Posted inଜାତୀୟ

ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ୪୬ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରେ ନାହିଁ: ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭୋଟର ତାଲିକାରୁ ୪୬ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଆମେ ଏହାକୁ ଶୁଣିବା ଏବଂ ଜାଣିବା। ଏହି ମନ୍ତବ୍ୟ ସହିତ ବେଞ୍ଚ ସରକାର ଏବଂ ଅନ୍ୟ ପକ୍ଷକାରମାନଙ୍କୁ ନୋଟିସ ଜାରି କରିଛନ୍ତି।
ଆବେଦନକାରୀ ଶ୍ରୀନିବାସ କୋଡାଲି ତାଙ୍କ ପିଟିଶନରେ କହିଛନ୍ତି ଯେ ଭୋଟରଙ୍କ ପଞ୍ଜୀକରଣ ଏବଂ ପ୍ରୋଫାଇଲ ପାଇଁ ନିର୍ବାଚନ ଆୟୋଗ ଦାୟୀ, କାରଣ ଏହି କାର୍ଯ୍ୟ ଏବଂ ଅଧିକାର ତାଙ୍କ ସହିତ ଅଛି। ଏଥିପାଇଁ ଭୋଟର ଆଇଡି କୁ ଆଧାର କାର୍ଡ ସହିତ ଲିଙ୍କ କରିବା ଏବଂ ରେକର୍ଡ ରଖିବା ପାଇଁ ଆୟୋଗ କିଛି ଅଜ୍ଞାତ ସଫ୍ଟୱେୟାର ବ୍ୟବହାର କରିଥାନ୍ତି।

ଏହି ଆବେଦନରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ସେହି ସଫ୍ଟୱେୟାରର ସୁବିଧା ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା ସେମାନେ ଭୋଟର ତାଲିକାର ଫଟୋ ଛପାଇ ପାରିବେ। ଏହା ଉପରେ ନଜର ରଖିବା ପାଇଁ ଆୟୋଗ ଏକ ଦଳ ମଧ୍ୟ ଗଠନ କରିଛନ୍ତି, ତଥାପି ରାଜନୈତିକ ଦଳମାନେ ସେମାନଙ୍କର ପ୍ରୋଫାଇଲ ଏବଂ ସେମାନଙ୍କର ସ୍ବାର୍ଥ ଅନୁଯାୟୀ ଭୋଟରଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ଏକ ଉପକରଣ ପ୍ରସ୍ତୁତ କରାଯାଉଛି। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଦାବି ଉପରେ ଏହା ଏକ ପ୍ରଶ୍ନ ଚିହ୍ନ।
ଏହି ପ୍ରସଙ୍ଗରେ କୌଣସି ପ୍ରଭାବଶାଳୀ ଆଇନ ନ ଥିବାରୁ ଏହା ସମ୍ଭବ ବୋଲି ଆବେଦନକାରୀ କହିଛନ୍ତି। ଏହି କାରଣରୁ ଭୋଟର ତାଲିକାର ଯାଞ୍ଚ ସମ୍ଭବ ହୋଇ ପାରୁ ନାହିଁ। ଆବେଦନ ଅନୁଯାୟୀ ତେଲେଙ୍ଗାନାର ଭୋଟର ତାଲିକାରୁ ୨୭ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶରେ ୧୯ ଲକ୍ଷ ନାମ ହଟାଇ ଦିଆଯାଇଛି।

ସଫ୍ଟୱେୟାର ଇଞ୍ଜିନିୟର ଶ୍ରୀନିବାସ କୋଡାଲିଙ୍କ ଆବେଦନରେ ଦର୍ଶାଯାଇଛି ଯେ ଭୋଟରଙ୍କୁ ଚିହ୍ନଟ କରିବା ଏବଂ ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ବ୍ୟବହୃତ ସଫ୍ଟୱେୟାର ସ୍ବଚ୍ଛ ନୁହେଁ। ଯେଉଁମାନଙ୍କ ନାମ ତାଲିକାରୁ କଟାଯାଇଛି ସେମାନଙ୍କ ମାମଲା ଉପସ୍ଥାପନ କରିବାର ସୁଯୋଗ ମଧ୍ୟ ଦିଆଯାଇ ନାହିଁ। ଏପରିକି ଆୟୋଗ କିମ୍ବା ଅନ୍ୟ କୌଣସି ଏଜେନ୍ସି ଭୋଟର ହେବାର ସମସ୍ତ ସର୍ତ୍ତ ପୂରଣ କରିଥିବା ଏହି ଭୋଟରଙ୍କୁ ସେମାନଙ୍କ ନାମ ବିଲୋପ ବିଷୟରେ ଅବଗତ କରାଇ ନାହାଁନ୍ତି, ଯାହାଫଳରେ ସେମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ।

ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରୁଥିବାବେଳେ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ୍‌ ନରସିହ୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ, ଆମେ ଏହାର ଶୁଣାଣି କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?