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପାଇଁ ନନ୍ଦନକାନନ ପକ୍ଷରୁ କୁହାଯାଇଥିବା ବେଳେ ଦିନତମାମ ପ୍ରାଣୀ ଉଦ୍ୟାନ ପ୍ରବେଶ ପଥ, ଗାଇଡ୍‌ କାର୍ଯ୍ୟାଳୟ ଓ ଟିକେଟ କାଉଣ୍ଟର ମୁଖ୍ୟ ଫାଟକ ଆଗରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ୨୦୨୦ରେ କୋଭିଡ୍‌ ପାଇଁ ନନ୍ଦନକାନନ ବନ୍ଦଥିଲା। ନନ୍ଦନକାନନ ଅକ୍ଟୋବରରେ ଖୋଲିବା ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ଜାରି କରିଥିଲେ। ନନ୍ଦନକାନନ ବୁଲିବାକୁ ଦୈନିକ ଅତିବେଶିରେ ୧୫୦୦ ଲୋକଙ୍କୁ ଟିକେଟ ଉଭୟ ଅଫ୍‌ଲାଇନ ଓ ଅନଲାଇନ ଜରିଆରେ ମିଳିବ ବୋଲି ଅନୁମତି ଦେଇଥିଲେ। ଏଭଳି କିଛି ନିୟମ ଚଳିତବର୍ଷ ମଧ୍ୟ କରିଥିଲେ ଏଭଳି ଅସୁବିଧା ହୁଅନ୍ତା ନାହିଁ ବୋଲି ପର୍ଯ୍ୟଟକମାନେ କହିଥିଲେ। ଅନ୍ୟପଟେ ନନ୍ଦନକାନନକୁ ଶୁକ୍ରବାର ୬୩୬୫ ଓ ବଟାନିକାଲ ଗାର୍ଡେନକୁ ୧୬୯ଜଣ ପର୍ଯ୍ୟଟକ ଆସିଥିଲେ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶ ଡ. ସଞ୍ଜିତ କୁମାର କହିଛନ୍ତି, ଅନ୍‌ଲାଇନ ବ୍ୟବସ୍ଥା ସୁରୁଖୁରୁରେ ହେବା ପାଇଁ ଦିନେ ଦୁଇଦିନ ସମୟ ଲାଗିବ। ଟେକିନକାଲ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ସଜାଗ ହୋଇ ରହିଛୁ। ତେଣୁ ପର୍ଯ୍ୟଟକ ପୂର୍ବରୁ ଟିକଟ କରି ଆସିବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri